Advertisment

Patient Death Investigation: କୋରାପୁଟ ମେଡିକାଲରେ ୬ ରୋଗୀଙ୍କ ମୃତ୍ୟୁ ଘଟଣା, ବିଶେଷଜ୍ଞ ଟିମ୍‌ର ତନାଘନା

ଦିନକରେ କେମିତି ଗଲା ୬ ରୋଗୀଙ୍କ ଜୀବନ ? ଚାଲିଛି ତଦନ୍ତ । କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ବିଶେଷଜ୍ଞ ଟିମ୍‌ର ତନାଘନା । ଭୁଲ୍ ଇଞ୍ଜେକସନରୁ ମୃତ୍ୟୁ ନେଇ ଆସିଥିଲା ଅଭିଯୋଗ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Hospital Death Case

Hospital Death Case

କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ମୃତ୍ୟୁ ଘଟଣା । ଗୋଟିଏ ଦିନରେ ୬ ରୋଗୀଙ୍କ ମୃତ୍ୟୁ ଘଟଣାରେ ଚାଲିଛି ତଦନ୍ତ । ଗତକାଲିଠାରୁ ବ୍ରହ୍ମପୁର ଓ କଟକର ୫ ଜଣିଆ ବିଶେଷଜ୍ଞ ଟିମ୍ ଆସି ତଦନ୍ତ ଜାରି ରଖିଛନ୍ତି । ତଦନ୍ତ କାରୀ ଟିମରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରୁ ଭେଷଜ ପ୍ରଫେସର ଡାକ୍ତର ସଚିଦାନନ୍ଦ ନାୟକ, ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ହରେକୃଷ୍ଣ ଦଳେଇ ଓ ସର୍ଜରୀ ବିଶେଷଜ୍ଞ ଡାକ୍ତର ଆଇ. ଗୋପାଳ ଆସିଛନ୍ତି କଟକ ବଡ ମେଡିକାଲରୁ ସର୍ଜରୀ ପ୍ରଫେସର ହରେକୃଷ୍ଣ ମାଝୀ ଓ ଆସୋସିଏଟ୍ ପ୍ରଫେସର ଡାକ୍ତର ବି.ସ୍ୱାଗତ ସୁବୁଦ୍ଧି ଆସି ତଦନ୍ତ ଜାରି ରଖିଛନ୍ତି ।

Advertisment

ତଦନ୍ତକାରୀ ଟିମ୍ ଆଜି ତଦନ୍ତ ସାରି ଫେରିବେ ବୋଲି ସୂଚନା ମିଳିଛି। । ଗତକାଲି ମେଡିକାଲ ଯାଇ ସ୍ଥିତି ଯାଞ୍ଚ କରିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଘଟଣାରେ ତଦନ୍ତ ଚାଲିଛି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଥିଲେ । ଗତ  ୩ ତାରିଖରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ICU ରେ ୩ ଓ ୱାର୍ଡରେ ୩ ରୋଗୀଙ୍କ ମୃତ୍ୟୁ ହୋଇଛି । ଇଞ୍ଜେକସନ୍ ଦେବାର କିଛି ସମୟରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ରୋଗୀଙ୍କ ସମ୍ପର୍କୀୟ । ଏପଟେ କିନ୍ତୁ ଭୁଲ୍ ଇଞ୍ଜେକସନରୁ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଥିଲେ ମେଡିକାଲ କର୍ତ୍ତୃପକ୍ଷ । 

ଅଧିକ ପଢନ୍ତୁ : କୋରାପୁଟ ମେଡିକାଲରେ ରୋଗୀ ମୃତ୍ୟୁ ହଇଚଇ, ତଦନ୍ତ କରିବ ୫ ଜଣିଆ କମିଟି

Advertisment
Patient Death Saheed Laxman Nayak Hospital
Advertisment
Advertisment