Advertisment

Dowry Torture: ସଂସାର ଉଜାଡ଼ିଦେଲେ ଯୌତୁକ ଲୋଭୀ; ଶୋଇଥିବା ବେଳେ ଜାଳିଦେଲେ

ଆରତି ପରିଡ଼ା ୨ବର୍ଷ ତଳେ ଆକାଶଙ୍କୁ ପ୍ରେମ ବିବାହ କରିଥିଲେ। ଖୁସିରେ ରହିବେ ବୋଲି ସଜାଇ ଥିଲେ ଅନେକ ସ୍ୱପ୍ନ। ନିଜ ବାପାମା’ଙ୍କ ବଦଳରେ ଶାଶୁ,ଶଶ୍ୱୁର, ଭାଇ ବଦଳରେ ଦିଅର ପାଇଛନ୍ତି ବୋଲି ଭାବିଥିଲେ। ସ୍ୱାମୀଙ୍କୁ ଜୀବନଠୁ ଅଧିକ ଭଲପାଉଥିଲେ। ସମସ୍ତଙ୍କ ମନ ଜାଣି ସାତ ତିଅଣ ପରଷି ଦେଉଥିଲେ । ଶାଶୁ,ଶଶୁରଙ୍କୁ ମନ ଜିଣିବାକୁ କରୁଥିଲେ ଚେଷ୍ଟା।

author-image
Tapaswini Nayak
ଅଦ୍ୟତନ ହୋଇଛି
ଯୌତୁକ ନିର୍ଯାତନା

ଯୌତୁକ ନିର୍ଯାତନା

ଯୌତୁକ ପାଇଁ ଜଳିଗଲେ ନବବଧୂ। ପୋଡ଼ି ପାଉଁଶ ହୋଇଗଲା ସୁନେଲି ସ୍ୱପ୍ନ। ଯାହାକୁ ସେହ୍ନ ଭଲ ପାଇବା ଦେଉଥିଲେ, ଭଗବାନ ଭାବି ପୂଜୁଥିଲେ, ସେମାନେ ନବବଧୂ ଦେହରେ ଲଗାଇ ଦେଲେ ନିଆଁ। ସାମାନ୍ୟ କେତେଟା ଟଙ୍କା ପାଇଁ ହୋଇଗଲେ ନିର୍ଦ୍ଦୟ, ପାଲଟିଗଲେ ରାକ୍ଷସ। ଏବେ ମେଡିକାଲ ବେଡ୍‌ରେ ଛଟପଟ ହେଉଛି ନବବଧୂ। ଜୀବନ ମରଣ ସହ କରୁଛି ସଂଗ୍ରାମ।

Advertisment

ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗାଁରୁ।

ଆରତି ପରିଡ଼ା ୨ବର୍ଷ ତଳେ ଆକାଶଙ୍କୁ ପ୍ରେମ ବିବାହ କରିଥିଲେ। ଖୁସିରେ ରହିବେ ବୋଲି ସଜାଇ ଥିଲେ ଅନେକ ସ୍ୱପ୍ନ। ନିଜ ବାପାମା’ଙ୍କ ବଦଳରେ ଶାଶୁ,ଶଶ୍ୱୁର,ଭାଇ ବଦଳରେ ଦିଅର ପାଇଛନ୍ତି ବୋଲି ଭାବିଥିଲେ। ସ୍ୱାମୀଙ୍କୁ ଜୀବନଠୁ ଅଧିକ ଭଲପାଉଥିଲେ। ସମସ୍ତଙ୍କ ମନ ଜାଣି ସାତ ତିଅଣ ପରଷି ଦେଉଥିଲେ । ଶାଶୁ,ଶଶୁରଙ୍କୁ ମନ ଜିଣିବାକୁ କରୁଥିଲେ ଚେଷ୍ଟା।

Advertisment

ହେଲେ ଯୌତୁକ ପାଇଁ ଶାଶୁ,ଶଶୁରରଙ୍କ ପାଖରୁ ଶୁଣିବାକୁ ପଡ଼ୁଥିଲା ବିଭିନ୍ନ କଥା।, ସହିବାକୁ ପଡ଼ୁଥିଲା ନିର୍ଯାତନ। ତାକୁ ମୁଣ୍ଡ ପାତି ସହି ନେଉଥିଲେ ଆରତି। ଅତିରୁ ଇତି ହେବାରୁ ବାହାର ରାଜ୍ୟରେ ରହୁଥିବା ସ୍ୱାମୀଙ୍କୁ ସବୁ କଥା ଜଣାଇଥିଲେ। ଏଥିସହ ନିଜ ବାପାଙ୍କୁ ଶାଶୁ ଘର ଲୋକେ ନିର୍ଯାତନା ଦେଉଥିବା କଥା କହିଥିଲେ। ବାପା ମଧ୍ୟ ନିଜ ଝିଅକୁ ବୁଝାଇଥିଲେ। ସ୍ୱାମୀ ମଧ୍ୟ ସ୍ତ୍ରୀକୁ ବାପାମା’ଙ୍କ କଥା ସହି ଯିବାକୁ କହୁଥିଲେ।

ଏସବୁ ଭିତରେ ଚାଲିଥିଲା ଆରତିଙ୍କ ସଂସାର ଗାଡ଼ି। ଗତକାଲି ରାତିରେ କୌଣସି କଥାକୁ ନେଇ ଶାଶୁବୋହୂଙ୍କ ମଧ୍ୟରେ ବଚସା ହୋଇଥିଲା। ଆଜି ସକାଳେ ଆରତି ନିଜ ରୁମରେ ଶୋଇଥିଲେ। ଏହି ସମୟରେ ଦିଅର ଓ ଶାଶୁ ମିଶି ଆରତିଙ୍କ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଜୀବନ ବିକଳେ ଆରତି ଘର ବାହାରକୁ ପଳାଇ ଆସିଥିଲେ। ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପରେ ଅବସ୍ଥା ଗୁରୁତର ହେବାରୁ ଆରତିଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ନିର୍ଯାତନା ପାଇଁ ନବବଧୂକୁ ଶାଶୁ ଘର ଲୋକ ପୋଡ଼ି ଦେଇଥିବା ଆରତିଙ୍କ ବାପା ଅଭିଯୋଗ କରିଛନ୍ତି। 

Dowry Harassment Case Dowry Torture Dowry
Advertisment
Advertisment