Advertisment

New Tatkal Ticket Booking Rules: ଟ୍ରେନ ବୁକିଂ ନିୟମରେ ବଡ଼ ପରିବର୍ତ୍ତନ, ନ ଜାଣିଲେ ହେବେ ହଇରାଣ

ନୂତନ ନିୟମ ଅନୁଯାୟୀ, ଏବେ IRCTC ଆକାଉଣ୍ଟକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ପଡିବ । ଏହା ପରେ ହିଁ ଆପଣ ଆପ୍ ସାହାଯ୍ୟରେ ଟିକେଟ୍ ବୁକ୍ କରିପାରିବେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଟ୍ରେନ୍‌ ଟିକେଟ୍‌ ବୁକିଂ, ନୂଆ ନିୟମ

ଟ୍ରେନ୍‌ ଟିକେଟ୍‌ ବୁକିଂ, ନୂଆ ନିୟମ

ଟ୍ରେନ ବୁକିଂ ନିୟମରେ ବଡ଼ ପରିବର୍ତ୍ତନ । ନ ମାନିଲେ କରି ପାରିବେନି ବୁକିଂ । ଜାଣି ରଖନ୍ତୁ ନହେଲେ ହୋଇଯିବେ ହଇରାଣ । ଭାରତୀୟ ରେଳବାଇ ଦେଶର ଜୀବନରେଖା । କୋଟି କୋଟି ଯାତ୍ରୀ ପ୍ରତିଦିନ ଟ୍ରେନ୍ ମାଧ୍ୟମରେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚନ୍ତି । ତେବେ ବର୍ତ୍ତମାନ ଭାରତୀୟ ରେଳବାଇ ଆଇଆରସିଟିସି ଆପ୍ ଏବଂ କାଉଣ୍ଟରରୁ ତତ୍କାଳ ଟିକେଟ ବୁକିଂ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି । ଏହି ନିୟମ ୧ ଜୁଲାଇରୁ ଲାଗୁ ହେବ । ଯଦି ଆପଣ ଏହାକୁ ପାଳନ ନ କରନ୍ତି ତେବେ ଆପଣ IRCTC ଆପ୍ ଏବଂ କାଉଣ୍ଟରରୁ ଟ୍ରେନ୍ ଟିକେଟ୍ କରିପାରିବେ ନାହିଁ ।

Advertisment

ନୂତନ ନିୟମ ଅନୁଯାୟୀ, ଏବେ IRCTC ଆକାଉଣ୍ଟକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ପଡିବ । ଏହା ପରେ ହିଁ ଆପଣ ଆପ୍ ସାହାଯ୍ୟରେ ଟିକେଟ୍ ବୁକ୍ କରିପାରିବେ । ସେହିପରି ପ୍ଲାଟଫର୍ମ କାଉଣ୍ଟରରୁ ତତ୍କାଳ ଟିକେଟ୍ ବୁକ୍ କରିବାର ନିୟମରେ ମଧ୍ୟ ପରିବର୍ତ୍ତନ ଆସିଛି । ଏବେ ଆପଣ ତତ୍କାଳ ଟିକେଟ୍ ଫର୍ମରେ ଯେଉଁ ମୋବାଇଲ୍ ନମ୍ବର ଲେଖିବେ, ଟିକେଟ୍ ବୁକ୍ ହେବା ପୂର୍ବରୁ ସେହି ନମ୍ବରରେ OTP ଆସିବ । ଏହା ପରେ ହିଁ ଆପଣଙ୍କର ଟିକେଟ୍ ବୁକ୍ ହୋଇପାରିବ ।

ଅଧିକ ପଢ଼ନ୍ତୁ: ଆକାଶରେ ବିପଦ, ଏୟାର ଇଣ୍ଡିଆ ଦେଖିଛି ସର୍ବାଧିକ ବିମାନ ଦୁର୍ଘଟଣା

ଭାରତୀୟ ରେଳବାଇକୁ ବହୁତ ଦିନ ଧରି ଅଭିଯୋଗ ଆସୁଥିଲା ଯେ, କିଛି ଲୋକ ନକଲି IRCTC ଆକାଉଣ୍ଟ ତିଆରି କରିଛନ୍ତି । ଆଉ ଏମାନେ ଏହି ଆକାଉଣ୍ଟ ମାଧ୍ୟମରେ ବ୍ଲାକରେ ଟିକେଟ ବୁକ୍ କରନ୍ତି । ଏହା ସହିତ, ରେଳବାଇକୁ ଅଭିଯୋଗ ଆସିଥିଲା ଯେ କାଉଣ୍ଟରରେ ଦଲାଲମାନେ ସକ୍ରିୟ ଅଛନ୍ତି ଯେଉଁମାନେ ବ୍ଲାକରେ କନଫର୍ମ ଟିକେଟ ବୁକ୍ କରନ୍ତି। ଏହି କାରଣରୁ, ଭାରତୀୟ ରେଳବାଇ ଟିକେଟ୍ ବୁକିଂରେ ଠକେଇ ଏବଂ କଳାବଜାରୀ ରୋକିବା ପାଇଁ ରେଳବାଇ IRCTC ଆପ୍ ଏବଂ କାଉଣ୍ଟରରୁ ଟିକେଟ ବୁକ୍ କରିବାର ନିୟମରେ ପରିବର୍ତ୍ତନ ଆଣିଛି। ଆଉ ରେଲଓ୍ବେ ଆଶା ରଖିଛି ଏହି ନୂତନ ନିୟମ ଠକେଇ ରୋକିବାରେ ବେଶ୍‌ ସହାୟକ ହେବ ।

Advertisment
Indian Railways Tatkal Ticket Bookings IRCTC
Advertisment
Advertisment