/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747292756.jpg)
Action Against Controversial Post
ଅପରେସନ ସିନ୍ଦୁର ସମୟରେ ବିବାଦୀୟ ପୋଷ୍ଟ କରିବା ପଡିଲା ମହଙ୍ଗା । ବନ୍ଧା ହେଲେ ଆପତ୍ତିଜନକ ପୋଷ୍ଟ କରିଥିବା ଯୁବକ । ଗିରଫ ହୋଇଥିବା ଯୁବକ ଜଣକ ବେଙ୍ଗାଲୁରୁର ଏଫ ନୱାଜ । ସେ ବନ୍ଦେପଲ୍ୟା ଅଞ୍ଚଳରେ ପେଇଂ ଗେଷ୍ଟ ଭାବେ ରହୁଥିବା ଜଣାପଡିଛି । ତେବେ ନୱାଜ ପେଶାରେ ଜଣେ ଇଲେକ୍ଟ୍ରିସିଆନ । ପୋଲିସର ସୂଚନା ଅନୁସାରେ, ନିକଟରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ । ସେହି ଆକାଉଣ୍ଟର ନାଁ ହେଉଛି ‘ପବ୍ଲିକ୍ ସର୍ଭାଣ୍ଟ’ ।
ସୋସିଆଲ ମିଡିଆରେ ନୱାଜ ଏକ ଭିଡିଓ ପୋଷ୍ଟ କରି କହିଥିଲେ, “ଯେତେବେଳେ ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ହେଉଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ କାହିଁକି ବୋମା ପଡ଼ିଲା ନାହିଁ ?” ଖାଲି ସେତିକି ନୁହେଁ, ଭିଡିଓରେ ନୱାଜ ଆହୁରି ମଧ୍ୟ କହିଥିଲେ, “ନାଗରିକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସମସ୍ୟା ସୃଷ୍ଟି କରୁଛନ୍ତି । ପ୍ରଥମେ ତାଙ୍କ ବାସଭବନ ଉପରକୁ ବୋମାମାଡ଼ ହେବା ଆବଶ୍ୟକ ।“ ତେବେ ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ଦେଶର ନାଗରିକ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେବା ତଥା ଅସମ୍ମାନ କରିବା ମହଙ୍ଗା ପଡ଼ିଛି । ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ।
ଭିଡିଓଟି ଭାଇରାଲ ହେବା ପରେ ପୋଲିସ ଟ୍ରାକିଂ କରି ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୋସିଆଲ ମିଡିଆ ମାଧ୍ୟମରେ ପୋଷ୍ଟ କରି ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବା ଅଭିଯୋଗରେ ଆଇଟି ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ । ଅଭିଯୁକ୍ତ ନୱାଜକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)