/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751043457.jpg)
Gangster's Mother Dead
ବିଚ୍ ରାସ୍ତାରେ ଗୁଳିମାଡ଼ । କାରରେ ବସିଥିବା ଜଣେ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଦୁଇ ଜଣ ବ୍ୟକ୍ତି ବାଇକରେ ଆସି ଗୁଳି ମାଡ଼ କରିଛନ୍ତି । ଗୁଳି ମାଡ଼ ଯୋଗୁ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି। ପଞ୍ଜାବ ବାଟଲାର ବିଚ୍ ରାସ୍ତାରେ ଏପରି ଘଟଣା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।
ପ୍ରାଣ ହରାଇଥିବା ମହିଳା ଜଣଙ୍କ ହେଲେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜଗୁ ଭଗବାନପୁରିଆର ମା’। ଜଗୁ ଏବେ ଜେଲରେ ରହିଛି। କିନ୍ତୁ ବାହାରେ ତା’ର ମା’ଙ୍କୁ ହତ୍ୟା କରାଯାଇଛି। ପୋଲିସ କହିଛି ଜଗୁର ମା’ ହରଜିତ କୌରଙ୍କୁ ଗୁରୁବାର ରାତି ୯.୩୦ରେ ଗୁଳି ମାଡ଼ କରାଯାଇଥିଲା।
Breaking : Gangster Jaggu Bhagwanpuria’s mother shot dead in a firing incident in Batala. Two shooters opened fire on a Scorpio car driver Karanvir Singh died on the spot, while Bhagwanpuria’s mother succumbed to injuries on the way to Amritsar hospital. pic.twitter.com/H7idu64jCN
— Gagandeep Singh (@Gagan4344) June 27, 2025
ଅଧିକ ପଢନ୍ତୁ: ଅନ୍ତରଙ୍ଗ ମୁହୂର୍ତ୍ତର ଲାଇଭ୍ ଭିଡିଓ କରୁଥିଲେ ଦମ୍ପତି, କାରଣ ଜାଣିଲେ ଉଡ଼ିଯିବ ହୋସ୍
ଗୁରୁତର ଅବସ୍ଥାରେ ହରଜିତ ଓ ତାଙ୍କ ସହ ଥିବା ବ୍ୟକ୍ତିଙ୍କୁ ଅମୃତସର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହସପିଟାଲରେ ପହଞ୍ଚିଲା ପରେ ସହଯୋଗୀ କରନବୀରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହରଜିତ କୌରଙ୍କ ମୃତ୍ୟୁ ଘଟିଛି ।
ବାଟଲାର ଡିଏସ୍ପି ପରମବୀର ସିଂହ କହିଛନ୍ତି, ପୂରା ଘଟଣା ସିଭିଲ ଲାଇନ୍ସ ଅଞ୍ଚଳରେ ଥିବା କ୍ୱାଡିଆନ ରୋଡରେ ଘଟିଛି। ହରଜିତ କୌର ଓ ତାଙ୍କ ସହଯୋଗୀ କରନବୀର ସିଂହ କାରରେ ରହିଥିବା ବେଳେ ହଠାତ ଦୁଇ ଜଣ ବ୍ୟକ୍ତି ବାଇକ ଯୋଗେ ଆସିଥିଲେ। ଏହାପରେ ସେମାନେ ହରଜିତ ଓ କରନବୀରଙ୍କ ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ।
ଗୁଳି ମାଡ଼ ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି। ଏଥିପାଇଁ ଏକାଧିକ ଟିମ ଗଠନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)