/odishatv-khabar/media/post_attachments/uploadimage/library/16_9/16_9_0/teacher_1749196495.jpg)
teacher
ଅବହେଳିତ ପ୍ରାଥମିକ ଶିକ୍ଷକ ! ଦାବି ପାଇଁ ରାଜରାସ୍ତାରେ ଗର୍ଜୁଛନ୍ତି । ସରକାର ଉଠାନ୍ତୁ ଠିକା ବ୍ୟବସ୍ଥା । କନିଷ୍ଠ ଶିକ୍ଷକଙ୍କୁ ତୁରନ୍ତ କରନ୍ତୁ ନିୟମିତ । କୁନିକୁନି ପିଲାମାନଙ୍କ ଭବିଷ୍ୟତ ଗଢ଼ିବାକୁ ସରକାରଙ୍କ ଅନୁମତି ପାଇଥିବା ଏ ଗୁରୁମାନେ ପ୍ରଥମ ଥର ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ନୂଆ କରି ଏମାନଙ୍କୁ ନିଯୁକ୍ତି ମିଳିଛି । ହେଲେ ଠିକା ଯୋଗୁ ସରକାର ଦେଉନାହାନ୍ତି ଭଲ ଦରମା । ତେଣୁ ମାସିକ ମାତ୍ର ୧୪ ହଜାର ଟଙ୍କାରେ ଚଳିବା କଷ୍ଟକର ହେଉଛି ବୋଲି ଶିକ୍ଷକମାନେ କହିଛନ୍ତି । ତା’ ସହ ପୂର୍ବ ସରକାର ଠିକା ବ୍ୟବସ୍ଥା ଉଠାଇବାକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରିଥିବା ଅଭିଯୋଗ ଆଣିଛନ୍ତି ଶିକ୍ଷକମାନେ ।
ଅଧିକ ପଢ଼ନ୍ତୁ: ଦଳାଚକଟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୋଲିସ କମିଶନରଙ୍କ ସମେତ ACP, DCP ନିଲମ୍ବିତ
ଭୁବନେଶ୍ବର ଲୋୟର ପିଏମଜିରେ ଶୁଭୁଛି ହଜାର ହଜାର ଶିକ୍ଷକଙ୍କ ଗର୍ଜନ । ସରକାର ନିଜର କଥା ରଖି ଲିଖିତ ପ୍ରତିଶ୍ରୁତି ଦେବାକୁ ଅଡ଼ି ବସିଛନ୍ତି ଏମାନେ । ଦୁଇ ଦଫା ଦାବି ମଧ୍ୟରୁ ଗୋଟିଏ ଚାକିରି ନିୟମିତ କରିବାକୁ ଦାବି ରହିଥିବା ବେଳେ ଅନ୍ୟଟି NEP ୨୦୨୦ ଆଧାରରେ ନୂତନ ଭାବେ ଯୋଡ଼ାଯାଇଥିବା ବାଲବାଟିକା ଶ୍ରେଣୀରେ ଶିକ୍ଷାଦାନ ନିମନ୍ତେ ଆମ ଉପରେ ଚାପ ନଦେଇ ଅବିଳମ୍ବେ ଶିକ୍ଷକ ନିଯୁକ୍ତି କରାଯାଉ ବୋଲି ଦାବି କରିଛନ୍ତି କନିଷ୍ଠ ଶିକ୍ଷକ । ସେପଟେ ଧାରଣାସ୍ଥଳରେ କିଛି ଶିକ୍ଷକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ମଧ୍ୟ ଦେଖିବାକୁ ମିଳିଲାଣି ।
ରାଜଧାନୀରେ ଶିକ୍ଷକଙ୍କ ଏ ଗର୍ଜନ କିଛି ନୂଆ କଥା ନୁହେଁ । ପୂର୍ବରୁ ଅନେକ କ୍ୟାଡରର ପ୍ରାଥମିକ ଶିକ୍ଷକମାନେ ନିଜର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇ ସାରିଛନ୍ତି । ହେଲେ ରାଜ୍ୟରେ ଏବେ ନୂଆ ସରକାର ଆସିଥିବାରୁ ନିଜର ହକ୍ ପାଇବାକୁ ଆଶା ରଖିଛନ୍ତି ଏମାନେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)