/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749197256.jpg)
CMO ନାଁ କହି ଠକିନେଲେ ୨ ଲକ୍ଷ
CMO ଅଫିସ ନାଁ କହି ଠକେଇ। ଇଂଜିନିୟରଙ୍କ ଠାରୁ ୨ ଲକ୍ଷ ଟଙ୍କା ଠକିନେଲେ ଦୁର୍ବୃତ୍ତ । ଜଣେ ଅଧୀକ୍ଷଣ ଯନ୍ତ୍ରୀ ଠକେଇର ଶିକାର ହୋଇଛନ୍ତି । ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ହରିପାଲ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସେ ଭୁବନେଶ୍ବର ଏୟାରଫିଲ୍ଡ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ପ୍ରତାପ ଅନୁଗୁଳ ରାସ୍ତା ଓ କୋଠାବାଡ଼ି ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଭାବେ କାମ କରୁଛନ୍ତି । ଅଭିଯୋଗ ଅନୁଯାୟୀ ପ୍ରାୟ ମାସେ ତଳେ ତାଙ୍କ ପାଖକୁ ଜାନକୀ ବଲ୍ଲଭ ମହାପାତ୍ର ନାମକ ଜଣେ ବ୍ୟକ୍ତି କଲ୍ କରିଥିଲେ। ନିଜକୁ ସିଏମଓ ଅଫିସର କର୍ମଚାରୀ ବୋଲି ପରିଚୟ ହେବା ସହ ୨ ଲକ୍ଷ ଟଙ୍କା ନଦେଲେ ମାଲକାନଗିରି ପଠାଇଦେବି ବୋଲି ଧମକ ଦେଇଥିଲେ। କୌଣସି ଉପାୟ ନପାଇ ତାଙ୍କ କଥାରେ ରାଜି ହୋଇ ଯାଇଥିଲେ ପ୍ରତାପ ।
ଅଧିକ ପଢ଼ନ୍ତୁ: ହକ୍ ପାଇଁ ଗର୍ଜୁଛନ୍ତି କନିଷ୍ଠ ଶିକ୍ଷକ, ଦାବି ଶୁଣିବେ କି ସରକାର ?
ଜାନକୀଙ୍କ କହିବା ପରେ ପ୍ରତାପ ଜାନକୀ ବଲ୍ଲଭଙ୍କ ଭିମଟାଙ୍ଗୀ ସ୍ଥିତ ଘରକୁ ଆସି ୨ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ଏହାପରେ ମଧ୍ୟ ତାଙ୍କର ଆତଙ୍କ ଥମି ନଥିଲା । ସେ ପୁଣିଥରେ ଫୋନ୍ କରି ଆହୁରି ୫ ଲକ୍ଷ ଟଙ୍କା ମାଗିଥିଲା। ପ୍ରତାପ ଅରାଜି ହେବାରୁ ଜାନକୀ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଶେଷରେ ପ୍ରତାପ କୌଣସି ଉପାୟ ନପାଇ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଏହି ମାମଲାର ଛାନଭିନ୍ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)