/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751019100.jpg)
Hyderabad Couple Arrested
ଅନ୍ତରଙ୍ଗ ମୁହୂର୍ତ୍ତର ଲାଇଭ୍ ଭିଡିଓ ସେୟାର କରୁଥିଲେ ଦମ୍ପତି । ଆଇଟି ଆକ୍ଟରେ ମାମଲା ରୁଜୁ ପରେ ଉଭୟଙ୍କୁ ଗିରଫ କରାଯାଇଛି । ଏହାପରେ ସାମନାକୁ ଆସିଛି ଭିଡିଓ ରେକର୍ଡ କରିବା ପଛର କାରଣ । ଉଭୟଙ୍କୁ ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଛି ଯେ, ଟଙ୍କା ପାଇଁ ସେମାନେ ଏପରି କରୁଥିଲେ । ଝିଅର ସ୍କୁଲ ଫି' ଭରିବାକୁ ପାଖରେ ଟଙ୍କା ନଥିବାରୁ ଏଭଳି ଉପାୟ ଆପଣାଇଥିଲେ ଦମ୍ପତି ।
ସୂଚନା ଅନୁସାରେ, ଏକ ମୋବାଇଲ ଆପ୍ ମାଧ୍ୟମରେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଲାଇଭ ଷ୍ଟ୍ରିମିଂ କରୁଥିଲେ ଦମ୍ପତି । ଯାହା ଦ୍ବାରା ସେମାନଙ୍କ ଆକାଉଣ୍ଟକୁ ଆସୁଥିଲା ଟଙ୍କା । ସେମାନଙ୍କର ଦୁଇ ଝିଅ ଅଛନ୍ତି । ଆଉ ଉଭୟ ହେଉଛନ୍ତି ମେଧାବୀ ଛାତ୍ରୀ । ସେମାନଙ୍କ ମଧ୍ୟରେ ଜଣେ ବି ଟେକ୍ ଛାତ୍ରୀ ହୋଇଥିବାବେଳେ ୪୭୦ ମାର୍କରୁ ୪୬୮ ହାସଲ କରିଛି । କିନ୍ତୁ କଲେଜ୍ ଫି' ଭରିବାକୁ ପିତାମାତାଙ୍କ ପାଖରେ ନାହିଁ ଟଙ୍କା । ଯେଉଁଥିପାଇଁ ବାଧ୍ୟ ହୋଇ ସେମାନେ ଏହି ଅସତ୍ ଉପାୟ ଆପଣାଇଛନ୍ତି ।
ବ୍ୟକ୍ତି ଜଣକ ପେଷାରେ ଅଟୋ ଡ୍ରାଇଭର ହୋଇଥିବାବେଳେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ତେଣୁ ନିଜର ଚିକିତ୍ସା ଖର୍ଚ୍ଚ ସହ ପିଲାମାନଙ୍କ ପଢା ଖର୍ଚ୍ଚ ବହନ କରିବା ମୁସ୍କିଲ ହୋଇପଡିଥିଲା । ଯେଉଁଥିପାଇଁ ଏହି ଭଳି ଉପାୟ ଅବଲମ୍ୱନ କରିଥିଲେ ଅଟୋ ଡ୍ରାଇଭର ଓ ତାଙ୍କ ପତ୍ନୀ । ଘଟଣା ବିଷୟରେ ଜଣାପଡ଼ିବା ପରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ହାଇଦ୍ରାବାଦର ଅମ୍ବରପେଟ୍ ନିକଟ ମଲ୍ଲିକାର୍ଜୁନ ନଗରରୁ ଗିରଫ ହୋଇଛନ୍ତି ପତି ପତ୍ନୀ । ସେମାନଙ୍କ ଘରୁ କ୍ୟାମେରା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)