/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669344804.jpg)
Sradhanjali Behera
ନାଗ ଫାଶର କଳା ସାମ୍ରାଜ୍ୟ ଓ ଆର୍ଥିକ କାରବାରର ଗୁମର ଖୋଲିବାକୁ ଇଡିର ଖୋଲତାଡ଼ । ଆଜି ଦ୍ୱିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଅର୍ଚ୍ଚନା ନାଗ ଙ୍କ ନିକଟତମ ସହଯୋଗୀ ବ୍ଲାକମେଲିଂ ପାର୍ଟନର କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କଠୁ ଆହୁରି ତଥ୍ୟ ଓଗାଳିବ ଇଡି ।
ପୂର୍ବରୁ ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସହ ଆମ୍ନାସାମ୍ନା ଜେରା ପରେ ଆଜି ପୁଣି ଥରେ ତାଙ୍କୁ ପଚରାଉଚରା କରୁଛି ଇଡି । ପୂର୍ବ ଜେରାରୁ ମିଳିଥିବା ତଥ୍ୟ ଓ ୩ କୋଟି ବ୍ଲାକମେଲିଂର ଅସଲ କାରଣ ଖୋଜାଯିବ । ସବୁଠୁ ବଡ଼ କଥା ହେଉଛି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ଆଣିବାକୁ ସଜବାଜ ହେଉଛି ତଦନ୍ତକାରୀ ସଂସ୍ଥା । ତେଣୁ ତା ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କୁ ଡାକି ପଚରାଉଚରା ବେଶ୍ ଗୁରୁତ୍ୱବହନ କରୁଛି ।
ଅଧିକ ପଢ଼ନ୍ତୁ: ନାଗଲୋକର ରହସ୍ୟ ଭେଦିବାକୁ ଆକ୍ସନ ମୋଡ୍ରେ ED ! ଖୋଳୁଛି ହନିଟ୍ରାପ୍ର ଗୁପ୍ତ ସୁଡ଼ଙ୍ଗ
ସେପଟେ ଗତକାଲି ବ୍ୟବସାୟୀ ଗଙ୍ଗାଧର ସାମଲଙ୍କୁ ୧୨ ଘଣ୍ଟା ଜେରା ପରେ ଛାଡ଼ିଥିଲା ଇଡି । ଅର୍ଚ୍ଚନାଙ୍କ ସହ ତାଙ୍କର ୩୫ ଲକ୍ଷ ନେଣଦେଣ ହୋଇଥିବା ତଥ୍ୟ ମିଳିବା ପରେ ତାଙ୍କୁ ସମନ କରାଯାଇଥିଲା । ୧୨ ଘଣ୍ଟା ଜେରା ପରେ ଇଡି ଅଫିସରୁ ବାହାରି ଗଙ୍ଗାଧର କହିଛନ୍ତି, ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ କାର୍ ଲାଗି ୩୫ ଲକ୍ଷ ୧୧ ହଜାର ଟଙ୍କା ଦେଇ ବୁକିଂ କରିଥିଲେ । ମାତ୍ର ପରେ ଆୟକର ସମସ୍ୟା ଦେଖାଇ ବୁକିଂ ବାତିଲ୍ କରିଥିଲେ । ସେହି ବୁକିଂ ଟଙ୍କା ତାଙ୍କୁ ଫେରସ୍ତ ମଧ୍ୟ କରାଯାଇଥିଲା ବୋଲି ଗଙ୍ଗାଧର ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)