Advertisment

Wife Murders Husband: ପରପୁରୁଷ ପାଇଁ ସ୍ୱାମୀଙ୍କୁ ମାରିଦେଲା, ପୁଅକୁ କହିଲା…

ସ୍ତ୍ରୀର ଥିଲା ପରକୀୟାପ୍ରୀତି । ଘର ଛାଡିବା ଯୋଜନାରେ ଥିଲା । ବାହାର ରାଜ୍ୟରେ ରହୁଥିବା ସ୍ୱାମୀ ଘରେ ପହଞ୍ଚିବା ପରେ ବିଚଳିତ ହୋଇପଡିଥିଲା ସ୍ତ୍ରୀ । ରାତି ଅଧରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସ୍ୱାମୀଙ୍କୁ ମାରିଦେଲା । ଆକ୍ରମଣ ବେଳେ ମୁହଁରେ ରକ୍ତ ପଡିବାରୁ ଉଠି ପଡିଥିଲା ୧୨ ବର୍ଷର ପୁଅ । ମାଆ କହିଲା, ଶୋଇପଡ ନହେଲେ ତୋତେ ମାରିଦେବି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
murder

murder

ଏକ ଦୁଃଖଦାୟକ ଘଟଣାରେ ୩୫ ବର୍ଷୀୟା ଉଷା ଦେବୀ ନାମ୍ନୀ ଜଣେ ମହିଳା ତାଙ୍କ ସ୍ୱାମୀ ୪୫ ବର୍ଷୀୟ ବଲୋ ଦାସଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣା ଗତ ରାତିରେ ଘଟିଛି । ଉଷା ଦେବୀ ନିଜେ ଏହି ଅପରାଧ କରିଥିବା ସ୍ୱୀକାର କରିଛି । ଉଷା ଦେବୀ ଏବଂ ତାର ସ୍ୱାମୀ ବଲୋ ଦାସଙ୍କର ବୈବାହିକ ଜୀବନ ସେତେଟା ଭଲ ନଥିଲା । ଦୁଇ ଜଣଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ଘଟଣା ଘଟିଛି ବିହାରର ପୂର୍ଣ୍ଣିଆ ଜିଲ୍ଲାରେ । 

Advertisment

ବଲୋ ଦାସ ଜଣେ ଶ୍ରମିକ ଭାବେ ପଞ୍ଜାବରେ ରହି କାମ କରୁଥିଲେ। ଏହି ସମୟରେ ଉଷା ଦେବୀ ଗାଁରେ ରହୁଥିଲା । ସେମାନଙ୍କର ୩ଟି ପିଲା ଅଛନ୍ତି । ପିଲାମାନେ ମାଆ ସହ ଗାଁରେ ରହୁଥିଲେ । ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଉଷା ଦେବୀର ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ସେ ତା ପ୍ରେମିକ ସହ ଘରଛାଡ଼ି ପଳାଇବା ପାଇଁ ଯୋଜନାରେ ଥିଲା ।

ଉଷା ଦେବୀ ଗାଁରେ ଥିବା ନିଜ ଜମି ବିକ୍ରି କରିଦେଇଥିଲା । ଏହି ଜମି ବିକ୍ରି ଟଙ୍କା ନେଇ ସେ ପ୍ରେମିକ ସହ ଚାଲିଯାଇଥାଆନ୍ତା ବୋଲି ପୋଲିସ କହିଛି ।

Advertisment

ତେବେ ସେ ଘର ଛାଡିବା ପୂର୍ବରୁ ହଠାତ୍ ଘରେ ଆସି ପହଞ୍ଚି ଯାଇଥିଲେ ବାଲୋ । ତେଣୁ ଉଷାର ଅକଲ ଗୁଡୁମ୍ ହୋଇଯାଇଥିଲା । ରାତିରେ ଘରେ ସପରିବାରେ ଶୋଇଥିଲା ବେଳେ ଉଷା ଉଠିପଡି ବଲୋଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ରକ୍ତ ଛିଟା ୧୨ ବର୍ଷ ପୁଅ ମୁହଁରେ ପଡିଥିଲା । ସେ ଉଠି ଦେଖିଲା, ମାଆ ବାପାଙ୍କୁ ହାଣି ପକାଉଛି । ସେ କିଛି କହିବା ପୂର୍ବରୁ ମାଆ ଉଷା କହିଥିଲା, ପୁଅ ତୁ ଶୋଇପଡ । ନହେଲେ ତୋତେ ହାଣିଦେବି । ପୁଅ ଡରିଯାଇ ଆଖି ବନ୍ଦ କରି ଶୋଇପଡିଲା ।

ସକାଳ ହେବା ପରେ ପୁଅ ଉଠି ବାହାରକୁ ଚାଲିଯାଇଥିଲା । ମାଆ ବାପାଙ୍କୁ ହତ୍ୟା କରିଥିବା ସଂପର୍କରେ ପ୍ରଥମେ ସଂପର୍କୀୟମାନଙ୍କୁ କହିଥିଲା । ଏହା ପରେ ଗାଁର ଲୋକମାନେ ଆସି ତାଙ୍କ ଘରେ ପହଞ୍ଚି ଯାଇଥିଲେ । ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ମୃତଦେହକୁ ମେଡିକାଲକୁ ପଠାଇବା ସହ ଉଷାକୁ ଗିରଫ କରିଥିଲା ।

ଅଧିକ ପଢ଼ନ୍ତୁ: ନଦୀକୁ ଠେଲିଦେଲା ପତ୍ନୀ, ମରୁ ମରୁ ବଞ୍ଚିଗଲେ ସ୍ୱାମୀ

Murder Bihar
Advertisment
Advertisment