Advertisment

Vigilance Raid In Odisha: ଯନ୍ତ୍ରୀଙ୍କ ଘରୁ ମିଳିଲାଣି ୧ କେଜି ସୁନା, ନଗଦ ୧୩ ଲକ୍ଷ ଟଙ୍କା

ଆଜି ସକାଳୁ ହିଁ ତାଙ୍କ ଡେପୁଟି ଜେନେରାଲ୍ ମ୍ୟାନେଜର୍ ସୁବାସ ଚନ୍ଦ୍ର ପଣ୍ଡାଙ୍କ ୪ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଆଉ ଘଣ୍ଟା କେଇଟା ମଧ୍ୟରେ ଯାହା ମିଳିଛି ତାହା ବୋଧେ ଆଗକୁ କେତେ ହେବ ତା’ର ଏକ ଝଲକ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Vigilance Raids Properties Of Subhash Chandra Panda, DGM of OPHWC's Berhampur Division

ଯନ୍ତ୍ରୀଙ୍କ ଘରୁ କେଜିଏ ସୁନା

୧୦୦ କି ୨୦୦ ଗ୍ରାମ ନୁହେଁ ୪୦୦ କି ୫୦୦ ଗ୍ରାମ ନୁହେଁ । ରେଡ୍ ବେଳେ ଭିଜିଲାନ୍ସକୁ ମିଳିଛି ଏକ କେଜିରୁ ଅଧିକ ସୁନା ଅଳଙ୍କାର । ଓଡ଼ିଶା ପୋଲିସ୍ ହାଉସିଂ ୱେଲଫର୍ କର୍ପୋରେସନ୍‌ର ବ୍ରହ୍ମପୁର ଡିଭିଜନର DGMଙ୍କ ଘରୁ ମିଳିଛି ଏତେ ସାରା ସୁନା । ଆଉ ଏହାକୁ ଦେଖି ଭିଜିଲାନସର ଆଖି ଟେରା ।

Advertisment

ଆଜି ସକାଳୁ ହିଁ ତାଙ୍କ ଡେପୁଟି ଜେନେରାଲ୍ ମ୍ୟାନେଜର୍ ସୁବାସ ଚନ୍ଦ୍ର ପଣ୍ଡାଙ୍କ ୪ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଆଉ ଘଣ୍ଟା କେଇଟା ମଧ୍ୟରେ ଯାହା ମିଳିଛି ତାହା ବୋଧେ ଆଗକୁ କେତେ ହେବ ତା’ର ଏକ ଝଲକ । ସୁବାସ ବାବୁଙ୍କର ସୁନା ପ୍ରତି ଥିଲା ଅହେତୁକ ଦୁର୍ବଳତା । ଘରର ଯେଉଁଠି ହାତ ମାରିଲେ ସେଠୁ ବାହାରୁଛି ସୁନା ଆଉ ସୁନା । ଭୁବନେଶ୍ବର ଆଇଗିଣିଆ ଘରେ ରେଡ୍ ବେଳେ ବାବୁଙ୍କ ମିଳିଛି ପୁଳା ପୁଳା ସୁନା ଅଳଙ୍କାର । ସୁନା ଚେନ୍, ଲକେଟ, ମୁଦି, ଚୁଡ଼ି ଏମିତି ଅନେକ କିଛି ।

ଅଧିକ ପଢ଼ନ୍ତୁ:ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ, ଏକକାଳୀନ ୧୦ଟି ସ୍ଥାନରେ ଚଢାଉ

Advertisment

ସେହପରି ତିନି ମହଲା ଘରେ ଆଲିଶାନ୍ ସାମଗ୍ରୀର ଲିଷ୍ଟ ବି ବହୁତ ଲମ୍ବା । ଭୁବନେଶ୍ବର ବରିମୁଣ୍ଡରେ ୨ ମହଲା କୋଠା, ଭୁବନେଶ୍ବରରେ ୪ଟି ବହୁମୂଲ୍ୟ ପ୍ଲଟର ହିସାବ ମିଳିଛି । ସେହିପରି ୧୩ ଲକ୍ଷ ଟଙ୍କା, ଗୋଟିଏ କ୍ରେଟା ଓ ଆଉ ଗୋଟିଏ ବେନାମୀ କାର୍ ବି ଠାବ ହୋଇଛି ।

ସୂଚନା ଅନୁସାରେ ଆଜି ସକାଳେ OPHWC ବ୍ରହ୍ମପୁର ଡିଭିଜନ୍‌ର ଡେପୁଟି ଜେନେରାଲ୍ ମ୍ୟାନେଜର୍ ସୁବାଷ ଚନ୍ଦ୍ର ପଣ୍ଡା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ସୁବାଷଙ୍କ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୫ ଜଣ ଡିଏପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମକାରୀ ସାମିଲ ହୋଇଛନ୍ତି ।

ସେପଟେ କାମାକ୍ଷାନଗର ଉପ ଜିଲ୍ଲାପାଳଙ୍କ ଘରେ ମଧ୍ୟ ରେଡ୍‌ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି ।

ଅଧିକ ପଢ଼ନ୍ତୁ:୨୧ ବର୍ଷର ଯୁବକର ବର୍ବର କାଣ୍ତ: ସ୍କୁଲରେ କଲା ଛୁରାମାଡ଼; ୮ ମୃତ, ୧୭ ଆହତ 

ଭୁବନେଶ୍ୱର, ଭଦ୍ରକ, ମୟୂରଭଞ୍ଜଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଚଢାଉରେ ୭ ଡିଏସପି, ୩ ଜଣ ଇନସପେକ୍ଟର ଏବଂ ୮ ଜଣ ଆଇଆଇସି ସାମିଲ ଅଛନ୍ତି । ଉପଜିଲ୍ଲାପାଳଙ୍କର ଭୁବନେଶ୍ୱର ଝାରପଡ଼ାରେ ୩ ମହଲା କୋଠା, ଭଦ୍ରକ କୁଆଁଶରେ ୩ ମହଲା କୋଠା, ଭଦ୍ରକ ଗେଲପୁରରେ ଏକ ଦୁଇ ମହଲା ବିଶିଷ୍ଟ କୋଠା ଥିବା ସୂଚନା ମିଳିଛି । ସେ ଆଦିବାସୀ ଜମି ପଟ୍ଟା ନାଁରେ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ମାତ୍ର ଏନେଇ ଭିଜିଲାନ୍ସ ପକ୍ଷରୁ ସଂପୂର୍ଣ୍ଣ ବିବରଣୀ ଦିଆଯାଇନାହିଁ ।

Bhubaneswar Vigilance Raid
Advertisment
Advertisment