/odishatv-khabar/media/post_attachments/uploadimage/library/16_9/16_9_0/Bill_Gates_1751971222.jpg)
Bill Gates
ବିଶ୍ୱର ଧନୀ ତାଲିକାରେ ତଳକୁ ଖସିଛନ୍ତି ବିଲ୍ ଗେଟ୍ସ । ସେ ଏକ ପ୍ରଥମ ୧୦ ଜଣଙ୍କ ଭିତରେ ନାହାନ୍ତି । ଏବେ ତାଙ୍କ ସଂପତ୍ତିର ମୂଲ୍ୟ ଖସିଆସିଛି । ତେବେ ତାଙ୍କର ପୂର୍ବତନ ସହଯୋଗୀ ତଥା ମାଇକ୍ରୋସଫ୍ଚର ପୂର୍ବତନ ସିଇଓ ଷ୍ଟିଭ୍ ବାଲମରଙ୍କ ସଂପତ୍ତି ବିଲ୍ ଗେଟ୍ସଙ୍କ ସଂପତ୍ତିକୁ ଟପିଯାଇଛି । ବିଲ୍ ଗେଟ୍ସଙ୍କ ଦାନ ପରିମାଣ ହିସାବ କରାଯିବା ପରେ ଏହି ପରିବର୍ତ୍ତନ ହୋଇଛି । ତାଙ୍କ ସଂପତ୍ତିର ନେଟ୍ ମୂଲ୍ୟ ୧୭୫ ବିଲିଅନ ଡଲାରରୁ ୧୨୪ ବିଲିଅନ ଡଲାରକୁ ଖସିଆସିଛି । ତେଣୁ ବ୍ଲୁମବର୍ଗ ବିଲିଅନେୟାର୍ସ ଇଣ୍ଡେକ୍ସରେ ସେ ପଞ୍ଚମ ସ୍ଥାନରୁ ଖସିଛନ୍ତି ଦ୍ୱାଦଶ ସ୍ଥାନକୁ । ତେବେ ତାଙ୍କ ପୁରୁଣା ସହଯୋଗୀ ବାଲମରଙ୍କ ସଂପତ୍ତି ୧୭୨ ବିଲିଅନ ଡଲାରରେ ପହଞ୍ଚିଛି । ଏହି ତାଲିକାରେ ସେ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହି ସ୍ଥାନରେ ଆଗରୁ ବିଲ୍ ଗେଟ୍ସ ଥିଲେ ।
ଏହି ନୂଆ ତାଲିକାରେ ଗେଟ୍ସ ଗୁଗୁଲ୍ ପ୍ୟାରେଣ୍ଟସ୍ ଆଲଫାବେଟର ସହ ପ୍ରତିଷ୍ଠାତା ଲାରି ପେଜ୍ ଓ ସର୍ଗି ବ୍ରିନ୍, ଏନଭିଡିଆ ସିଇଓ ଜେନସେନ୍ ହୁଆଙ୍ଗ ଓ ତାଙ୍କର ପୁରାତନ ବନ୍ଧୁ ବର୍କଶାୟାର ହାଥୱେ ସିଇଓ ୱାରେନ ବଫେଟଙ୍କ ତଳକୁ ଚାଲିଯାଇଛନ୍ତି ।
ବ୍ଲଗ ପୋଷ୍ଟରେ ବିଲ୍ ଗେଟ୍ସ ଲେଖିଥିଲେ ଯେ, ସଂପତ୍ତିର ମୂଲ୍ୟ ୧୦୮ ବିଲିଅନ୍ ଡଲାର । ଆଗାମୀ ୨୦ ବର୍ଷ ଭିତରେ ପ୍ରାୟ ସବୁ ଦାନ କରିଦିଆଯିବ । ୨୦୪୫ ସୁଦ୍ଧା ଗେଟ୍ସ ଫାଉଣ୍ଡେସନ୍ ପ୍ରାୟ ୨୦୦ ବିଲିଅନ୍ ଡଲାର ଖର୍ଚ୍ଚ କରିବ । ଗେଟ୍ସ ଓ ତାଙ୍କ ପୂର୍ବତନ ପତ୍ନୀ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ଫାଉଣ୍ଡେସନକୁ ପ୍ରାୟ ୬୦ ବିଲିଅନ୍ ଡଲାର ଗତ ବର୍ଷ ଶେଷ ସୁଦ୍ଧା ଦେଇଛନ୍ତି । ୱାରେନ୍ ବଫେଟ୍ ୪୩ ବିଲିଅନ୍ ଡଲାର ଦାନ କରିଛନ୍ତି ।
ରିପୋର୍ଟ ଅନୁସାରେ, କଂପାନୀର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ତୁଳନାରେ ତାଙ୍କର ଜଣେ ପୂର୍ବତନ କର୍ମଚାରୀଙ୍କ ସଂପତ୍ତି ଅଧିକ ହୋଇଛି । ଏହା ଏକ ବିରଳ ଘଟଣା ହୋଇପାରେ । ଏବେ ମାଇକ୍ରୋସଫ୍ଟରେ ବିଲ୍ ଗେଟ୍ସଙ୍କର ମାତ୍ର ୧ ପ୍ରତିଶତ ଶେୟାର ରହିଛି । ବାଲମର୍ ୨୦୦୦ରେ ମାଇକ୍ରୋସଫ୍ଟର ସିଇଓ ହୋଇଥିଲେ ଓ ୨୦୧୪ରେ ଛାଡି ଦେଇଥିଲେ । ତାଙ୍କର ମାଇକ୍ରୋସଫ୍ଟରେ ୪ ପ୍ରତିଶତ ଅଂଶଧନ ରହିଛି । ବିଲ୍ ଗେଟ୍ସ ଏହି ଅର୍ଥ ନେଇ ଅନ୍ୟତ୍ର ବିନିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)