Advertisment

Bizarre Incident: କ୍ରୁରତାର ସବୁ ସୀମା ଟପିଲେ କଳାକାର; ମଞ୍ଚ ଉପରେ ଖାଇଲେ ଜୀଅନ୍ତା ଘୁଷୁରି

ବର୍ବର...ବିଭତ୍ସ...ମଞ୍ଚ ଉପରେ କଳା ନାଁରେ କଳଙ୍କ ବୋଳି ଦେଲେ କଳାକାର। ଜୀବନ୍ତ ଅଭିନୟର ନିଶା ଏମିତି ଚଢ଼ିଛି ଯେ ମଣିଷତ୍ବର ସବୁ ସୀମା ଯେମିତି ଟପିଯାଇଛନ୍ତି କଳାକାର।

author-image
Sujit kumar Swain
ଅଦ୍ୟତନ ହୋଇଛି
Bizarre Incident

Bizarre Incident

ମଞ୍ଚ ଉପରେ ଜୀଅନ୍ତା ଘୁଷୁରି ଖାଇଗଲେ, ବିଷଧର ସାପ ଖେଳାଇଲେ। ଶୁଣିବା ମାତ୍ରକେ ଦେହ ଶିହରି ଉଠୁଥିଲେ ବି ବିଡ଼ମ୍ବନା, ଜୀବନ୍ତ ଅଭିନୟ ଆଳରେ ମଞ୍ଚ ଉପରେ ପଶୁ ପ୍ରତି କଳାକାରଙ୍କ କ୍ରୁର ପ୍ରଦର୍ଶନ ଦେଖିବାକୁ ମିଳିଛି ଆମରି ରାଜ୍ୟରେ। ଗଞ୍ଜାମ ହିଞ୍ଜିଳି ବ୍ଲକ୍ ରାଳବ ଗାଁରେ। ନାଟକର ଦୃଶ୍ୟ ଭାଇରାଲ୍ ହେବା ପରେ ଏବେସବୁଠି ଉଦବେଗ। ତେଜିଛି ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବି। 

Advertisment

ନୃଶଂସତାର ଶେଷ ସୀମା । ବର୍ବର...ବିଭତ୍ସ...ମଞ୍ଚ ଉପରେ କଳା ନାଁରେ କଳଙ୍କ ବୋଳି ଦେଲେ କଳାକାର। ଘଟଣାର ବର୍ଣ୍ଣନା ବି ହୁଏତ ଆପଣଙ୍କୁ ବିଚଳିତ କରିପାରେ। ହେଲେ ଜୀବନ୍ତ ଅଭିନୟର ନିଶା ଏମିତି ଚଢ଼ିଛି ଯେ ମଣିଷତ୍ବର ସବୁ ସୀମା ଯେମିତି ଟପିଯାଇଛନ୍ତି କଳାକାର। ଏମିତି ଘଟିଛି ଗଞ୍ଜାମ ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ରାଳବ ଗାଁର ଯାତ୍ରାମଂଚ। ରାମାୟଣ କଥାବସ୍ତୁ ଉପରେ ନାଟକ। କିନ୍ତୁ ବୀରାୟୁଧ ରାକ୍ଷସର କ୍ରୁରତାକୁ ଜୀବନ୍ତ କରିବାକୁ ଯାଇ ଅସୁରବେଶୀ କଳାକାର କେତେବେଳେ ବିଷଧର ସାପ ଖେଳାଉଥିଲେ, ତ ପୁଣି ରାକ୍ଷସଠୁ ବଳି ମଂଚ ଉପରେ ଜୀଅନ୍ତା ଘୁଷୁରିକୁ କଲବଲ କରି ଖାଇଲେ। ପୁଣି ଜଣେ ନୁହେଁ, ଦୁଇ ଜଣ ନୁହେଁ ରାକ୍ଷସ ଅଭିନୟରେ ଥିବା 5ରୁ 6 କଳାକାର। ସବୁଠୁ ଉଦବେଗର କଥା ନାଟକ ପ୍ରଦର୍ଶନ ଆଳରେ ମଂଚ ଉପରେ ଏ ଜଘନ୍ୟ କାଣ୍ଡ ଚାଲିଥିଲେ ବି ଉପସ୍ଥିତ ଦର୍ଶକ ଯେମିତି ନିରବଦ୍ରଷ୍ଟା ସାଜିଥିଲେ, ଉପଭୋଗ କରି ଚାଲିଥିଲେ। ଆଉ ଏବେ ଭିଡିଓଟି ଭାଇରାଲ୍ ହେବା ପରେ ସବୁଠି ଉଦବେଗ ଛି ଛି।

ଅଧିକ ପଢ଼ନ୍ତୁ: ପ୍ରେମିକା ଦେଲା ପ୍ରେମର ପ୍ରମାଣ; ନୂଆ ପ୍ରେମିକକୁ ଖୁସି କରିବାକୁ ପୂର୍ବତନ ପ୍ରେମିକକୁ ଏସିଡ୍ ଫିଙ୍ଗିଲା 

Advertisment

ଇଏ କି ପ୍ରକାର ଅଭିନୟ, କି ପ୍ରକାର କଳା ପ୍ରଦର୍ଶନ। ରାକ୍ଷସ ଅଭିନୟ କରିବାକୁ ହେଲେ କଣ ଜଣଙ୍କୁ ଆକ୍ଷରିକ ରାକ୍ଷସ ହେବାକୁ ପଡ଼ିବ ? ସର୍ବସମ୍ମୁଖରେ ଜୀବପ୍ରତି ଏଭଳି ନିଷ୍ଠୁର ଆଚରଣ ପ୍ରଦର୍ଶନ ପାଇଁ କେଉଁଠୁ ଆସିଲା ଏ ସାହସ ? ପଶୁପ୍ରେମୀ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ବେଳେ, ଆଇନଜୀବୀ ମଧ୍ୟ ଏହା ଜୀବ ନିଷ୍ଠୁରତା ଏବଂ ବନ୍ୟପ୍ରାଣୀ ନିୟମର ଖୋଲା ଉଲ୍ଲଂଘନ ବୋଲି କହିଛନ୍ତି। ସଂସ୍କୃତି ବିଷାରଦ ମଧ୍ୟ ନାଟକର ଏଭଳି ଅଧୋପତନରେ ଉଦବେଗ ପ୍ରକାଶ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ଏପଟେ ଜୀବଜନ୍ତୁଙ୍କ ପ୍ରତି କ୍ରୁରତାର ଆଉ ଏକ ଘଟଣା । ବାରିପଦା ଦେଇ ଯାଇଥିବା 18 ନମ୍ବର ଜାତୀୟ ରାଜପଥରେ ଏକ ଚାରି ଚକିଆ ଗାଡ଼ିରେ କେହି ନିର୍ଦ୍ଦୟ ଡ୍ରାଇଭର  କୁକୁରକୁ ଘୋଶାରି ଘୋଷାରି ନେବା ବେଳେ ପଛରେ କାରରେ ଯାଉଥିବା ଏକ ପରିବାର ଭିଡିଓଟିକୁ ଉତ୍ତୋଳନ କରି ଛାଡ଼ିଛନ୍ତି। ତେବେ କୁକୁରଟି ମରିଯାଇଥିଲା କି ଜୀଅନ୍ତା ଅବସ୍ଥାରେ ଘୋଷାରି ନିଆଯାଉଥିଲା ତାହା ସ୍ପଷ୍ଟ ହୋଇନଥିଲା ବେଳେ ଡ୍ରାଇଭର ଜଣଙ୍କ କିଭଳି ଏମିତି କ୍ରୁର ଆଚରଣ କଲେ ତାହା ହିଁ ବଡ଼ ପ୍ରଶ୍ନ।

ଜୀବଙ୍କ ପ୍ରତି ଏଭଳି ନିଷ୍ଠୁର ଆଚରଣକୁ ନେଇ ଉଦବେଗ ସୃଷ୍ଟି ହୋଇଥିଲା ବେଳେ ରାଳବ ଯାତ୍ରା ମଂଚରେ କ୍ରୁରତା ଘଟଣାରେ ହିଞ୍ଜିଳି ବନାଞ୍ଚଳ ପକ୍ଷରୁ ତନାଘନା 
ଆରମ୍ଭ ହୋଇଛି। ତାସହିତ ନାଟକ ପରିବେଷଣ କରୁଥିବା ଖଲିକୋଟ ଚିକିଲି ଅଞ୍ଚଳ ତିନି ଜଣଙ୍କୁ ଏନେଇ ଅଟକ ରଖାଯାଇଥିବା ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ: ଅସହ୍ୟ ହେଲା ପ୍ରେମିକର ନିର୍ଯାତନା; ଜୀବନ ହାରିଲେ ୨୫ ବର୍ଷୀୟ ପାଇଲଟ  

Ganjam Pig Actors
Advertisment
Advertisment