Advertisment

Aadhaar Card: ସରକାରୀ ସୁବିଧା ପାଇଁ ଆଧାର ବାଧ୍ୟତାମୂଳକ

ସରକାରୀ ଯୋଜନା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ । କାମ ଦେବନି ଭୋଟର କାର୍ଡ କି ଡିଏଲ୍ କିମ୍ବା ପାସ୍ ବୁକ୍ । ଭୂତ ହିତଧିକାରୀଙ୍କ ଉପରେ କଡ଼ା ପ୍ରହାର । ଜମି କିଣାବିକା ଠାରୁ ଆରମ୍ଭ କରି ଜାତିଗତ ପ୍ରମାଣ ପତ୍ର, ଇନ୍କମ୍ ସାର୍ଟିଫିକେଟ୍ ଯାଏ ବିନା ଆଧାରରେ କାମ ଆଗେଇବ ନାହିଁ ।

author-image
Namita Biswal
ଅଦ୍ୟତନ ହୋଇଛି
Aadhaar

Aadhaar

ବିନା ଆଧାରରେ ଆଉ ମିଳିବନି ସରକାରୀ ଯୋଜନାରୁ ଲାଭ । ଆଧାର ନଥିଲେ କରିପାରିବେ ନାହିଁ ଆବେଦନ । ଭୂତ ହିତାଧିକାରୀଙ୍କୁ ବାଦ୍ ଓ ବ୍ୟବସ୍ଥାର ସରଳୀକରଣ ପାଇଁ ରାଜସ୍ୱ ବିଭାଗର ଏହି ନିଷ୍ପତ୍ତି । ଜମି କିଣାବିକା ଠାରୁ ଆରମ୍ଭ କରି ଜାତିଗତ ପ୍ରମାଣ ପତ୍ର, ଇନକମ୍ ସାର୍ଟିଫିକେଟ୍ ଯାଏ ବିନା ଆଧାରରେ କାମ ଆଗେଇବ ନାହିଁ । ଜନଗଣନା ପୂର୍ବରୁ ସରକାର ପ୍ରକୃତ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଏହି ନିଷ୍ପତ୍ତି ନେଇଥିବାବେଳେ ରାଜନୀତି ବି ଜୋର ଧରିଛି ।

Advertisment

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ସରକାରୀ ଯୋଜନା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ । କାମ ଦେବନି ଭୋଟର କାର୍ଡ କି ଡିଏଲ୍ କିମ୍ବା ପାସ୍ ବୁକ୍ । ଭୂତ ହିତଧିକାରୀଙ୍କ ଉପରେ କଡ଼ା ପ୍ରହାର । ଗତକାଲି ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି, ଯେଉଁମାନେ ସରକାରୀ ଯୋଜନା ପାଇଁ ଆବେଦନ କରିବେ ସେମାନଙ୍କ ଲାଗି ଆଧାର ବାଧ୍ୟତାମୂଳକ । ଅର୍ଥାତ ବିନା ଆଧାରରେ ସାମିଲ୍ ହୋଇପାରିବେନି ହିତାଧିକାରୀ । ଖାଲି ସରକାରୀ ଯୋଜନା ନୁହେଁ, ଜାତିଗତ ପ୍ରମାଣ ପତ୍ର, ଇନକମ୍ ସାର୍ଟିଫିକେଟ, ଜମି ଅଧିକାର ଓ ଜମି ପଞ୍ଜୀକରଣ ପାଇଁ ମଧ୍ୟ ଆଧାର ବାଧ୍ୟତାମୂଳକ ହେବ ।

ତେବେ ଯେଉଁମାନଙ୍କ ପାଖରେ ଆଧାର କାର୍ଡ ନଥିବ ସେମାନେ ପ୍ରଥମେ ଆଧାର ପାଇଁ ଆବେଦନ କରିବେ, ପରେ ମିଳିଥିବା ସ୍ଲିପ ନମ୍ବର ସହ ଡିଏଲ୍, ବ୍ୟାଙ୍କ ପାସ୍ ବୁକ୍, ରାସନ କାର୍ଡ, ଭୋଟର କାର୍ଡ ଆଦି ଦେଖାଇ ସରକାରୀ ଯୋଜନା ପାଇଁ ଆବେଦନ କରିପାରିବେ । ସବୁ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ବୋଲି ରାଜସ୍ୱ ବିଭାଗ ସ୍ପଷ୍ଟ କରିଛି ।

Advertisment

ଅଧିକ ପଢ଼ନ୍ତୁ: ରଥ ଉପରକୁ ଯାଇପାରିବେ ନାହିଁ ଅଣସେବକ, ଚଢ଼ିଲେ ରୁଜୁ ହେବ ମାମଲା

ବିଜେଡି ସରକାର ସମୟରେ ମାଳ ମାଳ ଭୂତ ହିତାଧିକାରୀ ସରକାରୀ ଯୋଜନା ହାତେଇଥିବା, ବର୍ତ୍ତମାନ ମୋହନ ସରକାରରେ ଖୋଳତାଡ଼ରୁ ଜଣାପଡୁଛି । ଯୋଗାଣ ବିଭାଗ ରାସନ କାର୍ଡ ପାଇଁ ଆଧାର ସଂଯୋଗ କରିବାରୁ ୪ ଲକ୍ଷରୁ ଅଧିକ ଭୂତ କାର୍ଡ ଧରାପଡିଛି । ବାରମ୍ବାର ସରକାରଙ୍କ ଅପିଲ୍ ସତ୍ତ୍ବେ ଏଯାଏ ଆହୁରି ୨୦ ଲକ୍ଷ ଆଧାର ସଂଯୋଗ କରୁନାହାନ୍ତି । ଅର୍ଥାତ ଭୂତ ହିତାଧିକାରୀଙ୍କ ସଂଖ୍ୟା ଅଧିକ ହୋଇପାରେ । ସରକାରୀ ଯୋଜନାରେ ଯେପରି ଜଣେ ବି ଅଯୋଗ୍ୟ ହିତାଧିକାରୀ ନରହିବେ ସେଥିପାଇଁ ସରକାର ଏ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ବିଜେଡି ସରକାର ସମୟରେ ଭୋଟ୍ ବ୍ୟାଙ୍କ ପାଇଁ ଅଯୋଗ୍ୟଙ୍କୁ ବି ଯୋଗ୍ୟ କରାଯାଇଥିବା ଅଭିଯୋଗ ଆଣି ବିଦାୟୀ ବିଜେଡି ସରକାରର ଗୁମର ଖୋଲିଛନ୍ତି ଖୋଦ୍ ରାଜସ୍ୱ ମନ୍ତ୍ରୀ । ସେପଟେ ବିଜେଡି କହିଛି, ସେମାନଙ୍କ ସରକାର ସମୟରେ କେବେ ବି ଦୁର୍ନୀତି ହୋଇନାହିଁ । କଂଗ୍ରେସ କହିଛି ପ୍ରଥମେ ଗରିବ ଲୋକଙ୍କ ଆଧାର କିପରି ହେବ ସେଥିଲାଗି ସାଧନ ପ୍ରସ୍ତୁତ କରାଯାଉ ନଚେତ ଯୋଗ୍ୟ ହିତାଧିକାରୀ ବାଦ୍ ପଡିବେ ।

ଆଗକୁ ଜନଗଣନା । ତାପୂର୍ବରୁ ରାଜ୍ୟ ସରକାର ଆଧାର ସଂଯୋଗୀକରଣ ଦ୍ୱାରା ନାଗରିକଙ୍କ ତଥ୍ୟକୁ ବଳିଷ୍ଠ କରୁଛନ୍ତି । ଏହାଦ୍ୱାରା ବ୍ୟବସ୍ଥାରେ ବଡ଼ ସଂସ୍କାର ଆସିପାରେ । ମାତ୍ର ଆଧାର ନଥିବା ଦାଦନଙ୍କ ପାଇଁ ହୁଏତ ଆଗକୁ ସମସ୍ୟା ଉପୁଜିପାରେ । ଏଥିପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ତାଉପରେ ନଜର । 

ଅଧିକ ପଢ଼ନ୍ତୁ: ରାଜଧାନୀକୁ ବି ଡାଇରିଆ ଭୟ, ଆକ୍ରାନ୍ତ ହେଲେଣି ଶତାଧିକ

Odisha News Odisha Government Aadhaar Card
Advertisment
Advertisment