• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ହକି ବିଶ୍ୱକପ ପାଇଁ କୋଭିଡ୍ ସଂକ୍ରମଣକୁ ନେଇ ଚିନ୍ତାରେ ସରକାର। ଆଉ ଆଶଙ୍କାରେ ଲୋକେ କାହିଁକି ନା ବିଦେଶରେ ବଢୁଛି ସଂକ୍ରମଣ। ସେଲିବ୍ରେସନ ଆଉ ଗହଳି ଭିତରେ କେମିତି ନିୟନ୍ତ୍ରଣରେ ରଖିବେ ସ୍ଥିତି? ତାକୁ ନେଇ ଅଲଗା ଅଲଗା ଭାବେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ। ସ୍ଥିତି ଉପରେ କଡା ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟବାସୀ ମାସ୍କ ପିନ୍ଧିବା ସହ ଗହଳି ସ୍ଥାନରେ କୋଭିଡ ସର୍ତ୍ତାବଳୀ ମାନିବାକୁ ନିବେଦନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

ବିଶ୍ୱକପ ବେଳେ ଭୁବନେଶ୍ୱର କୁ ସିଧାସଳଖ ଆନ୍ତର୍ଜାତିକ ଫ୍ଲାଇଟ ନଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକ ଦିଲ୍ଲୀରୁ ଟେଷ୍ଟ ହୋଇ ଓଡିଶା ଆସିବେ। ତଥାପି କଡା ସର୍ଭିଲାନ୍ସ ପାଇଁ କଟକ, ଭୁବନେଶ୍ୱର, ରାଉରକେଲା, ସୁନ୍ଦରଗଡଝାରସୁଗୁଡ଼ା ରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ ନିୟୋଜିତ ହେବେ।ଏହା ସହ ଷ୍ଟାଡିୟମ ଭିତରେ ମଧ୍ୟ ଥର୍ମାଲ ସ୍କ୍ରିନିଂ ସହ ଟେଷ୍ଟିଂ ପାଇଁ ସ୍ବାସ୍ଥ୍ୟ ବିଭାଗର ଟିମ୍ ରଖାଯିବା ନେଇ ଆଲୋଚନା ହୋଇଛି।

ଅନ୍ୟପଟେ ରାଜ୍ୟରେ ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ସବୁ ମେଡିକାଲ କଲେଜରେ ୧୫ଟି ଲେଖାଏଁ ଅକ୍ସିଜେନ ବେଡ୍ ସହ ୫ଟି ଲେଖାଏ ଆଇସିୟୁ ବେଡ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୫ ଦିନ ମଧ୍ୟରେ କଟକ ବଡ଼ ମେଡିକାଲ ରେ ଜିନମ ସିକ୍ୟୁଏନ୍ସି ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଅନ୍ୟପଟେ ସ୍ୱାସ୍ଥ୍ୟ ସଚିବଙ୍କ କହିବା କଥା ବିଏଫ୍. ୭ ଓମିକ୍ରନର ଏକ ସବ ଭାରିଏଣ୍ଟ। ଓମିକ୍ରନର ପ୍ରଭାବ ତୃତୀୟ ଲହରରେ କମ ଦିନ ପାଇଁ ଥିଲା ଏବଂ ହସ୍ପିଟାଲାଇଜେନ ରେଟ ମଧ୍ୟ କମ ଥିଲା। ମୁକାବିଲା ପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ।

ଅଧିକ ପଢ଼ନ୍ତୁ: ହକି ବିଶ୍ୱକପ୍ ପାଇଁ ବିପଦରେ ସୁନ୍ଦରଗଡ଼ର ୧୫ ହଜାର ଶ୍ରମିକଙ୍କ ଦାନାପାଣି

ପଟେ କୋଭିଡ୍ ଟାସ୍କ ଫୋର୍ସ ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ବୁଷ୍ଟର ଡୋଜ ନେଇଥିଲେ ଆଉ ନେଇପାରିବେନି ନାଭାଲ୍ ଭ୍ୟାକସିନ। ଯେଉଁମାନେ ତୃତୀୟ ବା ପ୍ରିକସନ କୋଭିଡ୍ ଟୀକା ନେଇ ସାରିଛନ୍ତି, ସେମାନେ ନାଜାଲ ଭ୍ୟାକସିନ ନେଇପାରିବେ ନାହିଁ ଅର୍ଥାତ ନାଜାଲ ଭ୍ୟାକସିନ ପ୍ରଥମ ବୁଷ୍ଟର ଡୋଜ ଭାବେ ବ୍ୟବହାର କରାଯାଇପାରିବ। ଆସନ୍ତା ଜାନୁଆରୀ ଶେଷ ସପ୍ତାହରେ ଦେଶରେ ଉପଲବ୍ଧ ହେବ। ନାଜାଲ ଭ୍ୟାକସିନ ଘରୋଇ ହସ୍ପିଟାଲ୍‌ରେ ଏହି ଭ୍ୟାକସିନର ଦାମ ୮ ଶହ ଟଙ୍କା ଓ ସରକାରୀ ହସ୍ପିଟାଲରେ ଡୋଜ୍ ପିଛା ୩୨୫ ଟଙ୍କାରେ ମିଳିବ। ୧୮ ବର୍ଷରୁ ଉର୍ଦ୍ଧ୍ୱ ଏହି  ଭ୍ୟାକସିନ ପାଇଁ କୋ ଓ୍ବିନ ପ୍ଲାଟଫର୍ମରେ ବୁକିଂ କରିପାରିବେ।

(କଟକରୁ ବିଶ୍ୱଜିତ ଆଚାର୍ଯ୍ୟ, ଭୁବନେଶ୍ୱରରୁ ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ)