• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Jena

ଭାରତୀୟ ଶିଳ୍ପପତି ବିଜୟ ମାଲ୍ୟ। ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଆଧିକାରିକ ଭାବେ ପଳାତକ ଘୋଷଣା କରାଯାଇଥିଲା। ତେବେ ନିକଟରେ ମାଲ୍ୟା ଏକ ପଡକାଷ୍ଟରେ ନଜର ଆସିଥିଲେ। ୟୁଟ୍ୟୁବର ରାଜ ସମାନୀଙ୍କ ସହିତ ୪ ଘଣ୍ଟା ୧୮ ମିନିଟର ଭିଡିଓକୁ ୪ ଦିନରେ ୨୦ ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଛନ୍ତି। ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ମାଲିକ ଅନେକ ଦାବି କରିଥିଲେ। ଭାରତୀୟ ବ୍ୟାଙ୍କିଙ୍ଗ ସିଷ୍ଟମ ଓ ସରକାରଙ୍କ ଦୁର୍ବଳ ବ୍ୟବସ୍ଥାରୁ ସେ ଫସିଥିବା ନେଇ ଦାବି କରିଥିଲେ ମାଲ୍ୟା। ତେବେ ମାଲ୍ୟାଙ୍କ ଦାବି ଓ ବାସ୍ତବ ସତ୍ୟତା ମଧ୍ୟରେ କଣ ଫରକ ରହିଛି ଆସନ୍ତୁ ନଜର ପକାଇବା...

୬୨୦୦ କୋଟି ଋଣ, ୧୪ ହଜାର କୋଟି ପରିଶୋଧ-

ବିଜୟ ମାଲ୍ୟା ୧୭ଟି ଭିନ୍ନ ବ୍ୟାଙ୍କରୁ ୬୨୦୦ କୋଟି ଟଙ୍କାର ଋଣ ନେଇଥିଲେ। ସାଧାରଣତଃ ଋଣ ପରିଶୋଧରେ କେହି ବିଫଳ ହେଲେ ତାଙ୍କ ଉପରେ ଅତିରିକ୍ତ ଚାର୍ଜ ପଡିଥାଏ। ତେବେ କିଙ୍ଗଫିଶର ଏୟାରଲାଇନ୍ସ ଋଣ ପରିଶୋଧରେ ବିଫଳ ହୋଇଥିବା ବେଳେ ବ୍ୟାଙ୍କ କନସର୍ଟିୟମ ଡେବ୍ଟ ରିକଭରୀ ଟ୍ରିବ୍ୟୁନାଲ(ଡିଆରଟି)ର ଦ୍ବାରସ୍ଥ ହୋଇଥିଲା। ଏପ୍ରିଲ ୧୦, ୨୦୧୯ରେ ଡିଆରଟିର ରାୟ ଆସିଥିବା ବେଳେ ମାଲ୍ୟାଙ୍କୁ ୧୭ ହଜାର ୭୮୧ କୋଟି ଟଙ୍କାର ଅର୍ଥ ପୈଠ କରିବାକୁ ଆଦେଶ ଦିଆଯାଇଥିଲା। ଏହା ମଧ୍ୟରୁ ମାଲ୍ୟା ୧୦ ହଜାର ୮୧୫ କୋଟି। ଏହା ମଧ୍ୟରେ ଅନେକ ଅର୍ଥ କୋର୍ଟଙ୍କ ଦ୍ବାରା ମାଲ୍ୟାଙ୍କ ସମ୍ପତ୍ତିର ନିଲାମୀରୁ ସଂଗ୍ରହ କରାଯାଇଥିଲା। ତେଣୁ ସମସ୍ତ ଅର୍ଥ ପରିଶୋଧ କରାଯାଇଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ମାଲ୍ୟା ଏବେ ବି ଭାରତୀୟ ବ୍ୟାଙ୍କ ମାନଙ୍କର ୬୯୯୭ କୋଟି ଟଙ୍କା ବକେୟା ରଖିଛନ୍ତି।

ମୁଁ ଲୋନ ଶୁଝିବାକୁ ଚାହୁଁଥିଲି-

ମାଲ୍ୟାଙ୍କ ଆଉ ଏକ ଦାବି ଥିଲା ମୁଁ କୌଣସି ଭୁଲ କରି ନ ଥିଲି। ମୁଁ ସବୁବେଳେ ଲୋନ ଫେରସ୍ତ କରିବାକୁ ଚାହୁଁଥିଲି। ତେବେ ଭାରତର ଆଇନ ବ୍ୟବସ୍ଥା ଓ ଆରବିଆଇର ଗାଇଡଲାଇନ ଏଥିରେ ବାଧା ସୃଷ୍ଟି କରିଥିଲା ବୋଲି ମାଲ୍ୟା ଦାବି କରିଥିଲେ। ତେବେ ଆରବିଆଇ ଓ ଅନ୍ୟାନ୍ୟ ସ୍ବାୟତ୍ତ ତଦନ୍ତକାରୀ ସଂସ୍ଥାର ରିପୋର୍ଟ ଅନୁଯାୟୀ ମାଲ୍ୟ ଋଣ ନେଇଥିବା ଅର୍ଥକୁ ବ୍ୟବସାୟରେ ନିବେଶ କରି ନ ଥିଲେ। କିଙ୍ଗଫିଶର ଏୟାରଲାଇନ୍ସ ନାମରେ ଋଣ ନେଇ ସେ ଏହାକୁ ଭିନ୍ନ ଭିନ୍ନ ସ୍ଥାନରେ ଖର୍ଚ୍ଚ କରିଥିଲେ। ୩୫୦୦ କୋଟି ଟଙ୍କା ମାଲ୍ୟା ଫର୍ମୂଲା ୱାନ ଟିମ ଓ ଡିଏଗୋରେ ଖର୍ଚ୍ଚ କରିଥିଲେ। ଏହା ମାଲ୍ୟାଙ୍କ ଇଚ୍ଛାକୁ ସ୍ପଷ୍ଟ ପ୍ରମାଣିତ କରୁଛି।

ଅଧିକ ପଢ଼ନ୍ତୁ: ହଜାରେ ଫୁଟ ତଳକୁ ଖସିଲା ଟୁରିଷ୍ଟ କାର, ନିଖୋଜଙ୍କ ମଧ୍ୟରେ ୪ ଓଡ଼ିଆ

ଦେଶ ଛାଡିବା ପୂର୍ବରୁ ଜେଟଲୀଙ୍କୁ ଜଣାଇଥିଲି-

ଦେଶ ଛାଡିବା ପୂର୍ବରୁ ସେ ସମୟର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଜଣାଇଥିବା କଥା କହିଛନ୍ତି ବିଜୟ ମାଲ୍ୟା। ତେବେ ୨୦୧୮ରେ ଜେଟଲୀ କହିଥିଲେ କି ମାଲ୍ୟା ତାଙ୍କୁ ଫୋନ କରି ସେଟେଲମେଣ୍ଟ ପାଇଁ ଅନୁରୋଧ କରିଥିଲେ। ତେବେ ମାଲ୍ୟା ବ୍ୟାଙ୍କ ମାନଙ୍କ ସହିତ ଆଲୋଚନା କରିବାକୁ ଜେଟଲୀ ପରାମର୍ଶ ଦେଇଥିବା କହିଥିଲେ। ଏପରି ସ୍ଥିତିରେ ମାଲ୍ୟାଙ୍କ ଦାବିରେ କୌଣସି ଯଥାର୍ଥତା ଥିବା ଭଳି ମନେ ହେଉନାହିଁ।

କମ୍ପାନୀକୁ ଅଣ୍ଡର ଭାଲ୍ୟୁ କରାଯାଇଥିଲା-

ବିଜୟ ମାଲ୍ୟା କହିଥିଲେ ତାଙ୍କ ସମ୍ପତ୍ତିକୁ ବାସ୍ତବ ମୂଲ୍ୟ ଠାରୁ କମ ଦାମରେ ବିକ୍ରି କରାଯାଇଥିଲା। କିଙ୍ଗଫିଶର ଏୟାର ଲାଇନ୍ସକୁ ମାତ୍ର ୫୦୦ ମିଲିୟନ ଡଲାରରେ ବିକ୍ରି କରାଯାଇଥିଲା। ତେବେ ଏଥିପାଇଁ ସରକାରଙ୍କୁ ଦାୟୀ କରିଥିଲେ ମଧ୍ୟ ବାସ୍ତବରେ କୋର୍ଟଙ୍କ ଦ୍ବାରା ଗଠିତ କମିଟି ଏହାର ମୂଲ୍ୟ ନିର୍ଦ୍ଧାରଣ କରିଥିଲେ।

କମ୍ପାନୀ ଫଣ୍ଡରେ ହେରଫେର କରି ନଥିଲି-

ବିଜୟ ମାଲ୍ୟା ଦାବି କରିଥିଲେ କି କମ୍ପାନୀ ଫଣ୍ଡରେ ସେ କୌଣସି ପ୍ରକାର ହେରଫେର କରି ନଥିଲେ। ଫୋର୍ସ ଇଣ୍ଡିଆ ଏଫ-୧ ଟିମ ଆକାଉଣ୍ଟକୁ ୨୪୧ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଋଣରେ ପ୍ରପୀଡିତ ଥିବା ସମୟରେ ମଧ୍ୟରେ ବ୍ୟକ୍ତିଗତ ଏୟାରକ୍ରାଫ୍ଟ ପାଇଁ ୧୦୦ କୋଟି ଖର୍ଚ୍ଚ କରିଥିଲେ ମାଲ୍ୟା। ବିଦେଶରେ ସମ୍ପତ୍ତି କିଣିବା ପାଇଁ ମାଲ୍ୟା ପ୍ରାୟ ୩୩୦ କୋଟି ଟଙ୍କା ବ୍ୟୟ କରିଥିଲେ।

କର୍ମଚାରୀଙ୍କ ଦରମା-

ମାଲ୍ୟା ଦାବି କରିଥିଲେ କି ସେ କର୍ମଚାରୀଙ୍କ ଦରମା ଦେବାକୁ ଚାହୁଁଥିଲେ। ଅନ୍ୟ ପକ୍ଷରେ ସତ୍ୟ କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ଗୋଟିଏ ପଟେ କର୍ମଚାରୀ ମାନେ ବେତନ ପାଇଁ ହରତାଳ କରୁଥିବା ବେଳେ ଅନ୍ୟ ପକ୍ଷରେ ମାଲ୍ୟା କିଙ୍ଗଫିଶର ଏୟାର ଲାଇନ୍ସ ନାମରେ ଋଣ ନେଇ ବିଦେଶରେ ସମ୍ପତ୍ତି କିଣୁଥିଲେ। ଏପରିକି କର୍ମଚାରୀଙ୍କ ଇପିଏଫ, ଟିଡିଏସ ବାବଦରେ ୩୭୧ କୋଟି ଟଙ୍କା ପୈଠ କରି ନ ଥିଲେ ମାଲ୍ୟା।

ଅଧିକ ପଢ଼ନ୍ତୁ: ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା