• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଟ୍ୱିଟର ବ୍ଳୁ-ଟିକ୍‌କୁ ନେଇ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚା ଲାଗିରହିଛି । ବଡ଼ ବଡ଼ ସେଲିବ୍ରିଟିଙ୍କ ଆକାଉଣ୍ଟରୁ ବ୍ଲୁ-ଟିକ୍‌ ହଟାଇଦେଇଛି ଟ୍ୱିଟର । ଶାହରୁଖ ଖାନ୍‌ଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି ଏବଂ ଏମଏସ ଧୋନିଙ୍କ ଭଳି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଛି ବ୍ଳୁ-ଟିକ୍‌ । କ୍ରିକେଟର କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ ଟ୍ୱିଟର ଆକାଉଣ୍ଟରୁ ମଧ୍ୟ ବ୍ଲୁ-ଟିକ୍‌ ହଟାଇଦିଆଯାଇଛି । ଯାହାକୁ ନେଇ କିଛି ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସଚିନ୍‌ ।

ଅଧିକ ପଢ଼ନ୍ତୁ: ହାତ ଯୋଡ଼ିଲେ, ଦିନକ ପରେ ବ୍ଲୁ-ଟିକ୍‌ ପାଇଲେ ! କହିଲେ ‘ତୁ ଚିଜ୍‌ ବଡ଼ି ହେ ମସ୍କ ମସ୍କ...’

ଅନେକ ପ୍ରଶଂସକ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ନେଇ ପ୍ରଶ୍ନ କରିଥିବାବେଳେ ଜଣେ ପ୍ରଶଂସକ କହିଛନ୍ତି, ବର୍ତ୍ତମାନ ଅପଣଙ୍କ ଆକାଉଣ୍ଟରେ ବ୍ଳୁ-ଟିକ୍ ନାହିଁ, ଆମେ କିପରି ନିଶ୍ଚିତ ହୋଇପାରିବୁ ଆପଣ ପ୍ରକୃତ ସଚିନ୍ ତେନ୍ଦୁଲକର ?

ପ୍ରଶଂସକଙ୍କ ଏହି ସୁନ୍ଦର ପ୍ରଶ୍ନର ଉତ୍ତର ନିଜେ କ୍ରିକେଟର କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ରଖିଛନ୍ତି । ସେ ତାଙ୍କ ଉତ୍ତରରେ ଏକ ସ୍ମାଇଲ୍‌ ପୋଜ୍‌ର ଫଟୋ ପୋଷ୍ଟ କରିବା ସହ ଏହା ‘ମୋ ବ୍ଲୁ-ଟିକ୍‌ର ଭେରିଫିକେସନ୍‌’ ବୋଲି କ୍ୟାପସନ୍‌ରେ ଲେଖିଛନ୍ତି । ସଚିନ୍‌ ତାଙ୍କ ପ୍ରଶଂସକଙ୍କୁ ଦେଇଥିବା ଏହି ରିପ୍ଲେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ଅନେକ ପ୍ରଶଂସକ ତାଙ୍କର ଏହି ଫଟୋକୁ ଦେଖି ଖୁବ୍‌ ଖୁସି ହେବା ସହ ଫଟୋର କମେଣ୍ଟ ବକ୍ସରେ ବହୁ ମତାମତ ଦେଇଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, ଅନେକ ସେଲିବ୍ରିଟି ବ୍ଳୁ-ଟିକ୍‌ ହରାଇଛନ୍ତି । ହେଲେ କ୍ରିକେଟର ସଚିନ୍‌ ତେନ୍ଦୁଲକର ଫଟୋ ଓ କ୍ୟାପସନ ସହିତ ନିଜର ପରିଚୟ ଜଣେ ପ୍ରଶଂସକଙ୍କୁ ଜଣାଉଛନ୍ତି ।

ସେହିପରି ସଚିନ୍‌ଙ୍କ ଏହି ଗୋଟିଏ ଟ୍ୱିଟ୍‌ ବହୁ ପ୍ରଶଂସକଙ୍କ ହୃଦୟକୁ ଜିତିପାରିଛି । ଗତ କାଲି ସଂଧ୍ୟା ୪ଟା ୪୪ ମିନିଟ୍‌ରେ ସଚିନ୍‌ ଟ୍ୱିଟ୍‌ କରିଥିବା ଏହି ଫଟୋକୁ ୩ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଥିବାବେଳେ ୨,୬୦୦ରୁ ଅଧିକ ରି-ଟ୍ୱିଟ୍, ୫୫ ହଜାରରୁ ଅଧିକ ଲାଇକ୍‌ ଏବଂ ବହୁସାରା ମତାମତ ଦେଇଛନ୍ତି ଦର୍ଶକ ।