/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731898625.jpg)
Vigilance Raid
ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ ଟିମ୍। ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ରେଡ ହୋଇଛି। ସରକାରୀ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢାଉ ଚାଲିଛି।
ଭିଜିଲାନ୍ସ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଭୁବନେଶ୍ୱର ଝାରପଡାସ୍ଥିତ ଦୁଇଟି ତିନି ମହଲା ଘର, ଭଦ୍ରକ କୁଆଁସରେ ଥିବା ତିନିମହଲା ଘର, ଭଦ୍ରକ ଗେଲପୁରରେ ଥିବା ଦୁଇ ମହଲା ଘର, ଭଦ୍ରକ କପାଗାଡ଼ିଆ ସ୍ଥିତ ପୈତୃକ ବାସଭବନରେ ଚଢାଉ ହୋଇଛି। ଏଥିସହ ଭଦ୍ରକ ବାରୁଆଣିରେ ଥିବା ସମ୍ପର୍କୀୟଙ୍କ ଘର, ଭଣ୍ଡାରିପୋଖରୀ ଓ ମୟୁରଭଞ୍ଜ ଧଳପୁରସ୍ଥିତ ସହଯୋଗୀଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି l
ସମୁଦାୟ ୧୦ ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ୭ DSP, ୩ ଇନ୍ସପେକ୍ଟର, ୮ SI ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଛନ୍ତି। ସେ ଆଦିବାସୀ ଜମି ପଟ୍ଟା ନାଁରେ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ମାତ୍ର ଏନେଇ ଭିଜିଲାନ୍ସ ପକ୍ଷରୁ ସଂପୂର୍ଣ୍ଣ ବିବରଣୀ ଦିଆଯାଇନାହିଁ।
#ଉପଜିଲ୍ଲାପାଳଙ୍କ_ଘରେ_ଭିଜିଲାନ୍ସ
-କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍
-ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ରେଡ୍
-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍
-ଅଫିସ, ସରକାରୀ କ୍ବାର୍ଟସ୍ ସମେତ ୧୦ଟି ସ୍ଥାନରେ ଏକକାଳୀନ ରେଡ୍#VigilanceRaid#SubCollector#Kamakhyanagar#OTVpic.twitter.com/iJqlSWVu5j— ଓଟିଭି (@otvkhabar) November 18, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)