Advertisment

Ahmedabad Tragedy: କ୍ରାସ୍‌ର କାରଣ ଖୋଜିବାକୁ ୩ ମାସ ଡେଡଲାଇନ୍; ବାବା ରାମଦେବଙ୍କ ଶଙ୍କା, ତୁର୍କୀର ଦୁଶମନି

ଉଡ଼ାଣର ମାତ୍ର ୩୨ ସେକେଣ୍ଡରେ ଇଞ୍ଜିନରେ କାହିଁକି ହେଲା ସାଂଘାତିକ ଗଡ଼ବଡ଼ ? କେଉଁ କାରଣରୁ କ୍ରାସ୍ ହେଲା ବିମାନ । ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ ଖୋଜିବାକୁ ୩ ମାସ ଡେଡଲାଇନ ମିଳିଥିବାବେଳେ ବିମାନ ମେଣ୍ଟେନାନ୍ସ ଦାୟିତ୍ବରେ ଥିବା ତୁର୍କୀ ସଂସ୍ଥା ବିରୋଧରେ ଅଭିଯୋଗ ଆଣିଲେ ବାବା ରାମଦେବ ।

author-image
Namita Biswal
ଅଦ୍ୟତନ ହୋଇଛି
Ahmedabad Tragedy

Ahmedabad Tragedy

ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ ଖୋଜିବାକୁ ୩ ମାସ ଡେଡଲାଇନ୍ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଆଜି ପ୍ରେସମିଟ୍ କରି ଏହି ସୂଚନା ଦେବା ସହ ବ୍ଲାକ ବକ୍ସର ଡାଟା ଡି-କୋଡିଂ ଆରମ୍ଭ ହୋଇଯାଇଥିବା କହିଛନ୍ତି । ସେପଟେ ଦୁର୍ଘଟଣା ପଛରେ ନୂଆ ନୂଆ ସାମ୍ଭାବ୍ୟ କାରଣ ବି ଆସିବାରେ ଲାଗିଛି । ଏକକାଳୀନ ବିମାନର ଦୁଇଟି ଯାକ ଇଞ୍ଜିନ୍ ଫେଲ୍ ହେବା ପଛରେ ଫୁଏଲ୍  କଣ୍ଟାମିନେସନ୍ ବଡ଼ କାରଣ ହୋଇଥାଇପାରେ ବୋଲି ପୂର୍ବତନ ଏୟାର ଚିଫ୍ ମାର୍ଶଲ ଅରୂପ ରାହା ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ବିମାନ ମେଣ୍ଟେନାନ୍ସ ଦାୟିତ୍ବରେ ଥିବା ତୁର୍କୀ ସଂସ୍ଥାର ଷଡ଼ଯନ୍ତ୍ର ଦିଗକୁ ଇଶାରା କରିଛନ୍ତି ଯୋଗଗୁରୁ ବାବା ରାମଦେବ । 

Advertisment

ଉଡ଼ାଣର ମାତ୍ର ୩୨ ସେକେଣ୍ଡରେ ଇଞ୍ଜିନରେ କାହିଁକି ହେଲା ସାଂଘାତିକ ଗଡ଼ବଡ଼ ? କେଉଁ କାରଣରୁ କ୍ରାସ୍ ହେଲା ଏୟାର ଇଣ୍ଡିଆର ଅତ୍ୟାଧୁନିକ ବିମାନ 171 ? ଅହମ୍ମଦାବାଦ ବିମାନ ଦୁର୍ଘଟଣାର ୩ଦିନ ପରେ ବି ଅସମାହିତ ଏସବୁ ପ୍ରଶ୍ନ ଘଟଣାସ୍ଥଳରୁ ଗତକାଲି ଉଦ୍ଧାର ବ୍ଲାକ୍ ବକ୍ସରେ ହିଁ ରହିଛି କ୍ଲୁ । ସେଥିରୁ ଖିଅ ଧରି ତୁରନ୍ତ ରହସ୍ୟ ଉନ୍ମୋଚନ ପାଇଁ ହାଇଲେବଲ ଇନକ୍ବାରି ପ୍ୟାନେଲକୁ ୩ ମାସ ଡେଡଲାଇନ୍ ଦିଆଯାଇଥିବା କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ । ଗୁରୁବାର ଭୟଙ୍କର ବିମାନ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ପ୍ରେସମିଟ୍ କରି ଆଜି ବିଭାଗୀୟ ମନ୍ତ୍ରୀ କହିଥିଲେ, ସେଦିନର ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ବା AAIB ଏବେ ବ୍ଲାକବକ୍ସ ଡାଟାକୁ ଡିକୋଡ୍ କାମ ଆରମ୍ଭ କରିଛି। ଡିଜିସିଏ ଓ ଆଇବି ଅଧିକାରୀ ମଧ୍ୟ ଯାଞ୍ଚ କାମରେ ଲାଗିଛନ୍ତି । ସେମିତି ବିଭାଗୀୟ ସଚିବ ସମୀର ସିହ୍ନା କହିଥିଲେ- ପାଇଲଟଙ୍କ MAY DAY ସୂଚନା ପାଇ ଏଟିସି ପକ୍ଷରୁ ତୁରନ୍ତ ବିମାନକୁ ଫେରାଇ ଅଣାଯିବାକୁ ଚେଷ୍ଟା କରାଯାଇଥିଲା, ହେଲେ ସେପଟୁ ଆଉ କୌଣସି ଉତ୍ତର ମିଳିନଥିଲା ।

ଅଧିକ ପଢ଼ନ୍ତୁ: ସେବେ ରୁଆଙ୍ଗସକ ଆଉ ଏବେ ବିଶ୍ୱାସ; ସିଟ୍‌ 11A ପଛର କ'ଣ ରହସ୍ୟ...

ଏଣେ ଅହମଦାବାଦ ପ୍ଲେନ କ୍ରାସକୁ ନେଇ ନିଇତି ସାମ୍ନାକୁ ଆସୁଛି ନୂଆ ନୂଆ ସମ୍ଭାବ୍ୟ କାରଣ । ଏକା ସମୟରେ ବିମାନର ଦୁଇଟି ଯାକ ଇଞ୍ଜିନ ଫେଲ୍ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବିଶେଷଜ୍ଞ । ଏମିତିକି ଏଥିପାଇଁ ଫୁଏଲ୍ କଣ୍ଟାମିନେସନ ବା ଦୂଷିତ ଇନ୍ଧନ ପ୍ରମୁଖ କାରଣ ହୋଇଥାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି କରିଛନ୍ତି ପୂର୍ବତନ ଏୟାର ଚିଫ୍ ମାର୍ଶଲ୍ ଅରୂପ ରାହା । ସେ କହିଛନ୍ତି- ସବୁ ବିମାନ ପାଇଁ ଟେକ ଅଫ୍ ସମୟ ଗୁରୁତ୍ୱପୂର୍ଣ୍ଣ, ହେଲେ ଦୁଇଟି ଯାକ ଇଞ୍ଜିନ ଏକାବେଳେ ଅକାମୀ ହେବା ବିରଳ ଘଟଣା । ଏହାର ଯାଞ୍ଚ ନିହାତି ଦରକାର । ସେପଟେ ଯୋଗଗୁରୁ ବାବା ରାମଦେବ କିନ୍ତୁ ବିମାନ ଦୁର୍ଘଟଣା ପଛରେ ଶତ୍ରୁ ରାଷ୍ଟ୍ର ତୁର୍କୀର ଷଡ଼ଯନ୍ତ୍ର ଥିବା ଆଶଙ୍କା କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ବିମାନର ମେଣ୍ଟେନାନସ୍ ଓ ସର୍ଭିସ୍ କାମ ତୁର୍କୀର ଏକ ସଂସ୍ଥା ହାତରେ ଥିଲା । ଯେହେତୁ ଭାରତ ସହ ତୁର୍କୀର ସଂପର୍କ ଭଲ ନାହିଁ, ତେଣୁ ଏ ବାଟରେ ପ୍ରତିଶୋଧ ନେଇ ଥାଇପାରେ ।

Advertisment

ଏଣେ ବିମାନ ଦୁର୍ଘଟଣାସ୍ଥଳରେ ତଦନ୍ତକୁ ଆହୁରି ସକ୍ରିୟ କରିଛନ୍ତି NSG, NDRF ଏବଂ ଫାୟାର ରେସ୍କ୍ୟୁ ଫୋର୍ସ । ଭାରତୀୟ ବାୟୁ ସେନାର ଏକ ଟିମ୍ ସହ ଫରେନସିକ ଟିମ୍  ବି ଯାଞ୍ଚରେ ଲାଗିଛି । CISF ଏବଂ DGCA ଟିମ୍ ବି ଅନୁଧ୍ୟାନ କରୁଛନ୍ତି । ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୭୪କୁ ବଢ଼ିଛି । ବିଜେ ମେଡିକାଲ କଲେଜର ୧୦ ଡାକ୍ତରଙ୍କ ସମେତ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସେପଟେ ମେଡିକାଲ କଲେଜ ବିଲଡିଂରେ ଲାଖି ରହିଥିବା ବିମାନର ବାକି ଅଂଶକୁ ଆଜି କ୍ରେନ୍ ଲଗାଇ କଢ଼ା ଯାଇଛି । ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ ଲାଗି ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ବା AAIBର ଅନୁରୋଧ କ୍ରମେ ସବୁ ହଷ୍ଟେଲ ଖାଲି କରି ଦିଆଯାଇଥିବା ସୂଚନା ଦେଇଛନ୍ତି ବିଜେ ମେଡିକାଲ କଲେଜର ଡିନ୍ । 

ଅଧିକ ପଢ଼ନ୍ତୁ: ଲିଙ୍କଡିନ୍‌ ପ୍ରୋଫାଇଲକୁ ନେଇ ମହାଭାରତ, ଅଫିସରେ ଚାପ ପକାଇଲେ ସିନିୟର

Yoga Guru Ramdev Plane Crash
Advertisment
Advertisment