Advertisment

LIVE ଦୁର୍ଘଟଣା: ଗଡ଼ାଣିରେ ଧରିଲାନି ବ୍ରେକ୍‌, ଗାର୍ଡ ୱାଲ୍‌ରେ ସିଧା ପିଟି ହୋଇ ସ୍କୁଟି ସହ ଓଲଟି ପଡ଼ିଲେ ଯୁବତୀ...

ଗଡ଼ାଣିରେ ଧରିଲାନି ବ୍ରେକ୍‌। ଫଳରେ ଘାଟି ରାସ୍ତାର ଗାର୍ଡ ୱାଲ୍‌ରେ ସିଧା ପିଟି ହୋଇ ସ୍କୁଟି ସହ ଓଲଟି ପଡ଼ିଲେ ଯୁବତୀ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Ganjam Accident Live Video

Girl Rams Scooter Into Guard Wall After Break Fail In Live Video

ଗଡ଼ାଣିରେ ଧରିଲାନି ବ୍ରେକ୍‌। ଫଳରେ ଘାଟି ରାସ୍ତାର ଗାର୍ଡ ୱାଲ୍‌ରେ ସିଧା ପିଟି ହୋଇ ସ୍କୁଟି ସହ ଓଲଟି ପଡ଼ିଲେ ଯୁବତୀ। ଯାହାର ଭିଡିଓ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହୋଇଛି। ଗଞ୍ଜାମ ଜିଲ୍ଲା ଚିକିଟି ନିକଟବର୍ତ୍ତୀ ବାଳକୁମାରୀ ଘାଟି ରାସ୍ତାରେ ନୂଆବର୍ଷ ଦିନ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ଜଣେ ଯୁବତୀ ସ୍କୁଟି ଚଲାଇ ଯାଉଛନ୍ତି। ହଠାତ୍‌ ଗଡ଼ାଣିରେ ବ୍ରେକ୍‌ ନଧରିବାରୁ ଯୁବତୀ ଜଣକ ସ୍କୁଟିକୁ ଆଉ କଣ୍ଟ୍ରୋଲ୍‌ କରିପାରିଲେ ନାହିଁ। ନିୟନ୍ତ୍ରଣ ହରାଇ ଘାଟି ରାସ୍ତାର ଗାର୍ଡ ୱାଲ୍‌ରେ ସିଧା ପିଟି ହୋଇ ସ୍କୁଟି ସହ ଓଲଟି ପଡ଼ିଥିଲେ ଯୁବତୀ। ସୌଭାଗ୍ୟବଶତଃ, ଏକ ବଡ଼ ଧରଣର ଅଘଟଣରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥିରେ ଯୁବତୀ ଜଣକ ସାମାନ୍ୟ ଆହତ ହୋଇଛନ୍ତି। 

ଅଧିକ ପଢ଼ନ୍ତୁ: ତୀବ୍ର ବେଗରେ ଗାଡ଼ି ଦଉଡ଼ାଉଥିଲେ ୫ ସୈତାନ: ପିଚୁ ରାସ୍ତାରେ ଘୋଷାଡ଼ି ହୋଇ.. 

Advertisment

ସାଧାରଣତଃ ଘାଟି ରାସ୍ତାରେ ଅଧିକାଂଶ ଦୁର୍ଘଟଣା ଘଟିଥାଏ। କାରଣ ଏହି ରାସ୍ତାରେ ବୁଲାଣି ଓ ଗଡ଼ାଣି ଥିବାରୁ ଦୁର୍ଘଟଣାର ସମ୍ଭାବନା ଅଧିକ ଥାଏ। ତେଣୁ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ଟିକିଏ ଅସାବଧାନ ହେଲେ ବଡ଼ ଅଘଟଣର ଶିକାର ହେବାକୁ ପଡ଼ିଥାଏ। 

Road Accident Accident Viral Video
Advertisment
Advertisment