Advertisment

Dolly Chaiwala : ଆପଣ ବି ଡଲିଙ୍କ ସହ କରିପାରିବେ ବ୍ୟବସାୟ, ଗଣିବାକୁ ପଡ଼ିବ ଲକ୍ଷାଧିକ ଟଙ୍କା...

ଡଲି ଚା’ୱାଲା ନିଜର ଅଲଗା ଅନ୍ଦାଜ ଓ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି । ତାଙ୍କ ଲୋକପ୍ରିୟତା ସେତେବେଳେ ବଢ଼ିଗଲା ଯେତେବେଳେ ମାଇକ୍ରୋସପ୍ଟ ପ୍ରତିଷ୍ଠାତା ବିଲ୍ ଗେଟସ୍ ତାଙ୍କ ଠେଲାରୁ ଚା’ ପିଇଥିଲେ ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Dolly Chaiwala

Dolly Chaiwala

ସୋସିଆଲ ମିଡିଆ ସେନସେସନ ଡଲି ଚା’ୱାଲା । ଠେଲାରେ ଚା’ ବିକ୍ରି କରି ସେ ଆଜି ସୋସିଆଲ ମିଡିଆ ମାଧ୍ୟମରେ ଘରେ ଘରେ ପରିଚିତ । ତାଙ୍କର ପ୍ରକୃତ ନାଁ ସୁନୀଲ ପଟେଲ । ସେ ଏବେ ଏକ ନୂଆ ବିଜନେସ ଆରମ୍ଭ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଏବେ ସେ ପୁଣି ଚର୍ଚ୍ଚ।କୁ ଆସିଯାଇଛନ୍ତି । ନୂଆ ବ୍ୟବସାୟ ନେଇ ସେ ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ।

Advertisment

ଡଲି ଚା’ୱାଲା ସାରା ଦେଶରେ ନିଜର ପ୍ରାଞ୍ଚାଇଜି ଆରମ୍ଭ କରିବେ । ସେ ଏନେଇ ଏକ ପୋଷ୍ଟ ବି କରିଛନ୍ତି । ପ୍ରାଞ୍ଚାଇଜି ଖୋଲିବାକୁ କେତେ ଖର୍ଚ୍ଚ ହେବ ସେନେଇ ବି ସୂଚନା ଦେଇଛନ୍ତି । ଠେଲା, ଷ୍ଟୋର ଓ କାଫେ ଖୋଲିଲେ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ତାର ପୂରା ହିସାବ ସେ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତୀୟ ବଜାରରେ ଏଲନ ମସ୍କଙ୍କ ଟେସଲା, ବଢ଼ିବ ଇଭି ଇକୋସିଷ୍ଟମ

ପୂର୍ବରୁ ଦେଶରେ ଅମୃତତୁଲ୍ୟ ଚା’ର ପ୍ରାଞ୍ଚାଇଜି ଚାଲିଛି । ଯାହାକି ଲୋକଙ୍କ ମଧ୍ୟରେ ଖୁବ ଲୋକପ୍ରିୟ । ଏବେ ଡଲି ଚା’ୱାଲାଙ୍କ ପ୍ରାଞ୍ଚାଇଜି କେତେ ସଫଳ ହେବ ତାକୁ ନେଇ ବି ସୋସିଆଲ ମିଡିଆରେ ଚର୍ଚ୍ଚ। ହେଉଛି ।

Advertisment

ଆପଣ ଚାହିଁଲେ ଡଲି ଚ’ୱାଲାଙ୍କ ଠାରୁ ପ୍ରାଞ୍ଚାଇଜି ନେଇ ନିଜର ବ୍ୟବସାୟ ଆରମ୍ଭ କରିପାରିବେ । ଯଦି ଆପଣ ଠେଲାରେ ଚା’ ବିକ୍ରି କରିବା ପାଇଁ ପ୍ରାଞ୍ଚାଇଜି ନେଉଛନ୍ତି ତେବେ ଆପଣଙ୍କୁ ୪.୫ ଲକ୍ଷରୁ ୬ ଲକ୍ଷ ଟଙ୍କା ପଡିବ । ଷ୍ଟୋର ଫର୍ମାଟ ହେଲେ ଆପଣଙ୍କୁ ୨୦ରୁ ୨୨ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ଯଦି ଆପଣ କାଫେ ଖୋଲିବେ ତେବେ ୩୯ ରୁ ୪୩ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ଡଲି ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ଡଲି ଚା’ୱାଲା ପ୍ରାଞ୍ଚାଇଜି ଏବେ ଖୋଲିଛି । ଏହା ଭାରତର ପ୍ରଥମ ଭାଇରାଲ ଷ୍ଟ୍ରୀଟ୍ ବ୍ରାଣ୍ଡ । ଠେଲାଠୁ ଆରମ୍ଭ କରି କାଫେ ପୁରା ଭାରତରେ ଲଞ୍ଚ୍ ହେବ । ଏହି ସ୍ବପ୍ନକୁ ପୂରଣ କରିବା ପାଇଁ କିଛି କରିବାର ଜୋସ୍ ରଖିଥିବା ଲୋକଙ୍କ ସନ୍ଧାନରେ ଅଛୁ ।

ଡଲି ଆଗକୁ ଲେଖିଛନ୍ତି ଯଦି ଆପଣ କିଛି ବଡ଼, ଦେଶୀ ଓ ସତରେ କିଛି ଶାନଦାର କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ । ସୀମିତ ସହର । ଅସିମୀତ ଚା’ । ଏହା ଭାରତର ପ୍ରଥମ ଭାଇରାଲ ଷ୍ଟ୍ରୀଟ୍ ବ୍ରାଣ୍ଡ୍ । ଏହା ଆପଣଙ୍କ ପାଇଁ ସୁଯୋଗ ଆଣିଦେଇଛି । ଆବେଦନ କରିପାରିବେ । ଏବେ ଯାଏ ୧୬୦୯ ଜଣ ପ୍ରାଞ୍ଚାଇଜି ପାଇଁ ଆବେଦନ କରିସାରିଲେଣି । 

ଡଲି ଚା’ୱାଲା ନିଜର ଅଲଗା ଅନ୍ଦାଜ ଓ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି । ତାଙ୍କ ଲୋକପ୍ରିୟତା ସେତେବେଳେ ବଢ଼ିଗଲା ଯେତେବେଳେ ମାଇକ୍ରୋସପ୍ଟ ପ୍ରତିଷ୍ଠାତା ବିଲ୍ ଗେଟସ୍ ତାଙ୍କ ଠେଲାରୁ ଚା’ ପିଇଥିଲେ ।

ଅଧିକ ପଢ଼ନ୍ତୁ: ଏଲନ ମସ୍କଙ୍କ ପ୍ରକଳ୍ପରୁ ଓହରିଲା ବାୟୁସେନା, ଯେ କୌଣସି ଦେଶକୁ ପଠାଇଥାଆନ୍ତା ୯୦ ମିନିଟରେ ୧୦୦ ଟନର କାର୍ଗୋ

Advertisment
Related Articles
Advertisment