Advertisment

ହାତ ଯୋଡ଼ିଲେ, ଦିନକ ପରେ ବ୍ଲୁ-ଟିକ୍‌ ପାଇଲେ ! କହିଲେ ‘ତୁ ଚିଜ୍‌ ବଡ଼ି ହେ ମସ୍କ ମସ୍କ...’

ଅମିତାଭଙ୍କ ଏହି ପୋଷ୍ଟଟି ଖୁବ୍‌ ଭାଇରାଲ ମଧ୍ୟ ହୋଇଛି । ତେବେ ତାଙ୍କ ଲେଖାରୁ ଏହା ସ୍ପଷ୍ଟ ଥିଲା ଯେ, ସେ ମଜାକ୍‌ରେ ଲେଖିଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Amitabh Bachchan Tweet ‘tu cheez badi hai musk musk’ as he thanks Elon Musk after getting back Twitt

Amitabh Bachchan Tweet ‘tu cheez badi hai musk musk’ as he thanks Elon Musk after getting back Twitt

ଟ୍ୱିଟରରୁ ବ୍ଲୁ-ଟିକ୍ ହଟିବା ପରେ, ଏନେଇ ସାରା ବିଶ୍ୱରେ ଚର୍ଚ୍ଚା । ବଡ଼ ବଡ଼ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିଙ୍କ ଆକାଉଣ୍ଟରୁ ବି ହଟିଯାଇଛି ବ୍ଲୁ-ଟିକ୍ । ତେବେ ବଲିଉଡ୍‌ ଷ୍ଟାର ତଥା ବିଗ୍‌ ବି ଅମିତାଭ ବଚ୍ଚନ କିନ୍ତୁ ଏହି କ୍ଷେତ୍ରରେ ଟିକେ ଆଗରେ । ବ୍ଲୁ-ଟିକ୍‌ ହଟିବା ପରଠାରୁ ତାଙ୍କ ଟ୍ୱିଟ୍‌ ଖୁବ୍‌ ଚର୍ଚ୍ଚାରେ । ଆଉ ଏବେ ବ୍ଲୁ-ଟିକ୍‌ ଫେରି ପାଇବା ପରେ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ଅମିତାଭଙ୍କ ପୋଷ୍ଟ ।

Advertisment

ବ୍ଲୁ-ଟିକ୍‌ ପାଇବା ପରେ ଅମିତାଭ ବଚ୍ଚନ ଏଲନ୍‌ ମସ୍କଙ୍କୁ ଥଟ୍ଟା କରିଛନ୍ତି । ଛିଗୁଲେଇଲା ଭଳି ଭୋଜପୁରୀ ଷ୍ଟାଇଲ୍‌ରେ ଟ୍ୱିଟ୍‌ କରିଛନ୍ତି । ଆଉ ଏଲନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତକାଲି ବ୍ଲୁ-ଟିକ୍‌ ହଟିବା ପରେ ଏଲନ୍‌ଙ୍କୁ ହାତ ଯୋଡ଼ି ବ୍ଲୁ-ଟିକ୍‌ ଫେରାଇବା ପାଇ ବିଗ୍‌ ବି ଅମିତାଭ ବଚ୍ଚନ ନେହୁରା ହୋଇଥିଲେ। ଅଜ୍ଞା କଥାଟି ସତ । ଅମିତାଭଙ୍କ ଏହି ପୋଷ୍ଟଟି ଖୁବ୍‌ ଭାଇରାଲ ମଧ୍ୟ ହୋଇଛି । ତେବେ ତାଙ୍କ ଲେଖାରୁ ଏହା ସ୍ପଷ୍ଟ ଥିଲା ଯେ, ସେ ମଜାକ୍‌ରେ ଲେଖିଛନ୍ତି ।  

ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଅନ୍‌ପେଡ୍ ଆକାଉଣ୍ଟ୍ ବାଲା ଅନେକ ସେଲିବ୍ରିଟିଙ୍କ ଟ୍ୱିଟରରୁ ବ୍ଲ୍ୟୁ ଟିକ୍ ହଟେଇ ଦେଇଛି । ଅହି ଅବସରରେ ଟ୍ୱିଟର୍‌ରେ ବଲିଉଡର ଶେହଂଶାହ ଅମିତାଭ ବଚ୍ଚନଙ୍କ ଠାରୁ ମଧ୍ୟ ବ୍ଲୁ ଟିକ୍ ହଟାଇ ନିଆଯାଇଥିଲା। ଏହାକୁ ନେଇ ବିଗ୍ ବି ଏକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ । ଅମିତାଭ ବଚ୍ଚନ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଥିଲେ...

Advertisment

ଅଧିକ ପଢ଼ନ୍ତୁ: ବ୍ଳୁ-ଟିକ୍‌ ହଟିବା ପରେ ସଚିନ୍‌ କହିଲେ ‘ଏଇଟା ମୋର ବ୍ଳୁ-ଟିକ୍‌’

“T - 4623 ହେ ଟ୍ୱିଟର ଭାଇ ! ଆପଣ ଶୁଣୁଛନ୍ତି କି ? ଏବେ ଆମେ ଟଙ୍କା ଭରିଦେଇଛୁ...ତେବେ ଏ ଯୋଉ ନୀଳ ଟିକ୍‌ ଚିହ୍ନଥାଏ ନା, ଆମ ନାଁ ଆଗରେ, ଏହାକୁ ତ ଫେରେଇ ଦିଅ ଭାଇ, ଯାହା ଦ୍ୱାରା ଲୋକମାନେ ଜାଣିପାରିବେ ଯେ ଆମେ ବୋଲି ।ଆମେ ତ ହାତ ଯୋଡୁଛୁ। ଏବେ କ’ଣ ଗୋଡ଼ ଯୋଡ଼ିବାକୁ ପଡିବ କି??”

ତେବେ ଅମିତାଭ ନିଜ ନାଁ ଆଗରେ ବ୍ଲୁ-ଟିକ୍‌ ଫେରିପାଇବା ପରେ ଆଜି ପୁଣି ଏକ ମଜାଳିଆ ଢ଼ଙ୍ଗରେ ଟ୍ୱିଟ୍‌ କରିଛନ୍ତି । ସେ ଲେଖିଛନ୍ତି, ‘ଆମେ ବ୍ଲୁ-ଟିକ୍‌ ଫେରି ପାଇଛୁ । ସେଥିପାଇଁ ଆପଣଙ୍କୁ ଧନ୍ୟବାଦ । ଏହି ଖୁସିରେ ମୋର ଗୀତ ବୋଲିବାକୁ ଇଚ୍ଛା ହେଉଛି । ଆପଣ ସୁଣିବେ କି ? ତେବେ ଶୁଣନ୍ତୁ.. ତୁ.. ଚିଜ୍‌ ବଡ଼ି ହେ ମସ୍କ ମସ୍କ..

Amitabh Bachchan Twitter
Advertisment
Advertisment