/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749918846.jpg)
Kishore Biyani
ପାଣ୍ଟାଲୁନ୍ ସହ ଫ୍ୟାସନ ରିଟେଲରେ ସଫଳତା ପାଇବା ପରେ କିଶେ।ର ବିୟାନୀ ରିଟେଲ ବଜାର ଉପରେ କବଜା କରିବାକୁ ଲକ୍ଷ୍ୟ ରଖି ଆରମ୍ଭ କଲେ ବିଗ ବଜାର । ବିଗବଜାର ଓ ପାଣ୍ଟାଲୁନର ପ୍ରତିଷ୍ଠାତା କିଶେ।ର ବିୟାନୀଙ୍କୁ କେବେ ଭାରତର ରିଟେଲ କିଙ୍ଗ କୁହାଯାଉଥିଲା ।
କାରଣ ତାଙ୍କର ରିଟେଲ ଷ୍ଟେ।ରର ଚେନ୍ ଅଧିକ ଲାଭ କଲା । ଅନେକ ସମୟରେ ଦୈନିକ ଆୟ ୩୦କେ।ଟି ବା ତାଠାରୁ ଅଧିକ ଥିଲା । କିନ୍ତୁ ଗେ।ଟିଏ ଭୁଲ କିଶେ।ର ବିୟାନୀଙ୍କ ଦ୍ବାରା ତିଆରି ହେ।ଇଥିବା ରିଟେଲ ସାମ୍ରାଜ୍ୟକୁ ଭୁଶୁଡାଇ ଦେଇଥିଲା । ସେ ଦେବାଳିଆ ହେଇଗଲେ । ଆଉ ଦୁନିଆ ଦେଖିଲା କିଶେ।ର ବିୟାନୀଙ୍କ ବିଫଳତାର କାହାଣୀ । ରାତାରାତି ବୁଡିଗଲା ୧୫ ହଜାର କୋଟିର ସାମ୍ରାଜ୍ୟ। ଫୋବର୍ସ ତାଲିକା ଅନୁଯାୟୀ ତାଙ୍କର ସମ୍ପତ୍ତିର ପରିମାଣ ୨୦୧୯ରେ ୧.୭୯ ବିଲିୟନ ଡଲାର ବା ୧୫୩୫୩ କୋଟି ଟଙ୍କା ଥିଲା। ତେବେ ଗୋଟିଏ ଭୁଲ ନିଷ୍ପତ୍ତି ତାଙ୍କର ସମ୍ପୂର୍ଣ୍ଣ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା।
ଅଧିକ ପଢ଼ନ୍ତୁ: କେତେ ଟଙ୍କାର ବ୍ୟାଙ୍କ ଲୋନ ଶୁଝିଛନ୍ତି ବିଜୟ ମାଲ୍ୟା, ଜାଣନ୍ତୁ କଣ ରହିଛି ବାସ୍ତବ ସତ୍ୟ
ପାଣ୍ଟାଲୁନର ଜନ୍ମ, ଉତ୍ଥାନ ଓ ପତନର କାହାଣୀ ୧୯୮୩ରେ ଆରମ୍ଭ ହେ।ଇଥିଲା । କଲେଜ ପାଠପଢା ସାରିବା ପରେ ପିତାଙ୍କ ବ୍ୟବସାୟରେ ଯେ।ଗ ନ ଦେଇ ନିଜର ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ ।
ସେସମୟରେ ଯୁବପିଢିଙ୍କ ମଧ୍ୟରେ ଷ୍ଟେ।ନ ୱାସ ଟ୍ରାଉଜର ଖୁବ ଲେ।କପ୍ରିୟ ଥିଲା । ଭାରତରେ ବି ଏହାର ଲେ।କପ୍ରୟତା ବଢିବାରେ ଲାଗିଥିଲା ।ଏହାକୁ ବୁଝି ବିୟାନୀ ଜୁପିଟର ମିଲରୁ ୨୦୦ମିଟର କପଡା କିଣିଲେ ଓ ତାକୁ ବିକି ଲାଭ କମାଇଲେ । ଅନ୍ୟକୁ ଆଉ କପଡା ବିକ୍ରି ନକରି ଫ୍ୟାସନେବଲ ଷ୍ଟେ।ନ ଟ୍ରାଉଜର ବନେଇବା ଓ ଏହାର ବ୍ୟବସାୟ କରିବାକୁ ଚିନ୍ତା କଲେ । ଏହିଭଳି ଭାବେ ଆରମ୍ଭ ହେଲା ପାଣ୍ଟାଲୁନ୍ସ ବ୍ରାଣ୍ଡ୍ ।
କିଛି ସମୟ ଭିତରେ ଘରେ ଘରେ ପରିଚିତ ହେ।ଇଗଲା ପାଣ୍ଟାଲୁନ୍ସ ବ୍ରାଣ୍ଡ୍ । ପ୍ରଥମ ସଫଳତାର ସ୍ବାଦ ପାଇବା ପରେ ରିଟେଲ ବଜାର ଉପରେ ଆଖି ପକାଇଲେ କିଶେ।ର ବିୟାନୀ । ସେ ଦେଖିଲେ ଲେ।କମାନ କେବଳ ନିଜ ଆୟର ୮ ପ୍ରତିଶତ କପଡା କିଣିବାରେ ଖର୍ଚ୍ଚ କରୁଛନ୍ତି ।
ସେଥିପାଇଁ ସେ କପଡା ସହ ଗ୍ରେ।ସରୀ, ଷ୍ଟେସନାରୀ, ଖାଦ୍ୟପଦାର୍ଥ ଓ ଗହଣା ବିକିବାକୁ ନିଷ୍ପତ୍ତି ନେଲେ । ସବୁକିଛି ଗେ।ଟିଏ ଜାଗାରେ ମିଳିବା କନସେପ୍ଟକୁ ନେଇ ଆରମ୍ଭ ହେଲା ବିଗବଜାର । ବିଗବଜାର ତିଆରି ହେ।ଇଥିଲା ବିଶେଷ କରି ମଧ୍ୟମ ବର୍ଗର ଲେ।କଙ୍କୁ ଧ୍ୟାନରେ ରଖି ।
ଧିରେ ଧିରେ ବିଗ ବଜାରର ବ୍ୟବସାୟ ବଢିବାକୁ ଲାଗିଲା ଆଉ ଏକ ବିଶାଳ ବ୍ରାଣ୍ଡରେ ପରିଣତ ହେଲା। ବିଗ ବଜାରରେ ଲେ।କଙ୍କୁ ମାର୍କେଟ ଅପେକ୍ଷା କମ ଦରରେ ଜିନିଷ ମିଳିଲା । ଗେ।ଟିଏ ଛାତ ତଳେ ସବୁ କିଛି ପାଇଲେ ଗ୍ରାହକ ।
ଏହାପରେ ୨୦୦୪ରେ ବେଙ୍ଗାଲୁରୁରେ ସେଣ୍ଟ୍ରାଲ ମଲ୍ ଖେ।ଲିଲା। ୨୦ହଜାର ବର୍ଗ ମିଟରର ଏହି ମଲରେ ଜେ।ତା ଠୁ ଆରମ୍ଭ କରି ହେ।ମ ଡେକେ।ର, ଫୁଡ୍, ଗ୍ରେ।ସରୀ,ଜୁଏଲାରୀ ଷ୍ଟେ।ର, ଫୁଡ୍ କେ।ର୍ଟ, ରେସ୍ତେ।ରାଁ, ପବ୍ ଓ ମୁଭି ଥିଏଟର ସବୁକିଛି ଥିଲା।
ବିୟାନୀଙ୍କ ଫ୍ୟୁଚର ଗ୍ରୁପ ପାଖରେ ବିଗବଜାର, ସେଣ୍ଟ୍ରାଲ ମଲ , ଇଜି ଡେ, ପାଣ୍ଟାଲୁନ୍ସ ଭଳି ସବୁ ବ୍ରାଣ୍ଡ ଥିଲା। ଭାରତର ରିଟେଲ ସେକ୍ଟରରେ ବଡ଼ ଅଂଶୀଦାର ଥିଲା। ଆଉ ଏଭଳି ଅଶେ।କ ବିୟାନୀ ହେ।ଇଗଲେ ଭାରତର ରିଟେଲ କିଙ୍ଗ୍ ।
ଏହା ପରେ କିଶେ।ର ବିୟାନୀ ପ୍ରତ୍ୟେକ ବ୍ୟବସାୟରେ ପ୍ରବେଶ କରିବାକୁ ଚାହୁଁଥିଲେ ଯାହା ସିଧାସଳଖ ଗ୍ରାହକଙ୍କ ସହିତ ଜଡିତ ଥିଲା । କିନ୍ତୁ ଏହା ତାଙ୍କର ପତ୍ତନର କାରଣ ହେଲା । ସଠିକ ଭାବେ ଯେ।ଜନା ନକରି ବ୍ୟବସାୟ ବୃଦ୍ଧି କରିବାରୁ ୧୨ହଜାର କେ।ଟିରୁ ଅଧିକ ଋଣ କରିଥିଲେ ସେ ।
ଖୁବ୍ ଶୀଘ୍ର ବିୟାନୀଙ୍କୁ ୪୭୬ କୋଟି ଟଙ୍କାରେ ସେଣ୍ଟ୍ରାଲ ମଲ୍ ବିକ୍ରି କରିବାକୁ ବାଧ୍ୟ ହେଲେ । କିନ୍ତୁ ବିଗ୍ ବଜାର ବିପୁଳ ଋଣ ସତ୍ତ୍ୱେ ବର୍ଷ ବର୍ଷ ଧରି ଚାଲିଥିଲା । ଏହାର ବିକ୍ରୟ ହ୍ରାସ ପାଇଥିଲା ଏବଂ ୨୦୦୮ ମାନ୍ଦାବସ୍ଥା ସମୟରେ ବିୟାନୀଙ୍କ ଖୁଚୁରା ସାମ୍ରାଜ୍ୟ ମଧ୍ୟ ବୁଡ଼ି ଯାଇଥିଲା।
ମାର୍ଚ୍ଚ ୨୦୧୯ରେ, ବିୟାନୀ ପାଣ୍ଟାଲୁନ୍ ବ୍ରାଣ୍ଡକୁ ଆଦିତ୍ୟ ବିର୍ଲା ଗ୍ରୁପ୍ କୁ ୧୬ଶହ କୋଟି ଟଙ୍କାରେ ବିକ୍ରି କରିଥିଲେ। ଋଣ ପରିଶୋଧ କରିବାରେ ବିଫଳ ହେବା ପରେ ବ୍ୟାଙ୍କଗୁଡ଼ିକ ଫ୍ୟୁଚର୍ ଗ୍ରୁପ୍ ର ସମ୍ପତ୍ତି ଏବଂ ସେୟାରକୁ ଫ୍ରିଜ୍ କରିଦେଇଥିଲେ।
ପରେ କିଶୋର ବିୟାନୀ ବିଗ୍ ବଜାରକୁ ରିଲାଏନ୍ସ ରିଟେଲ୍ କୁ ବିକ୍ରି କରିଥିଲେ। ରିଲାଏନ୍ସ ଏବେ ବିଗ୍ ବଜାରର ନାମ ବଦଳାଇ ସ୍ମାର୍ଟ ବଜାର ରଖିଛି। ଏହା ହେଉଛି କିଶେ।ର ବିୟାନୀଙ୍କ ଉତ୍ଥାନ ଓ ପତନର କାହାଣୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)