/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751975450.jpg)
Multi Crore Scam
ସତ ହେଇଗଲା ଫିର୍ ହେରାଫେରିର କାହାଣୀ । ତାହା ପୁଣି ଆଇଟି ସିଟି ବେଙ୍ଗାଲୁରୁରେ । ମାତ୍ର ୨୧ ଦିନରେ ପଇସା ଡବଲ । ଏହି ଧନୀ ହେବାର ସ୍କିମ ବିଷୟରେ ଜାଣି ରାଜୁ ଜାଣିବା ପରେ ତୁରନ୍ତ ଶ୍ୟାମ ଓ ବାବୁରାଓ ଗଣପତରାଓ ଆପ୍ତେଙ୍କ ପାଖରେ ପହଞ୍ଚି ଯାଆନ୍ତି। ସେମାନଙ୍କୁ ବଡ଼ ଲୋକ ହେବାର ସ୍ବପ୍ନ ଦେଖାନ୍ତି । ସେମାନେ ବଙ୍ଗଳା ବିକ୍ରି କରି ଓ କିଛି ଟଙ୍କା ଧାର ଆଣି ମୋଟ ୧ କୋଟି ଟଙ୍କା ଲକ୍ଷ୍ମୀ ଚିଟ୍ ଫଣ୍ଡରେ ଲଗାଇଥିଲେ ।
୩ ସପ୍ତାହରେ ୨ କୋଟି ପାଇବେ ବୋଲି ଆଶା ରଖି ଦିନ ଗଣୁଥିଲେ । କିନ୍ତୁ ଏହା ପରର କାହାଣୀ ଆପଣ ଜାଣିଥିବେ ନିଶ୍ଚୟ । ସେମାନେ ସବୁ ଟଙ୍କା ଓ ସମ୍ପତ୍ତି ହରାଇଥିଲେ । ବେଙ୍ଗାଲୁରୁରେ ରହୁଥିବା କେରଳ ଦମ୍ପତି ଟମି ଓ ଶିନି ଶହଶହ ସାଧାରଣ ଲୋକଙ୍କୁ ବଡ଼ ଲୋକ ହେବାର ସ୍ୱପ୍ନ ଦେଖାଇ ଲୁଟି ନେଇଛନ୍ତି କୋଟି କୋଟି ଟଙ୍କା।
ଅଧିକ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ପ୍ରେମ, ମାରିବାକୁ ଖୋଜୁଛନ୍ତି ସୁଟର୍
କେରଳର ମୂଳ ବାସିନ୍ଦା ହେଉଛନ୍ତି ଟମି ଓ ଶିନି । ଦୀର୍ଘ ୨୫ ବର୍ଷ ହେଲା ଉଭୟ ବେଙ୍ଗାଲୁରୁରେ ରହୁଥିଲେ। ମିଶିକି A &A ଚିଟ୍ସ ଆଣ୍ଡ୍ ଫାଇନାନ୍ସ ଚଳାଉଥିଲେ। କମ୍ପାନୀ ଲୋକଙ୍କୁ ସେମାନଙ୍କ ନିବେଶରେ ୧୫ରୁ ୨୦% ଲାଭ ଦେବ ବୋଲି କହିଥିଲା ।
ରାତାରାତି ଧନୀ ହେବା ନିଶାରେ A &A ଚିଟ୍ସ ଆଣ୍ଡ୍ ଫାଇନାନ୍ସରେ ଅନେକ ଲୋକ ନିବେଶ କରି ଚାଲିଥିଲେ। ପ୍ରଥମେ ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ସେମାନେ ନିୟମିତ ଭାବେ ଟଙ୍କା ଫେରାଇ ଚାଲିଥିଲେ। ଫଳରେ ଲୋକଙ୍କ ଭିତରେ ବିଶ୍ବାସ ଜନ୍ମିଥିଲା । ଲୋକମାନେ ଅଧିକରୁ ଅଧିକ ଟଙ୍କା ନିବେଶ କରିଥିଲେ ।
ହଠାତ ଲୋକମାନେ ଆଉ ଟଙ୍କା ପାଇନଥିଲେ । ସେମାନଙ୍କ ସହ ଯୋଗାଯୋଗ ବି କରି ହୋଇନଥିଲା । ଦମ୍ପତିଙ୍କୁ ନ ପାଇବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଥିଲା । ୩୦୦ରୁ ଅଧିକ ଲୋକ ପୋଲିସର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ସେମାନ A &A ଚିଟ୍ସ ଆଣ୍ଡ୍ ଫାଇନାନ୍ସରେ କୋଟି କୋଟି ଟଙ୍କା ନିବେଶ କରିଥିବା ପୋଲିସକୁ କହିଛନ୍ତି ।
ଅଭିଯୋଗ ଅନୁସାରେ ଦମ୍ପତି ସାଧାରଣ ଲୋକଙ୍କୁ ପ୍ରଲୋଭିତ କରାଇ A &A ଚିଟ୍ସ ଆଣ୍ଡ୍ ଫାଇନାନ୍ସରେ ସେମାନଙ୍କ ଜୀବନ ବ୍ୟାପୀ ଜମା, ପିଲାଙ୍କ ଶିକ୍ଷା ପାଇଁ ରଖୁଥିବା ଟଙ୍କା, ମେଡିକାଲ ଓ ବାହାଘର ବାବଦ ଟଙ୍କାକୁ ନିବେଶ କରିବାକୁ କହିଥିଲେ। ଅଧିକ ଲାଭ ପାଇବା ଆଶାରେ କିଛି ଲୋକ ସେମାନଙ୍କ ସମ୍ପତ୍ତି ବିକ୍ରି କରି ନିବେଶ କରିଥିଲେ।
ଏବେ ଦମ୍ପତିଙ୍କ ଖୋଜଖବର ମିଳୁନି। ସେମାନଙ୍କ ଫୋନ୍ ସୁଇଚ୍ ଅଫ ହୋଇଯାଇଛି। ଅଫିସରେ ତାଲ ପଡ଼ିଛି। A &A ଚିଟ୍ସ ଆଣ୍ଡ୍ ଫାଇନାନ୍ସ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଟମି ଓ ଶିନି ଫେରାର ହୋଇଯାଇଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)