Advertisment

Samay Raina: India's Got Latentର ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା, କହିଲେ...

ଅଶ୍ଳୀଳ କମେଣ୍ଟ ବିବାଦକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ କମେଡିଆନ ସମୟ ରୈନା । ନିଜର ବିବାଦୀୟ ସୋ' ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ସବୁ ଭିଡିଓ ଡିଲିଟ୍ କଲେ ।

author-image
Namita Biswal
ଅଦ୍ୟତନ ହୋଇଛି
India's Got Latent show controversy

India's Got Latent show controversy

କମେଡିଆନ ସମୟ ରୈନାଙ୍କ India's Got Latent ସୋ'ରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ଅଶ୍ଳୀଳ କମେଣ୍ଟକୁ ନେଇ ବିବାଦ ଥମିବାର ନାଁ ଧରୁନି । ବିବାଦ ତେଜିବା ସହିତ ରଣବୀର ଓ ସମୟଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଏଫଆଇଆର ରୁଜୁ ହୋଇଛି । ଏପରିକି ସଂସଦ ଯାଏଁ ପହଞ୍ଚିଛି ଏହି ପ୍ରସଙ୍ଗ । ଏହାରି ମଧ୍ୟରେ ବିବାଦକୁ ନେଇ ବର୍ତ୍ତମାନ ନୀରବତା ଭାଙ୍ଗିଛନ୍ତି କମେଡିଆନ ସମୟ ରୈନା । ସେ ନିଜର ସୋ'ରୁ ସମସ୍ତ ଭିଡିଓ ଡିଲିଟ୍ କରିଦେଇଛନ୍ତି ।

Advertisment

ସମୟ ରୈନା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଯାହାବି କିଛି ହେଉଛି ଏହାକୁ ହ୍ୟାଣ୍ଡେଲ କରିବା ମୋ ପାଇଁ ଖୁବ୍ କଠିନ ହୋଇଯାଉଛି । ମୁଁ 'ଇଣ୍ଡିଆଜ ଗଟ୍ ଲାଟେଣ୍ଟ'ର ସମସ୍ତ ଭିଡିଓ ଚ୍ୟାନେଲରୁ ହଟାଇ ଦେଇଛି । ମୋର ଉଦ୍ଦେଶ୍ୟ କେବଳ ଲୋକଙ୍କୁ ହସାଇବା ଥିଲା । ଏହି ଘଟଣାର ଯାଞ୍ଚ ଠିକ୍ ଭାବେ ହେଉ, ଏଥିପାଇଁ ମୁଁ ସବୁ ଏଜେନ୍ସିକୁ ସହଯୋଗ କରିବାକୁ ପ୍ରସ୍ତୁତ । 

Advertisment

ଅଧିକ ପଢନ୍ତୁ: ଅଶ୍ଳୀଳ କମେଣ୍ଟ୍ କରି ହରଡଘଣାରେ ରଣବୀର ଆହ୍ଲାବାଦିଆ; ବ୍ରେକ୍‌ଅପ୍ କଲେ ଗର୍ଲଫ୍ରେଣ୍ଡ

ଷ୍ଟାଣ୍ଡଅପ୍‌ କମେଡିଆନ୍‌ ଭାବେ ଜଣାଶୁଣା ସମୟ ରୈନାଙ୍କ ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ ବେଶ୍‌ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଅନେକ ସମୟରେ ଏଥିରେ ଲୋକଙ୍କୁ ବିବାଦୀୟ ପ୍ରଶ୍ନ ପଚରାଯାଉଥିବା ବେଳେ ଏଥର ଏହା ସବୁ ସୀମା ଟପିଯାଇଥିଲା । ଏହି 'ଶୋ’ର ଲାଟେଷ୍ଟ ଏପିସୋଡରେ ୟୁଟ୍ୟୁବର ଆଶୀଷ ଚଞ୍ଚଲାନୀ, ଅପୂର୍ବ ମଖିଜା, ରଣବୀର ଆହ୍ଲାବାଦିଆଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ ରଣବୀର ଆହ୍ଲାବାଦିଆ ପିତାମାତାଙ୍କୁ ନେଇ ଅଶ୍ଳୀଳ କମେଣ୍ଟ କରିଥିଲେ, ଯାହାକୁ ନେଇ ବଢିଚାଲିଛି ବିବାଦ ।

ବର୍ତ୍ତମାନ ରାଜନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ୍‌ ଅଭିନେତା ଏବଂ ହାସ୍ୟ ଅଭିନେତାମାନେ ରଣବୀରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।  ଏହା ମଧ୍ୟରେ ତାଙ୍କର ଗର୍ଲଫ୍ରେଣ୍ଡ ମଧ୍ୟ ତାଙ୍କୁ ଛାଡ଼ିଦେଇଛନ୍ତି ।

ଅଧିକ ପଢନ୍ତୁ: ଜୋକ୍ କରୁ କରୁ ଜୋକର୍ ପାଲଟିଗଲେ କମେଡିଆନ୍, ରୁଜୁ ହେଲା ମାମଲା

Controversies In India Comedy Objectionable Video
Advertisment
Advertisment