Advertisment

Teacher Transfer Tension: ଶିକ୍ଷକ ବଦଳି ଚାପରେ ଚେପା ବିରୋଧୀ ବିଧାୟକ !

ଶିକ୍ଷକ ବଦଳି ଚାପରେ ଅତିଷ୍ଠ ବିରୋଧୀ ବିଧାୟକ । ବିଧାୟକମାନଙ୍କ ଘର ଆଗରେ ଶିକ୍ଷକଙ୍କ ଲମ୍ବା ଧାଡ଼ି ଲାଗୁ ଥିବାରୁ କେଉଁ 15 ଜଣଙ୍କ ନାଁ ବଦଳି ପାଇଁ ସୁପାରିସ୍ କରିବେ ତାକୁ ନେଇ ଅଡୁଆ ପରିସ୍ଥିତିରେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି କ୍ଷମତା ପ୍ରତ୍ୟାହାର ପାଇଁ ବିଜେଡି ଅନୁରୋଧ କରିଥିବା ବେଳେ ଶିକ୍ଷକ ସଂଘ ବି ବଦଳି ନିୟମ ବିରୋଧରେ ବର୍ଷିଛି ।

author-image
Namita Biswal
ଅଦ୍ୟତନ ହୋଇଛି
undefined

Teacher Transfer Tension

ବିବାଦ ଘେରରେ ଶିକ୍ଷକ ବଦଳି ନିୟମ । ଶିକ୍ଷକଙ୍କ ବଦଳି ଅନୁରୋଧ ଚାପରେ ଅତିଷ୍ଠ ବିରୋଧୀ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି କ୍ଷମତା ପ୍ରତ୍ୟାହାର ପାଇଁ ବିଜେଡି ଅନୁରୋଧ କରିଥିବା ବେଳେ ବିଜେପି ନେତାଙ୍କ ଅଦୃଶ୍ୟ ସୁପାରିଶକୁ କାର୍ଯ୍ୟକାରୀ କରି ବିରୋଧୀ ବିଧାୟକଙ୍କୁ ସଂକୁଚିତ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି । ଶିକ୍ଷକ ସଂଘ ବି ବଦଳି ନିୟମ ବିରୋଧରେ ବର୍ଷି ସରକାରଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛି । ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ରାସନାଲାଇଜେସନ୍ ଆଧାରରେ ହେଉ ବଦଳି ସୁପାରିଶ । 

Advertisment

ଆତ୍ମଘାତୀ ହେବ କି ଶିକ୍ଷକ ବଦଳି କୋଟା ? ବିଧାୟକଙ୍କ ରାଜନୈତିକ କ୍ୟାରିୟର ଉପରେ ପଡ଼ିବ କି ପ୍ରଭାବ ? ଏବେଠୁ ଆଶଙ୍କା କଲେଣି ବିରୋଧୀ ବିଧାୟକ । ବିଜେଡି ବିଧାୟକ ଗଣେଶ୍ବର ବେହେରା ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଲେଖିଲେ ଚିଠି। ନିଜ ଜିଲ୍ଲା ଭିତରେ ବିଧାୟକମାନେ ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ ବୋଲି ନିଷ୍ପତ୍ତି କଲେ ରାଜ୍ୟ ସରକାର । ହେଲେ ଏହି ବଦଳି ନିୟମ ଏବେ ବିଧାୟକମାନଙ୍କ ପାଇଁ ବୁମେରାଂ ହେବାରେ ଲାଗୁଛି । ଆଶାୟୀଙ୍କ ତାଲିକା ଲମ୍ବା । ବିଧାୟକଙ୍କ ଘରେ ବାହାରେ ସବୁଠି ଶିକ୍ଷକଙ୍କ ଭିଡ଼ । ବିଧାୟକମାନଙ୍କ ଘର ଆଗରେ ଶିକ୍ଷକଙ୍କ ଲମ୍ବା ଧାଡ଼ି ଲାଗୁ ଥିବାରୁ କେଉଁ 15 ଜଣଙ୍କ ନାଁ ବଦଳି ପାଇଁ ସୁପାରିସ୍ କରିବେ ତାକୁ ନେଇ ଅଡୁଆ ପରିସ୍ଥିତିରେ ବିଧାୟକ । 

ଅଧିକ ପଢନ୍ତୁ: ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର ପରିବର୍ତ୍ତନ: ଶୀଘ୍ର କରନ୍ତୁ ଆବେଦନ, ଏହି ଦିନ ଶେଷ ତାରିଖ...

Advertisment

କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ବର ବେହେରା ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଚିଠି ଲେଖିଛନ୍ତି । ଅନ୍ୟ କାହାରି କ୍ଷେତ୍ରରେ ନହେଲେ ବ୍ୟକ୍ତିଗତ ଭାବେ ତାଙ୍କ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରିବାକୁ ସେ ଅନୁରୋଧ କରିଛନ୍ତି । ଗଣେଶ୍ବର ଆହୁରି ସାଂଘାତିକ ଖୁଲାସା କରି କହିଛନ୍ତି, ବଦଳି ନକଲେ ଭୋଟରେ ଉଚିତ ଜବାବ ଦିଆଯିବ ବୋଲି ପରୋକ୍ଷରେ ଶିକ୍ଷକମାନେ ଧମକ ଦେଉଥିବା ସେ କହିଛନ୍ତି । 

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଏହା ହେଉଛି ସରକାରଙ୍କ କଦର୍ଯ୍ୟ ନିଷ୍ପତ୍ତି । 15 ଶିକ୍ଷକ ବଦଳି କରି ଶତ୍ରୁ ଅର୍ଜନ କରିବା କଥା ଯେଉଁଥିପାଇଁ ସେ ବଦଳି କୋଟା ବ୍ୟବହାର କରିବେ ନାହିଁ ବୋଲି ସିଧା ସିଧା ଶୁଣାଇଛନ୍ତି । ସେପଟେ ଗଣଶିକ୍ଷା ମନ୍ତ୍ରୀ ବିରୋଧୀ ବିଧାୟକଙ୍କୁ କାଉଣ୍ଟର କରି କହିଛନ୍ତି, ବିଧାୟକମାନେ ହେଲେ ଜନପ୍ରତିନିଧି । ତେଣୁ ଲୋକେ ସେମାନଙ୍କ ସମସ୍ୟା ନେଇକିଯାନ୍ତି | ଯେଉଁମାନେ କହୁଛନ୍ତି ଚାପ ପକାଉଛନ୍ତି, ତାହାଲେ ସେମାନେ ରାଜନୀତି ଛାଡି ଦିଅନ୍ତୁ।

ବଦଳି ନିୟମରେ ଶିକ୍ଷକମାନେ ବି ଅତିଷ୍ଠ । ବିଧାୟକମାନଙ୍କ ଅସହାୟତାକୁ ସେମାନେ ବୁଝି ପାରୁଛନ୍ତି । ଏମଏଲଏ କୋଟାକୁ ୧୫ରୁ ବୃଦ୍ଧି କରିବା ସହ ଜିଲ୍ଲା ବାହାର ସୁପାରିଶ କାର୍ଯ୍ୟକାରୀ କରିବାକୁ ସେମାନେ ଦାବି କରିଛନ୍ତି। ରାଜ୍ୟକୁ ଅର୍ବାନ, ସେମି ଅର୍ବାନ, ଗ୍ରାମୀଣ ଓ ଉପାନ୍ତ କ୍ଲଷ୍ଟର ଭାବେ ବିଭକ୍ତ କରାଯାଇ ବଦଳି କରିବା ଉପରେ ସେମାନେ ଜୋର ଦେଇଛନ୍ତି । ଯେଉଁଠି ପ୍ରତି କ୍ଲଷ୍ଟରରେ ଶିକ୍ଷକ ପାଞ୍ଚ ବର୍ଷ କାମ କରିବେ।

ଅଧିକ ପଢନ୍ତୁ: ୟୁନିଟ୍ -୧ରେ ବେଆଇନ ନିଶାଦ୍ରବ୍ୟର ପସରା, ଆଜି ବି ଚାଲିଛି ରେଡ୍

BJD BJP Congress Govt Teacher Odisha Politics
Advertisment
Related Articles
Advertisment