Advertisment

Swarm of Bees Delays Indigo Flight: ବିମାନରେ ବସିଲେ ମହୁମାଛି, ଉଡ଼ାଣ ଘଣ୍ଟାଏ ବିଳମ୍ବ

ମହୁମାଛି ପାଇଁ ବିଳମ୍ବ ହେଲା ସୁରତ-ଜୟପୁର ଇଣ୍ଡିଗୋ ବିମାନ...

author-image
Sujit kumar Swain
ଅଦ୍ୟତନ ହୋଇଛି
Swarm of Bees Delays Indigo Flight

Swarm of Bees Delays Indigo Flight

ମହୁମାଛି ପାଇଁ ବିଳମ୍ବ ହେଲା ସୁରତ-ଜୟପୁର ଇଣ୍ଡିଗୋ ବିମାନ ବହୁ ସଂଖ୍ୟାରେ ମହୁମାଛି ବିମାନର ଲଗେଜ ଡୋର ନିକଟରେ ବସି ରହିବାରୁ ବିମାନ ଉଡ଼ାଣ ୧ ଘଣ୍ଟା ବିଳମ୍ବ ହୋଇଥିଲା ତେବେ ମହୁମାଛିଙ୍କୁ ତଡ଼ିବା ପାଇଁ ସୁରତ ଏୟାରପୋର୍ଟର କର୍ତ୍ତୃପକ୍ଷ ପ୍ରଥମେ ଧୂଆଁ ଦ୍ବାରା ମହୁମାଛିଙ୍କୁ ହଟାଇବା ପାଇଁ ଉଦ୍ୟମ କରିଥିଲେ

Advertisment

ତେବେ ଏଥିରେ ବିଫଳ ହେବା ପରେ ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା ଏହାପରେ ଅଗ୍ନିଶମ ଗାଡ଼ି ପହଞ୍ଚି ମହୁମାଛିଙ୍କ ଉପରେ ପାଣି ମାଡ଼ କରିଥିଲା ଏହାପରେ ସମସ୍ତ ମହୁମାଛି ବିମାନର ଲଗେଜ ଗେଟ ଛାଡ଼ି ଉଡ଼ିଯାଇଥିଲେ ପ୍ରାୟ ଘଣ୍ଟାଏ ପରେ ପୁଣି ବିମାନ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା ଇଣ୍ଡିଗୋ ଫ୍ଲାଇଟ୍ 6E-784 ସୁରତ-ଜୟପୁର ମହୁମାଛି ପାଇଁ ଏକଘଣ୍ଟା ବିଳମ୍ବ ହୋଇଥିବା ବିମାନ କଂପାନି ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି

ଅଧିକ ପଢନ୍ତୁ: ଅଧା ଓଡ଼ିଶାରେ ପ୍ରବଳ ବର୍ଷିବ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ!

Bee Attack IndiGo Flight
Advertisment
Advertisment