Advertisment

Murderer Husband Arrested: ଲୁଚି ବୁଲୁଥିଲା ପତ୍ନୀହନ୍ତା ସ୍ୱାମୀ, ୨୩ ବର୍ଷ ପରେ ଧରା ପଡିଲା

କର୍ଣ୍ଣାଟକର କୋପ୍ପାଲ ଜିଲ୍ଲାରେ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କୁ ସ୍ତ୍ରୀ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି । ସେ ୨୦୦୨ରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିଲେ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
murder

murder

ସ୍ତ୍ରୀକୁ ମାରିଥିଲେ, ଭାବିଥିଲେ ଏମିତି ଲୁଚିବେ ଯେ, କେବେ ଧରା ପଡିବେ ନାହିଁ । ସେଥିପାଇଁ ବାରମ୍ବାର ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାରେ ଯାଇ ବସବାସ କରୁଥିଲେ । ହେଲେ ଆଇନର ହାତ ବହୁତ ଲମ୍ବା । କେତେ ବାଟ ବା ଯାଇଥାନ୍ତେ ! ଶେଷରେ ୨୩ ବର୍ଷ ପରେ ପତ୍ନୀହନ୍ତା ସ୍ୱାମୀକୁ ଧରିବାରେ ସଫଳ ହୋଇଛି ପୋଲିସ୍ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କର୍ଣ୍ଣାଟକରେ ।

Advertisment

କର୍ଣ୍ଣାଟକର କୋପ୍ପାଲ ଜିଲ୍ଲାରୁ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରାଯାଇଛି, ଯିଏ ୨୩ ବର୍ଷ ପୂର୍ବରୁ ତାଙ୍କ ତୃତୀୟ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ । ଅଭିଯୁକ୍ତ ହନୁମାନଥାପ୍ପାଙ୍କୁ ଗିରଫ କରିଛି ଗଙ୍ଗାବତୀ ପୋଲିସ୍ । ହନୁମାନଥାପ୍ପା ୨୦୦୨ରେ ତାଙ୍କ ତୃତୀୟ ପତ୍ନୀ ରେଣୁକାମାଙ୍କୁ ହତ୍ୟା କରିଥିଲେ । ହତ୍ୟାକାଣ୍ଡ ଘଟାଇବା ପରେ ସେ ୨୩ ବର୍ଷ ଧରି ଫେରାର ଥିଲେ । 

ଅଧିକ ପଢନ୍ତୁ: ଦିବ୍ୟାଙ୍ଗଙ୍କୁ ହତ୍ୟା: ମୃତଦେହରେ ସିମେଣ୍ଟ ଗୋଳାଇ ସୁଟ୍‌କେସ୍‌ରେ ପ୍ୟାକ୍‌ କଲେ, ଟ୍ରଙ୍କରେ ପୂରାଇ ଫିଙ୍ଗିଦେଲେ

Advertisment

ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହନୁମାନଥାପ୍ପା ୨୦୨୨ରେ ରେଣୁକାମାଙ୍କୁ କୋପ୍ପାଲ ଜିଲ୍ଲାରେ ହତ୍ୟା କରିଥିଲେ । ସ୍ତ୍ରୀଙ୍କୁ ମାରିବା ପରେ ସେ ମୃତଦେହକୁ ଏକ ବସ୍ତାରେ ବାନ୍ଧି ବଲ୍ଲରି ଜିଲ୍ଲାର କାମ୍ପଲିକୁ ଏକ ବସରେ ନେଇ ଯାଇଥିଲେ । ଏହି ଅଞ୍ଚଳ କୋପ୍ପାଲଠାରୁ ୫୦ ରୁ ୭୦ କିଲୋମିଟର ମଧ୍ୟରେ ହେବ । 

ଏହି ଘଟଣା ପରେ କୋପ୍ପାଲର ଗଙ୍ଗାବତୀ ପୋଲିସ୍ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା । ଗଙ୍ଗାବତୀ ହେଉଛି କୋପ୍ପାଲ ଜିଲ୍ଲାର ସାବୁଠୁ ବଡ ସହର ଏବଂ ଏହି ସହରକୁ କର୍ଣ୍ଣାଟକର ଭାତହାଣ୍ଡି ବୋଲି ମଧ୍ୟ କୁହାଯାଏ । 

ହନୁମାନଥାପ୍ପାଙ୍କୁ ଗିରଫ କରାଯାଇଥିଲା ରାଇଚୁର ଜିଲ୍ଲାର ମାନୱି ତଲୁକର ହଳଧର ଗାଁରେ । ହଳଧର ଗାଁ ହେଉଛି ହନୁମାନଥାପ୍ପାର ପୈତୃକ ଘର । ଏହି ହଳଧର ଗାଁ ରାଇଚୁରର ୪୦-୫୦ କିମି ଦକ୍ଷିଣପଶ୍ଚିମରେ, ୧୦୦-୨୦୦ କିମି ପୂର୍ବ କୋପ୍ପାଲରେ ଏବଂ ୭୦-୮୦ ଉତ୍ତରପୂର୍ବରେ ଅବସ୍ଥିତ । ପ୍ରଥମେ ସେ କୋପ୍ପାଲ ଜିଲ୍ଲାରେ ହତ୍ୟା କଲେ, ବଲ୍ଲରୀ ଜିଲ୍ଲାରେ ମୃତଦେହକୁ ନଷ୍ଟ କଲେ ଏବଂ ରାଇଚୁର ଜିଲ୍ଲାରେ ଗିରଫ ହେଲେ । 

୨୩ ବର୍ଷ ପୂର୍ବେ ହତ୍ୟା କରିବା ବେଳକୁ ହନୁମାନଥାପ୍ପାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ସେ ବଦ୍ରାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଜୁନିୟର ହେଲ୍‌ଥ ଆସିଷ୍ଠାଣ୍ଟ ଭାବେ କାମ କରୁଥିଲେ । ସେ ଗିରଫଦାରୀରୁ ବର୍ତ୍ତିବା ପାଇଁ ବାରମ୍ବାର ଫେରାର ହେବାକୁ ଚେଷ୍ଟା କରୁଥିଲେ । 

ଅଧିକ ପଢନ୍ତୁ: କଟକରେ ହତ୍ୟାକାଣ୍ଡ, ମାରିଦେଲେ ଭାଇ-ଭାଉଜ-ପୁତୁରା

Karnataka Murder
Advertisment
Advertisment