• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

କେଦାରନାଥ ନିକଟରେ ହେଲିକପ୍ଟର ଦୁର୍ଘଟଣା ।  ଦୁର୍ଘଟଣାରେ  ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୌରୀକୁଣ୍ଡ ଜଙ୍ଗଲରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସେପଟେ  ଦୁର୍ଘଟଣାସ୍ଥଳରେ ରେସ୍‌କ୍ୟୁ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗୁପ୍ତକାଶୀକୁ ଯାଉଥିଲା ହେଲକପ୍ଟର । ହେଲିକପ୍ଟର୍‌ରେ ପାଇଲଟ୍‌ଙ୍କ ସମେତ ୭ ଜଣ ଥିଲେ । ଖରାପ ପାଗ କାରଣରୁ ହେଲିକପ୍ଚରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି ।

ଆଜି ଭୋର ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ଉତ୍ତରାଖଣ୍ଡର ଡେରାଡୁନରୁ କେଦାରନାଥ ଅଭିମୁଖେ ଯାତ୍ରା କରୁଥିଲା । ହେଲେ ଗୌରୀକୁଣ୍ଡ ଜଙ୍ଗଲରେ ହେଲିକପ୍ଟରଟି କେଉଁଆଡେ ନିଖୋଜ ହୋଇଯାଇଥିଲା । ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶୋକ ପ୍ରକାଶ କରିଛନ୍ତି । କେଦାରନାଥ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୭ ତାରିଖରେ ମଧ୍ୟ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ରୁଦ୍ରପ୍ରୟାଗ ଜିଲ୍ଲାର ହାଇୱେ ନିକଟରେ ହେଲିକପ୍ଟରଟିକୁ ଏମରେଜନ୍ସି ଲ୍ୟାଣ୍ଡିଂ କରାଯାଇଥିଲା । ସେଥିରେ ଥିବା ଯାତ୍ରୀ ଓ ପାଇଲଟ୍‌ ଅଳ୍ପକେ ବର୍ତ୍ତି ଯାଇଥିଲେ । 

ଅଧିକ ପଢନ୍ତୁ: ପ୍ଲେନ କ୍ରାସ୍‌ ପଛରେ ଅଛି କି ଷଡ଼ଯନ୍ତ୍ର ? କାହିଁକି ଏମିତି କହିଲେ ବାବା ରାମଦେବ