Advertisment

Journalist Body Found In Tank: ଦୁର୍ନୀତିକୁ ପଦାକୁ ଆଣିଲେ ସାମ୍ବାଦିକ; ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡ଼ି ଦେଲେ କଣ୍ଟ୍ରାକ୍ଟର...

ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ପୋଲିସ ସୁରେଶ ଚନ୍ଦ୍ରକାର ନାମକ ଠିକାଦାର ଘରେ ଶୁକ୍ରବାର ଚଢ଼ଉ କରିବା ପରେ ପାଇଖାନା ଟାଙ୍କିରୁ ମୁକେଶଙ୍କର ମୃତଦେହ ମିଳିଥିଲା।

author-image
Sujit kumar Swain
ଅଦ୍ୟତନ ହୋଇଛି
Journalist Body Found In Tank

Journalist Body Found In Tank

ଦୁର୍ନୀତିକୁ ସାମ୍ନାକୁ ଆଣିଲେ ସାମ୍ୱାଦିକ...ତାଙ୍କୁ ଅପହରଣ କଲେ ଠିକାଦାର...ପରେ ୨୮ ବର୍ଷର ଏହି  ସାମ୍ବାଦିକଙ୍କୁ ନିର୍ମମ ଭାବେ ହତ୍ୟା କଲେ...ଶେଷରେ ହତ୍ୟା କରି ପାଇଖାନା ଟାଙ୍କି ଭିତରେ ଫୋପାଡ଼ି ଦେଲେ। ଏମିତି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ। 

Advertisment

ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ପୋଲିସ ସୁରେଶ ଚନ୍ଦ୍ରକାର ନାମକ ଠିକାଦାର ଘରେ ଶୁକ୍ରବାର ଚଢ଼ଉ କରିବା ପରେ ପାଇଖାନା ଟାଙ୍କିରୁ ମୁକେଶଙ୍କର ମୃତଦେହ ମିଳିଥିଲା। ନୂଆବର୍ଷ ତଥା ଜାନୁଆରରୀ ୧ରେ ଅଚାନକ ନିଖୋଜ ହୋଇଯାଇଥିଲେ ମୁକେଶ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା। ଫୋନ୍‌ ସୁଇଚ୍ ଅଫ୍‌ ଥିବାରୁ ପରିବାର ଲୋକ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଠିକାଦାରମାନେ ନକ୍ସଲଙ୍କୁ ବ୍ୟବହାର କରି ଅପହରଣ କରିଥାଇପାରନ୍ତି ବୋଲି ମୁକେଶଙ୍କ ଭାଇ ସୁକେଶ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ବିଜାପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ଅଧିକ ପଢ଼ନ୍ତୁ: ଆମ ଝିଅ ନିଜେ ମରିନି, ତାକୁ କିଏ ମାରି ଦେଇଛି...

ସୂଚନାଯୋଗ୍ୟ ଯେ, ବିଜାପୁର ଅଞ୍ଚଳରେ କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ କାମ ଚାଲିଛି। ପୂର୍ତ୍ତ ବିଭାଗ ଦ୍ବାରା ଶହେ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ମୁକେଶ ନିଜ ୟୁଟ୍ୟୁବ୍‌ ଚ୍ୟା‌ନେଲ୍‌ରେ ଖବର ପ୍ରସାରଣ କରିଥିଲେ। ଏହା ପରେ ପୂର୍ତ୍ତ ବିଭାଗ ମନ୍ତ୍ରୀ କମିଟି ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ସମୟରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ନିମ୍ନମାନର ଥିବା ଟିମ୍‌ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲା। ଯାହାକୁ ନେଇ ଠିକାଦାର ରକ୍ତମୁଖା ହୋଇ ଉଠିଥିଲେ। ଜାନୁଆରୀ ୧ରେ ମୁକେଶଙ୍କୁ ଠିକାଦାର ଅପହରଣ କରିବା ପରେ ହତ୍ୟା କରିଥିଲେ।

Advertisment

ତେବେ ଏହି ଘଟଣାରେ ସୁରେଶ ଚନ୍ଦ୍ରକାରଙ୍କ ଭାଇ ଦୀନେଶ ଚନ୍ଦ୍ରକାର ଏବଂ ରିତେଶ ଚନ୍ଦ୍ରକାରଙ୍କ ସମେତ ଏପର୍ଯ୍ୟନ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି। ସୁରେଶ ଏପର୍ଯ୍ୟନ୍ତ ଫେରାର ଥିବା ସୂଚନା ରହିଛି। କଣ୍ଟ୍ରାକ୍ଟର ସର୍କଲରେ ଅନେକ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି ବୋଲି ପୋଲିସ କହିଛି।

ମୁକେଶଙ୍କ ମୃତ୍ୟୁ ସାମ୍ବାଦିକତା ତଥା ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ସମବେଦନା ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ: ମଣପୁରମ୍ ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି, ୩୦ କେଜି ସୁନା ଧରି ଚମ୍ପଟ ମାରିଲେ ଲୁଟେରା

Crime News Chhattisgarh Journalist Corruption
Advertisment
Advertisment