Advertisment

Twitter Killer: ଇମୋସନାଲ ପୋଷ୍ଟ ହେଲା କାଳ, ୮ ମହିଳାଙ୍କୁ ହତ୍ୟା...ପଢ଼ନ୍ତୁ ଟ୍ୱିଟର କିଲରର କାହାଣୀ

ଏହାକୁ ସୁସାଇଡଲ ପୋଷ୍ଟ କୁହାଯାଏ । ଏହାର ଫାଇଦା ଉଠାଇଥିଲା ଜଣେ ହତ୍ୟାକାରୀ । ଏଭଳି ପୋଷ୍ଟ କରିଥିବା ୮ଜଣ ମହିଳାଙ୍କୁ ସେ ହତ୍ୟା କରିଥିଲା । ଏହାଛଡା ଜଣେ ପିଡୀତାଙ୍କ ପ୍ରେମିକଙ୍କୁ ବି ହତ୍ୟା କରିଥିଲା ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Twitter Killer

Twitter Killer

ଲୋକମାନେ ସା‍ଧାରଣତଃ ନିଜର କ୍ରୋଧର ବଶବର୍ତ୍ତୀ ହୋଇ ଅନ୍ୟର ହତ୍ୟା କରିଦିଅନ୍ତି । ଆଉ ପାଲଟିଯାନ୍ତି ଅପରାଧୀ । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ କିଛି ମହିଳା ନିଜ ଦୁଃଖକୁ ଲାଘବ କରିବା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଥିଲେ । କିନ୍ତୁ ଏହି କାରଣ ଯୋଗୁଁ ସେମାନେ ହତ୍ୟାର ଶିକାର ହେଲେ । 

Advertisment

ଏମିତି କିଛି ମହିଳା ଟ୍ୱିଟର (ଏକ୍ସ) ଭଳି ପ୍ଲାଟଫର୍ମରେ ପୋଷ୍ଟ ଜରିଆରେ ନିଜ ଜୀବନ ପ୍ରତି ନିରାଶା ଭାବ ଦେଖାଇଥିଲେ । ଯେମିତିକି ସେମାନେ ଜୀବନରେ ଥକି ପଡିଛନ୍ତି । ଜୀବନରୁ ନିରାଶ ବି ହୋଇଛନ୍ତି । ବଞ୍ଚିବାର ସେମାନଙ୍କର ଆଶା ନାହିଁ ବୋଲି ପୋଷ୍ଟରୁ ଜଣାପଡୁଥିଲା ।

ଅଧିକ ପଢନ୍ତୁ: ତିନି ପ୍ରେମିକ ସହ ସଂପର୍କ ଯୋଡ଼ିଲା...ତା’ପରେ ପ୍ରଥମ ପ୍ରେମିକକୁ ପୁଅ ସାମ୍ନାରେ କଲା ହତ୍ୟା

Advertisment

ଏହାକୁ ସୁସାଇଡଲ ପୋଷ୍ଟ କୁହାଯାଏ । ଏହାର ଫାଇଦା ଉଠାଇଥିଲା ଜଣେ ହତ୍ୟାକାରୀ । ଏଭଳି ପୋଷ୍ଟ କରିଥିବା ୮ଜଣ ମହିଳାଙ୍କୁ ସେ ହତ୍ୟା କରିଥିଲା । ଏହାଛଡା ଜଣେ ପିଡୀତାଙ୍କ ପ୍ରେମିକଙ୍କୁ ବି ହତ୍ୟା କରିଥିଲା ।

ଜାପାନର ଏହି ହତ୍ୟାକାରୀକୁ ଟ୍ୱିଟର କିଲର୍ କୁହାଯାଏ । ଏହି ହତ୍ୟାକାରୀର ଅସଲ ନାଁ ତାକାହିରୋ ସିରାଇସି । ଯେଉଁ ପୋଷ୍ଟ ଜରିଆରେ ମହିଳାମାନେ ସାହାଯ୍ୟର ଆଶା କରୁଥିଲେ ତାହାହିଁ ହେଲା ତାଙ୍କ ହତ୍ୟାର କାରଣ । କେବଳ ଏତିକି ନୁହେଁ ହତ୍ୟା ପରେ ସେମାନଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଦେଇଥିଲା ହତ୍ୟାକାରୀ ।

ଏହି ହତ୍ୟା ସବୁ ୨୦୧୭ରେ କରାଯାଇଥିଲା । ୨୦୨୦ରେ ହତ୍ୟାକାରୀକୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ୨୭ଜୁନ ୨୦୨୫ରେ ତାକାହିରୋ ସିରାଇସିକୁ ଫାଶୀରେ ଝୁଲାଇ ଦିଆଯାଇଥିଲା । ଜାପାନର ନ୍ୟାୟ ମନ୍ତ୍ରାଳୟ ଏହି ସୂଚନା ଦେଇଥଲା ।

୨୦୨୨ ପରେ ଜାପାନରେ ପ୍ରଥମ ଥର କାହାକୁ ଫାଶୀ ଦିଆଯାଇଥିଲା । ସିରାଇସିକୁ ଟୋକିୟୋର ଡିଣ୍ଟେସନ ହାଉସରେ କଡ଼ା ସୁରକ୍ଷା ଓ ଗୁପ୍ତ ଭାବରେ ଫାଶୀ ଦିଆଯାଇଥିଲା । 

ଟୋକିୟୋର ଏକ ଆପାର୍ଟମେଣ୍ଟରୁ ପୋଲିସକୁ ଏକାସଙ୍ଗେ ୯ଟି ମୃତଦେହର ଅବଶେଷ ମିଳିଥିଲା । ଏହି ଘଟଣା ସାମନାକୁ ଆସିବା ପରେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଯେଉଁ ଆପାର୍ଟମେଣ୍ଟରୁ ମୃତଦେହ ଜବତ ହୋଇଥିଲା ସିରାଇସି ସେଠାରେ ରହୁଥିଲା ।

୮ ମହିଳା ଓ ଜଣେ ପୁରୁଷର ମୃତଦେହକୁ ଛୋଟ ଛୋଟ ଖଣ୍ଡରେ କାଟି ଗୋଟିଏ କୋଲ୍ଡ ଷ୍ଟୋରେଜ କଣ୍ଟେନରରେ ରଖାଯାଇଥିଲା । ତଦନ୍ତରୁ ଜଣାପଡିଥିଲା ପ୍ରାୟ ସମସ୍ତ ମହିଳା ସୋସିଆଲ ମିଡିଆରେ ସୁସାଇଡଲ ପୋଷ୍ଟ ଲେଖିଥିଲେ । ସିରାଇସି ଟ୍ୱିଟର ଜରିଆରେ ସେମାନଙ୍କୁ ଯୋଗାଯୋଗ କରିଥିଲା ।

ସାହାଯ୍ୟ କରିବା ବାହାନାରେ ସେମାନଙ୍କ ସହ ସଂପର୍କ ବଢାଇଥିଲା ହତ୍ୟାକାରୀ । ସିରାଇସି ପିଡୀତାଙ୍କୁ କହିଥିଲା ସେ ତାଙ୍କ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ । ଏହାପରେ ୮ଜଣ ମହିଳାଙ୍କ ସହ ଦୁଷ୍କର୍ମ କରି ସେମାନଙ୍କୁ ହତ୍ୟା କରିଥିଲା ।

ଜଣେ ମହିଳାଙ୍କ ପ୍ରେମିକଙ୍କୁ ସିରାଇସି ବିଷୟରେ ଜଣାପଡିଯାଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ଟ୍ୱିଟର କିଲର ପ୍ରେମିକକୁ ହତ୍ୟା କରିଥିଲା ।

ଜାପାନରେ ଏବେବି ମୃତ୍ୟୁଦଣ୍ଡ ଦିଆଯାଉଛି । ସାଧାରଣତଃ ମୃତ୍ୟୁଦଣ୍ଡ ପାଇଁ କଏଦୀକୁ ଫାଶୀ ଖୁଣ୍ଟରେ ଝୁଲାଇଦିଆଯାଏ । ଏହାକୁ ଗୁପ୍ତ ଭାବରେ କରାଯାଏ । ଫାଶୀ ପୂର୍ବରୁ ଏନେଇ ସାଧାରଣ ଲୋକଙ୍କୁ ସୂଚନା ଦିଆଯାଏନି । ଏମିତିକି କଏଦୀଙ୍କୁ ବି କୁହାଯାଏନି ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ।

ଅଧିକ ପଢନ୍ତୁ: ଲୁଚି ବୁଲୁଥିଲା ପତ୍ନୀହନ୍ତା ସ୍ୱାମୀ, ୨୩ ବର୍ଷ ପରେ ଧରା ପଡିଲା 

Advertisment
Related Articles
Advertisment