/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742728971.jpg)
ପୋଲିସ୍ ଜାଲରେ ‘ସେକ୍ସଟର୍ସନ’ ଅଭିଯୁକ୍ତ
କଟକରେ ସେକ୍ସଟର୍ସନ ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ବିଦେଶୀ ନାଗରିକ ଗିରଫ । ନାଇଜେରିଆର ଜଣେ ନାଗରିକଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । କଟକର ଜଣେ ବ୍ୟକ୍ତିଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ କରିବା ସହ ବ୍ଲାକମେଲ୍ କରି ଟଙ୍କା ମାଗୁଥିଲା । ଲକ୍ଷାଧିକ ଟଙ୍କା ନେବାପରେ ମଧ୍ୟ ବିଦେଶୀ ନାଗରିକ ଜଣକ ଆହୁରି ଟଙ୍କା ମାଗିଥିଲା । ହେଲେ ପୀଡିତ ବ୍ୟକ୍ତି ଟଙ୍କା ନଦେବାରୁ ତାଙ୍କ ଫଟୋ ଭିଡିଓକୁ ନାଇଜେରିଆର ନାଗରିକ ଜଣକ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲା । ଯାହାଫଳରେ ସଂପୃକ୍ତ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିଲେ । ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିବା ପରେ ଦିଲ୍ଲୀରୁ ଜଣେ ନାଇଜେରିଆ ନାଗରିକକୁ ଗିରଫ କରିଛି କମିଶନରେଟ୍ ପୋଲିସ ।
ଅଧିକ ପଢ଼ନ୍ତୁ: ବାଙ୍ଗିରିପୋଷିକୁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ, ଢେଲା ମାଡ଼ରେ ଭାଙ୍ଗିଲା ମନ୍ତ୍ରୀଙ୍କୁ ଛାଡି ଫେରୁଥିବା କାର୍ କାଚ
ସେକ୍ସଟର୍ସନ ଅଭିଯୋଗରେ ନାଇଜେରିଆ ନାଗରିକକୁ ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । ସେ କହିଛନ୍ତି, ଗିରଫ ନାଇଜେରିଆ ନାଗରିକକୁ ରିମାଣ୍ଡରେ ଆଣିବୁ । ସେ ଏକାଧିକ ବ୍ୟକ୍ତିର ପରିଚୟ ଦେଇ ଠକେଇ କରିଛନ୍ତି । ନ୍ୟୁଜିଲାଣ୍ଡରୁ ମଧ୍ୟ ପେମେଣ୍ଟ ତାଙ୍କ ଆକାଉଣ୍ଟକୁ ଆସିଛି ବୋଲି ଡିସିପି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଅଭିଯୁକ୍ତଠୁ ୫ ମୋବାଇଲ୍ ଓ ୮ଟି ସିମ୍ ଜବତ କରିଛୁ । ଯଦି ଆଉ କେହି ଠକାମୀର ଶିକାର ହୋଇଛନ୍ତି ଜଣାଇପାରିବେ । ଅନେକ ଫେକ୍ ପ୍ରୋଫାଇଲ୍ ତା ମୋବାଇଲ୍ରୁ ମିଳିଛି । ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରିବୁ ବୋଲି କଟକ ଡିସିପି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)