• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟକୁ ନେଇ ପୋଲିସ ଡିଜିଙ୍କ ବଡ଼ ସୂଚନା । ଛତିଶଗଡ଼ରୁ ନଦୀ ପାର ହୋଇ ଓଡ଼ିଶାରେ ପଶୁଥିଲେ ମାଓବାଦୀ । ଡଙ୍ଗାରେ ସାବେରୀ ନଦୀ ପାର ହୋଇ ଜିନ୍ଦଲଗୁଡ଼ାରେ ପଶିବା ବେଳେ, ସୁରକ୍ଷାକର୍ମୀଙ୍କ ସହ ହୋଇଥିଲା ଗୁଳି ବିନିମୟ । ମାଲକାନଗିରି ଜିଲ୍ଲା ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ହୋଇଥିବା ଏହି ଗୁଳି ବିନିମୟରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି ।

ଏଥିରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଏବେବି ଜାରି ରହିଛି । ଯବାନଙ୍କ ଗୁଳିରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି । ଘଟଣାସ୍ଥଳରେ ଅପରେସନ ଜାରି ରହିଛି ।

ଏସଂପର୍କରେ ସୂଚନା ଦେବା ସହ ମାଓବାଦୀଙ୍କୁ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ୍ କରିଛନ୍ତି ଡିଜିପି ୱାଇ.ବି. ଖୁରାନିଆ । ଗତ କିଛିଦିନ ତଳେ ମାଓବାଦୀଙ୍କୁ ମୂଳପୋଛ କରିବା ପାଇଁ କହିଥିଲେ ଡିଜି । ଆସନ୍ତା ୨୦୨୬ ସୁଦ୍ଧା ରାଜ୍ୟରେ ମୂଳପୋଛ ହେବେ ମାଓବାଦୀ । ଗତ କିଛିଦିନ ତଳେ ଏପରି ସୂଚନା ଦେଇଥିଲେ ପୋଲିସ ଡିଜି ୱାଇ.ବି.ଖୁରାନିଆ ।

ଅଧିକ ପଢ଼ନ୍ତୁ: ‘ସେମାନେ ମୋତେ ମାରି ବାଇ-ଇଲେକ୍ସନ ଯୋଜନାରେ ଥିଲେ’: ହିମାଂଶୁ ସାହୁ

ନକ୍ସଲ ଅଧ୍ୟୁଷିତ ଜିଲ୍ଲାର ଜିଲ୍ଲା ଏସପି ମାନଙ୍କ ସହ ଆଲୋଚନା ବେଳେ ଏପରି କହିଥିଲେ ଡିଜିପି । ବିଭିନ୍ନ ରେଞ୍ଜ ଡିଆଇଜି ଏବଂ ଆଇଜି ମାନଙ୍କ ସହ ମଧ୍ୟ ସ୍ଥିତି ସମୀକ୍ଷା କରିଥିଲେ ଡିଜିପି । ସେ କହିଛନ୍ତି, ଆଗାମୀ ଦିନରେ ଆଣ୍ଟି ନକ୍ସଲ ଅପରେସନ କାର୍ଯ୍ୟକ୍ରମକୁ ତ୍ୱରିତ କରିବା ନେଇ ଆଲୋଚନା ହୋଇଛି । ଆଶା ରହିଛି ୨୦୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ନକ୍ସଲ ମୂଳପୋଛ ହେବ ।

ଗୃହମନ୍ତ୍ରୀ ଅମିତ ଶାହ ବି ଟାର୍ଗେଟ ଦେଇଛନ୍ତି ନକ୍ସଲ ମୂଳ ପୋଛ ପାଇଁ । ଓଡ଼ିଶା ପୋଲିସ ନକ୍ସଲ ଦମନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି । ରାଷ୍ଟ୍ରୀୟ ସ୍ତରରେ ଆମକୁ ମାନ୍ୟତା ମିଳିଛି । ଆମେ ସେ କାମକୁ ଆହୁରି ଆଗକୁ ନେବୁ । ଯେଉଁ ଜିଲ୍ଲାରେ ସମସ୍ୟା ଅଛି ସେ ଜିଲ୍ଲା ଗୁଡ଼ିକ ବିଷୟରେ ଆଲୋଚନା ହେଇଛି ଓ ଖବର ନିଆଯାଇଛି, ସେ ସମସ୍ୟା ସମାଧାନ ହେବ । ଆଗାମୀ ଦିନରେ ନକ୍ସଲ ଅପରେସନ ଜୋରଦାର କରାଯିବ ବୋଲି କହିଥିଲେ ଡିଜିପି ।

ଅଧିକ ପଢ଼ନ୍ତୁ: ଆକ୍ରମଣ ଘଟଣାକୁ ନେଇ ଏମିତି କହିଲେ ବିଧାୟକ ହିମାଂଶୁ ସାହୁ...

OTV is now on Whatsapp

Join and get latest news update delivered to you via whatsapp

Join Now