Advertisment

DeepSeek: ଆମେରିକାରେ ଆତଙ୍କ ସୃଷ୍ଟି କରୁଛି ଏହି ଚାଇନିଜ୍‌ ଆପ୍‌; ଜାଣନ୍ତୁ କାହିଁକି...

ଏତେ ବୈଷୟିକ ଜ୍ଞାନ କୌଶଳ ଥାଇ ମଧ୍ୟ ଆଜି ପଛରେ ପଡ଼ିଛି ଆମେରିକା । ଆମେ କହୁଛୁ, ସାରା ବିଶ୍ବରେ ହଲଚଲ ସୃଷ୍ଟି କରିଥିବା ଚୀନର ଏଆଇ ଟେକନୋଲୋଜି କଥା । ଚୀନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମୋବାଇଲ ଆପ୍ଲିକେସନ ‘ଡିପସିକ୍’ ଆମେରିକା ଭଳି ବୈଷୟିକ କୌଶଳରେ ସମୃଦ୍ଧ ଦେଶକୁ ମଧ୍ୟ ଚିନ୍ତାରେ ପକାଇଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
DeepSeek

DeepSeek

ଆମେରିକାକୁ ଘାଇଲା କଲାଣି ଚୀନ । ଚିନ୍ତାରେ ଡୋନାଲ୍ଡ ଟ୍ରମ୍ପ । ଆମେରିକାରେ ଆତଙ୍କ ସୃଷ୍ଟି କଲାଣି ଚାଇନିଜ୍‌ ଆପ୍‌ । କେବେ ବି ଏମିତି ହେବ ବୋଲି ଭାବିନଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏତେ ବୈଷୟିକ କୌଶଳ ଥାଇ ମଧ୍ୟ ଆଜି ପଛରେ ପଡ଼ିଛି ଆମେରିକା । ଆମେ କହୁଛୁ, ସାରା ବିଶ୍ବରେ ହଲଚଲ ସୃଷ୍ଟି କରିଥିବା ଚୀନର ଏଆଇ ଟେକନୋଲୋଜି କଥା। ଚୀନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମୋବାଇଲ ଆପ୍ଲିକେସନ ‘ଡିପସିକ୍’ ଆମେରିକା ଭଳି ବୈଷୟିକ କୌଶଳରେ ସମୃଦ୍ଧ ଦେଶକୁ ମଧ୍ୟ ଚିନ୍ତାରେ ପକାଇଛି । ଏହି ଆପ୍ ଲୋକଙ୍କୁ ଏତେ ମାତ୍ରାରେ ପସନ୍ଦ ଆସିଛି ଯେ ଚାଟ ଜିପିଟି ଭଳି ଆପ୍ଲିକେସନକୁ ମଧ୍ୟ ପଛରେ ପକାଇ ଦେଇଛି। ଏମିତିକି ଚାଟ ଜିପିଟିର ଅସ୍ତିତ୍ବ ଉପରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଡିପସିକ୍‌ ।

Advertisment

କେବେ ତିଆରି କରାଯାଇଥିଲା ‘ଡିପସିକ୍‌’ ?

ଚୀନର ହାଙ୍ଗଝୋ ସହରରେ ଗତ ବର୍ଷ ଏହି ଡିପସିକ୍ ଆପ୍ ତିଆରି ହୋଇଥିଲା । ମାତ୍ର ୬ ମାସରେ ନୂଆ କରି ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ କମ୍ପାନୀ ଏହାକୁ ତିଆରି କରିଛି। ଚାଟ ଜିପିଟି ଆପ୍ ବର୍ଷ ବର୍ଷର ରିସର୍ଚ୍ଚ ପରେ ତିଆରି ହୋଇଥିବା ବେଳେ ଏହା କମ ସମୟ ମଧ୍ୟରେ ସବୁଠୁ ଭଲ ସେବା ପ୍ରଦାନ କରିବା ଆମେରିକା ପାଇଁ ଚିନ୍ତାର କାରଣ ପାଲଟିଛି।

ଅଧିକ ପଢ଼ନ୍ତୁ: ଧୂଳିସାତ୍ ହୋଇଯିବ 'ଆମେରିକାନ୍ ଡ୍ରିମ୍' !, ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ ଚିନ୍ତାରେ ଭାରତୀୟ

Advertisment

‘ଡିପସିକ୍‌’ର କାମ କଣ ? 

‘ଡିପସିକ୍‌’ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଆପଣ ଏକ ପ୍ରଶ୍ନ ପଚାରିଲେ ସଙ୍ଗେସଙ୍ଗେ ଉତ୍ତର ମିଳିଯାଇଥାଏ । ଯଦି ଆମେ ଗୁଗଲରେ କିଛି ସର୍ଚ୍ଚ କରୁ ତେବେ ଆମକୁ ସଂକ୍ଷିପ୍ତ ଉତ୍ତର ମିଳିଥାଏ କିନ୍ତୁ ଯଦି ଆମେ ‘ଡିପସିକ୍‌’ ବ୍ୟବହାର କରିବା ତେବେ ଅଧିକ ଶବ୍ଦରେ ଉତ୍ତର ମିଳିଥାଏ । ଉଦାହରଣ ସ୍ବରୂପ ଯଦି ଆପଣ କୌଣସି ପ୍ରସଙ୍ଗରେ 400 ଶବ୍ଦର ଏକ ପ୍ରବନ୍ଧ ଲେଖିବାକୁ ଚାହାଁନ୍ତି, ‘ଡିପସିକ୍‌’ ତୁରନ୍ତ ଆପଣଙ୍କୁ ଲିଖିତ ଆକାରରେ ଦେବ । ଏହା କେବଳ ଲିଖିତ ଆକାରରେ ଉତ୍ତର ଦେଇପାରିବ । ଏହା ଭିଡ଼ିଓ ଓ ଫଟୋ ତିଆରି କରିବାରେ ସକ୍ଷମ ନୁହେଁ । ତେବେ ଚାଟ ଜିପିଟିର ବିଭିନ୍ନ ସେବାକୁ ବ୍ୟବହାର କରିବାକୁ ହେଲେ ଅର୍ଥ ପୈଠ କରିବାକୁ ହେବ, କିନ୍ତୁ ଚୀନର ‘ଡିପସିକ୍‌’ ସମ୍ପୂର୍ଣ୍ଣ ମାଗଣାରେ ସେବା ଯୋଗାଉଛି। ତେବେ ‘ଡିପସିକ୍‌’ ସର୍ଭରରେ ସାଇବର ଆକ୍ରମଣ ହେବା ଯୋଗୁଁ ବର୍ତ୍ତମାନ ସେବା ବନ୍ଦ ରହିଛି। କିନ୍ତୁ ଆମେରିକାରେ ଆପଲ ଷ୍ଟୋରରୁ ସର୍ବାଧିକ ଡାଉନଲୋଡ କରିଥିବା ଆପ୍ ପାଲଟିଯାଇଛି ‘ଡିପସିକ୍‌’ ।

ଆମେରିକା ‘ଡିପସିକ୍‌’କୁ ନେଇ ଚିନ୍ତାରେ କାହିଁକି ? 

ଆମେରିକାର ସେୟାର ମାର୍କେଟରେ ମଧ୍ୟ ‘ଡିପସିକ୍‌’ ପ୍ରଭାବ ପକାଇଛି । ଯାହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଟେକନୋଲୋଜି କ୍ଷେତ୍ରରେ ଚୀନର ପ୍ରତିଯୋଗିତା ଦେଖି ଆମେରିକାର ଟେକନୋଲୋଜି କ୍ଷେତ୍ର ନିଶ୍ଚିତ ଭାବେ ଆଲର୍ଟରେ ଆସିବା ଦରକାର ବୋଲି କହିଛନ୍ତି ଟ୍ରମ୍ପ । ତେବେ ‘ଡିପସିକ୍‌’ ପ୍ରଭାବରେ ବିଭିନ୍ନ ଟେକ୍ନୋଲୋଜି ସହ ଜଡିତ ଷ୍ଟକ ଗୁଡିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଟେକ୍ନୋଲୋଜି ସହ ଜଡିତ ଷ୍ଟକ ଗୁଡିକ ପ୍ରାୟ ୧.୨ ଟ୍ରିଲିୟନ ଡଲାର ଅର୍ଥ ହରାଇଥିଲେ । ଆମେରିକା ସହ ଇଂଲଣ୍ଡରେ ମଧ୍ୟ ଏହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଟେକଲୋଲୋଜି କ୍ଷେତ୍ରରେ ଚୀନ ଆମେରିକାକୁ ଟକ୍କର ଦେବାକୁ ପ୍ରୟାସ କରୁଛି ବୋଲି ବିଶେଷଜ୍ଞ ମାନେ ମତ ରଖୁଛନ୍ତି। ଚୀନ ଭଳି ଦେଶକୁ ଆଡଭାନ୍ସ ସେମିକଣ୍ଡକଟର ଭଳି ସାମଗ୍ରୀ ରପ୍ତାନୀ ବନ୍ଦ କରିଥିବା ବେଳେ ଚୀନର ସଫଳତା ଆମେରିକାକୁ ଆଶ୍ଚର୍ଯ୍ୟ କରିଛି।

ଅଧିକ ପଢ଼ନ୍ତୁ: ସହାୟତା ରାଶି ବନ୍ଦ କଲା ଆମେରିକା, ବିପଦରେ ୬୫ ଲକ୍ଷ ଶିଶୁଙ୍କ ଭବିଷ୍ୟତ

US China
Advertisment
Advertisment