Advertisment

MNS leader's Son: ୬ଘଣ୍ଟା ଧରି ପଚରାଉଚରା, ମଦ ପିଇଥିବା କଥା ମାନିଲେ

ମୁମ୍ବାଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାହିଲ ମଦ ପିଇଥିବା କଥା ମାନିଛନ୍ତି। ସେ ତାଙ୍କର ଜଣେ ସାଙ୍ଗ ଘରେ ପ୍ରଚୁର ମଦ ପିଇଥିଲେ। ତାଙ୍କ ମା’ ଫୋନ୍ କରି ତାଙ୍କୁ ତୁରନ୍ତ ଘରେ ପହଞ୍ଚିବା ପାଇଁ କହିଥିଲେ।

author-image
Manasranjan Mohanty
MNS leader's Son

MNS leader's Son

ସୋସିଆଲ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର ରାଜଶ୍ରୀଙ୍କୁ ଧମକ ଦେବା ଅଭିଯୋଗରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେଙ୍କ ଘନିଷ୍ଠ ସହଯୋଗୀ ଜାଭେଦ ଶେଖଙ୍କ ପୁଅ ରାହିଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ରାହିଲଙ୍କୁ ୬ଘଣ୍ଟା ଧରି ପଚରାଉଚରା କରାଯାଇଛି ।

Advertisment

ମୁମ୍ବାଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାହିଲ ମଦ ପିଇଥିବା କଥା ମାନିଛନ୍ତି। ସେ ତାଙ୍କର ଜଣେ ସାଙ୍ଗ ଘରେ ପ୍ରଚୁର ମଦ ପିଇଥିଲେ। ତାଙ୍କ ମା’ ଫୋନ୍ କରି ତାଙ୍କୁ ତୁରନ୍ତ ଘରେ ପହଞ୍ଚିବା ପାଇଁ କହିଥିଲେ।

ଅଧିକ ପଢନ୍ତୁ: ବିମାନରେ ବସିଲେ ମହୁମାଛି, ଉଡ଼ାଣ ଘଣ୍ଟାଏ ବିଳମ୍ବ

ସେ ଘରକୁ ଫେରୁଥିବା ବେଳେ ଲୋଖଣ୍ଡୱାଲା ନିକଟରେ ରାଜଶ୍ରୀଙ୍କ କାରକୁ ଧକ୍କା ଦେଇଥିଲେଓ ରାଜଶ୍ରୀଙ୍କ ସହିତ ସେ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

Advertisment

ଯେଉଁଥିରେ ରାହିଲ ରାଜଶ୍ରୀଙ୍କ ସହ ଦୁର୍ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି । ପୋଲିସ ରାହିଲଙ୍କ ଗାଡ଼ିକୁ ଜବତ କରିଛି । ଏହି ଘଟଣା ଘଟିବା ବେଳେ ରାହିଲ ଗାଡ଼ିରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଥିଲେ ।

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରାଜଶ୍ରୀ କହିଛନ୍ତି ଯେ ରାହିଲ ତାଙ୍କ କାରକୁ ବାରମ୍ବାର ଧକ୍କା ଦେଇଥିଲେ। ସେ ପ୍ରତିବାଦ କରିବାରୁ ରାହିଲ ତାଙ୍କୁ ଧମକ ଦେଇ ଯାଇଥିଲେ। ସେ ରାହିଲଙ୍କ କାରକୁ ଅଟକାଇଥିଲେ। କିନ୍ତୁ ରାହିଲ କାର ବାହାରକୁ ଆସିନଥିଲେ।

ଯେତେବେଳେ ରାହିଲ କାର ବାହାରକୁ ଆସିଲେ ତାଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ । ସେ ପ୍ରଚୁର ମଦ ପିଇଥିଲେ। ରାଜଶ୍ରୀ ଦାବି କରିଛନ୍ତି ଯେ ରାହିଲ ବାରମ୍ବାର କହୁଥିଲେ ଯେ ତାଙ୍କ ବାପାଙ୍କ ନାଁ ଜାଭେଦ ଶେଖ।

ରାଜଶ୍ରୀ ଆହୁରି ଦାବି କରିଛନ୍ତି, ରାହିଲ ମୋତେ ରାଜ ଠାକରେଙ୍କ ଘରକୁ ଯାଇ କ୍ଷତିଗ୍ରସ୍ତ କାର ପାଇଁ ଟଙ୍କା ଆଣିବାକୁ କହିଥିଲେ। ତେବେ ମୁଁ ରାହିଲଙ୍କୁ କହିଥିଲେ ଯେ ମୋର ରାଜ ଠାକରେଙ୍କ ଘରକୁ ଯିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ମୋତେ କାହିଁକି ଟାର୍ଗେଟ କଲ ବୋଲି ମୁଁ ତାଙ୍କୁ ପଚାରିଥିଲି।

ଅଧିକ ପଢ଼ନ୍ତୁ: ନାବାଳିକାଙ୍କୁ ଅପହରଣ ପରେ ଚଳନ୍ତା ଟ୍ରେନରେ ଦୁଷ୍କର୍ମ, ଷ୍ଟେସନରେ ଛାଡି ଦେଲା ଯୁବକ

MNS Viral Video
Advertisment
Related Articles
Advertisment