Advertisment

Iphone Steal: ଆଇଫୋନ୍ ନେଇଗଲା ସମସ୍ତ କ୍ରୁ -ମେମ୍ବରଙ୍କ ଚାକିରି

୬ଜୁନରେ ଜାକାର୍ତ୍ତାରୁ ମେଲବର୍ଣ୍ଣ ଯାଉଥିବା ଜଣେ ଯାତ୍ରୀଙ୍କର ଗରୁଡ ଇଣ୍ଡୋନେସିଆ ଫ୍ଲାଇଟରେ ମୋବାଇଲ ଚୋରି ହୋଇଯାଇଥିଲା । ଯାତ୍ରୀ ଜଣକ ନିଜ ସାମନା ସିଟର ପଛରେ ଥିବା ପକେଟରେ ଫୋନଟିକୁ ରଖିଥିଲେ । ବିମାନର ଟେକଅଫ୍ ପରେ ଯାତ୍ରୀ ଜଣଙ୍କର ସିଟ୍ ବଦଳିଯାଇଥିଲା ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Iphone Steal

Iphone Steal

ଯୁବପିଢିଙ୍କ ମଧ୍ୟରେ ଆଇଫୋନକୁ ନେଇ ଖୁବ କ୍ରେଜ୍ । ଆଇଫୋନରେ ଏହା ହୋଇପାରେ ଓ ଆଇଫୋନରେ ସେୟା ହୋଇପାରେ । ଏଭଳି କିଛି କଥା ପ୍ରାୟ ସମସ୍ତେ ହୁଅନ୍ତି । ଏହା ସତ କଥା ବି । କାରଣ ଆଇଫୋନରେ ଏଭଳି କିଛି ଫିଚର୍ ଅଛି ଯାହା ଅନ୍ୟ ଫୋନରେ ନାହିଁ । କିନ୍ତୁ ଗୋଟିଏ ଆଇଫୋନ ଏୟାରଲାଇନ୍ସ କଂପାନୀର ପାଇଲଟ ଓ ଏୟାର ହୋଷ୍ଟେସ ସମେତ ପୁରା କ୍ୟାବିନ କ୍ରୁର ଚାକିରି ନେଇଗଲା । ନା ନା ମାମଲା ତସ୍କରୀର ନୁହଁ । ଏହା କେବଳ ଗୋଟିଏ ଆଇଫୋନ ପାଇଁ ଘଟିଛି ।

Advertisment

ସୂଚନା ଅନୁସାରେ ୬ଜୁନରେ ଜାକାର୍ତ୍ତାରୁ ମେଲବର୍ଣ୍ଣ ଯାଉଥିବା ଜଣେ ଯାତ୍ରୀଙ୍କର ଗରୁଡ ଇଣ୍ଡୋନେସିଆ ଫ୍ଲାଇଟରେ ମୋବାଇଲ ଚୋରି ହୋଇଗଲା । ଯାତ୍ରୀ ଜଣକ ନିଜ ସାମନା ସିଟର ପଛରେ ଥିବା ପକେଟରେ ଫୋନଟିକୁ ରଖିଥିଲେ । ବିମାନର ଟେକଅଫ୍ ପରେ ଯାତ୍ରୀ ଜଣଙ୍କର ସିଟ୍ ବଦଳିଯାଇଥିଲା ।

ଅଧିକ ପଢ଼ନ୍ତୁ:ଆସିଲା ନୂଆ ଫିଚର୍ , ହୋଇଛି ଏଆଇର ବ୍ୟବହାର...ଚେକ୍ କରିନିଅନ୍ତୁ ଫୋନ୍

Advertisment

ଯାତ୍ରୀ ଜଣକ ଅନ୍ୟ ଏକ ସିଟରେ ଯାଇ ବସିଥିଲେ । କିନ୍ତୁ ମୋବାଇଲଟିକୁ ନେବାକୁ ଭୁଲିଗଲେ । ଏହା ପରେ ମୋବାଇଲଟି ଚୋରି ହୋଇଯାଇଥିଲା । କ୍ୟାବିନ କ୍ରୁ ବି ନିଜ ତରଫରୁ ବହୁ ଚେଷ୍ଟା କରିଥିଲେ ଫୋନଟିକୁ ଖୋଜିବା ପାଇଁ ।

ତେବେ ହଙ୍ଗାମା ସେତେବେଳେ ହେଲା ଯେତେବେଳେ ଯାତ୍ରୀ ଜଣକ ଆପଲର Find My iPhone ଜରିଆରେ ନିଜ ହଜିଯାଇଥିବା ଫୋନକୁ ଖୋଜିବାକୁ ଚେଷ୍ଟା କରିଥିଲେ । ଏହା ଏକ ଫିଚର୍ ଯାହା ସାହାଯ୍ୟରେ ଅନ୍ୟ ଫୋନ କିମ୍ବା ଲାପଟପରୁ ନିଜ ଆଇଫୋନର ଲୋକେସନ ଦେଖିପାରିବେ । ଏହି ଫିଚର୍ ଏମିତି କି ଫୋନ ସୁଇଚ ଅଫ୍ ଥିଲେ ବି ଫୋନର ଲୋକେସନ୍ ଜାଣି ହେବ ।

ଫୋନର ଲୋକେସନ ମେଲବର୍ଣ୍ଣରେ ସାଉଥବ୍ୟାଙ୍କର ପ୍ରୋମେନେଡ ନିକଟରେ ଦେଖାଇଥିଲା । ଯାହା ମକୟୋର ନାମକ ହୋଟେଲଠୁ କିଛି ଦୂରରେ ଥିଲା । ଏହା ସେହି ହୋଟେଲ ଯେଉଁଠି ଏୟାରଲାଇନର କର୍ମଚାରୀ ରହୁଥିଲେ । କିନ୍ତୁ ଫୋନଟି ସେଠି ଅଟକିନଥିଲା । ଫୋନର ଶେଷ ଲୋକେସନ ଇଭାନ ୱାକର ବ୍ରିଜ ନିକଟରେ ଥିଲା ।

ଏହି ବ୍ରିଜ ଅଷ୍ଟ୍ରେଲିଆର ୟାରା ନଦୀ ଉପରେ ରହିଛି । ଏଥିରୁ ଜଣାପଡିଲା ଯିଏ ଫୋନଟିକୁ ଚୋରି କରିଥିଲା ସେ ହୋଟେଲରୁ ବାହାରି ନଦୀକୁ ଯାଇ ଫୋନଟିକୁ ପକାଇଦେଇଥିଲା । ଯାତ୍ରୀ ଜଣକ ଏନେଇ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ସେୟାର କରିଥିଲେ ।

ସେ ଅନୁରୋଧ କରିଥିଲେ ଏହି ପୋଷ୍ଟ କେବଳ ତାଙ୍କ ଫୋନ ପାଇଁ ନୁହଁ , ଭବିଷ୍ୟତରେ ସବୁ ଯାତ୍ରୀଙ୍କ ସୁରକ୍ଷା ପାଇଁ  । ପୋଷ୍ଟର ପ୍ରଭାବ ଏଭଳି ପଡିଲା କି ଫ୍ଲାଇଟର ପାଇଲଟ ଓ ଏୟାର ହୋଷ୍ଟେସ ସମେତ ପୁରା କ୍ୟାବିନ କ୍ରୁ ମେମ୍ବରଙ୍କୁ ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ସସପେଣ୍ଡ କରିଦିଆଯାଇଛି ।

ଅଧିକ ପଢ଼ନ୍ତୁ:ସ୍କ୍ରିନ୍‌ ସଫା କରିବା ବେଳେ କେବେ ବି କରନ୍ତୁ ନାହିଁ ଏମିତି ଭୁଲ୍, ନଚେତ ମୂଳରୁ ଯିବ

Australia Indonesia IPhone Jakarta
Advertisment
Related Articles
Advertisment