Advertisment

S Jaishankar: ଚୀନ୍ ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ; କହିଲେ ଦ୍ୱିପାକ୍ଷିକ ସମ୍ପର୍କ ସୁଧାର ହେଲେ ଉଭୟ ଦେଶ ପାଇଁ ଲାଭଦାୟକ

ଚୀନ୍ ଗସ୍ତରେ ଥିବା ବେଳେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚାଇନାର ଉପ ରାଷ୍ଟ୍ରପତି ହାନ ଝେଙ୍ଗଙ୍କୁ ଭେଟିଛନ୍ତି ଏବଂ ଉଭୟ ଦେଶର ସମ୍ପର୍କରେ ସୁଧାର ପାଇଁ ଖୋଲା ଆଲୋଚନା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Jaishankar

Jaishankar

ଚାଇନାରେ ସାଂଘାଇ କୋପରେସନ ଅର୍ଗାନାଇଜେସନ (ଏସସିଓ) ବୈଠକରେ ଯୋଗ ଦେବା ପାଇଁ ଚୀନ୍ ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏହି ଅବସରରେ ଚାଇନାର ଉପରାଷ୍ଟ୍ରପତି ହାନ ଝେଙ୍ଗଙ୍କୁ ଭେଟିଛନ୍ତି ଜୟଶଙ୍କର । ସାମ୍ପ୍ରତିକ ବିଶ୍ୱ ପରିସ୍ଥିତିକୁ ନେଇ ସେ ଦୁଇ ଦେଶ ମଧ୍ୟରେ ଖୋଲା ଆଲୋଚନା କରିବା ପାଇଁ ଆହ୍ୱାନ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆସିବ ବୋଲି ଜୟଶଙ୍କର ଆଶା ବ୍ୟକ୍ତ କରିଛନ୍ତି । 

Advertisment

ଏହି ବୈଠକ ସମ୍ପର୍କରେ ଏସ୍ ଜୟଶଙ୍କର ଏକ୍ସରେ କହିଛନ୍ତି, “ଏସସିଓ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଚାଇନାର ଉପରାଷ୍ଟ୍ରପତି ହାନ ଝେଙ୍ଗଙ୍କୁ ଭେଟି ଖୁସି ଅନୁଭବ କରୁଛି । ଏସସିଓରେ ଚାଇନାର ସଭାପତିତ୍ୱ ନେଇ ଭାରତ ପୂର୍ଣ୍ଣ ସମର୍ଥନ କରୁଛି । ଗତ ବର୍ଷ ଅକ୍ଟୋବରରେ କାଜାନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଭେଟ ହେବା ପରେ ଉଭୟ ଦେଶର ସମ୍ପର୍କରେ ସୁଧାର ଆସିଛି । ଏହା ସହିତ ତାଙ୍କର ଚାଇନା ଗସ୍ତ ମଧ୍ୟ ସକରାତ୍ମକ ରହିବ ।”

ଏତଦ୍‌ବ୍ୟତୀତ, ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି ଯେ, “ଚଳିତ ବର୍ଷ ଆମେ ଚାଇନା ସହିତ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛି । କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ ହୋଇଥିବାରୁ ଭାରତୀୟମାନେ ଖୁସିବ୍ୟକ୍ତ କରିଛନ୍ତି । ଉଭୟ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ରହିବା ଦ୍ୱାରା ପରସ୍ପର ପାଇଁ ଲାଭଦାୟକ ହେବ । ଦୁଇ ପଡୋଶୀ ଦେଶ ନିଜର ଦୃଷ୍ଟିକୋଣର ଖୋଲା ଆଦାନପ୍ରଦାନ କରିବା ଉଚିତ୍ ।”

Advertisment

ଅଧିକ ପଢନ୍ତୁ: ରେଡ୍ ରିଭର ଉପରୁ ଭଙ୍ଗାଗଲା ୩୦୦ ଡ୍ୟାମ; ୩୪୨ ହାଇଡ୍ରୋପାୱାର ଷ୍ଟେସନର କାର୍ଯ୍ୟକ୍ଷମ ବନ୍ଦ

China External Affairs Minister Jaishankar
Advertisment
Advertisment