/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751538370.jpg)
Couple Killed In Accident
ସତରେ ଦଇବ କେଡେ ନିଷ୍ଠୁର ! ବାପାର ଦେହାନ୍ତ ଖବର ପାଇ ଗାଁକୁ ଯାଉଥିଲେ ପୁଅ-ବୋହୂ । ହେଲେ ନିଜେ ଶବ ହୋଇଗଲେ । ଏଣେ ପୁଅ ଆସିଲେ ବାପାର ଶବ ସତ୍କାର ପାଇଁ ଚାହିଁ ବସିଛନ୍ତି ପରିବାର । କିନ୍ତୁ ଦୁହେଁ ଘରେ ପହଞ୍ଚିବା ପୂର୍ବରୁ ପହଞ୍ଚିଗଲା ମୃତ୍ୟୁ ଖବର । ଗାଁକୁ ଯିବା ବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ପୁଅ-ବୋହୂଙ୍କ ଜୀବନ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଏନ୍ଏଚ୍ ୫୭ ନୂଆପଡ଼ା ଛକ ନିକଟରେ ।
ଅଧିକ ପଢନ୍ତୁ: ବିଶ୍ୱାସଘାତକ ହେଲପର୍, ମାଲିକାଣୀ ଗାଳି କଲେ ବୋଲି ସାଜିଲା ସୈତାନ...
ସୂଚନା ମୁତାବକ, ମୃତକ ହେଲେ ରାଜକିଶୋର ସାହୁ ଓ ପତ୍ନୀ ମିନାକ୍ଷୀ ସାହୁ । ଗତକାଲି ରାତିରେ ହଠାତ୍ ବାପାଙ୍କ ଦେହାନ୍ତ ଖବର ଶୁଣି ସ୍ୱାମୀ-ସ୍ତ୍ରୀ ଦୁହେଁ କାର୍ରେ କଳାହାଣ୍ଡି ଜିଲ୍ଲା ନୂଆପଡ଼ାରୁ ନିଜ ଗାଁ ନୟାଗଡ଼ ଜିଲ୍ଲାର ଗଣିଆ ଅଭିମୁଖେ ଯାଉଥିଲେ । ବୌଦ୍ଧ ନୂଆପଡ଼ା ଟୋଲ୍ ଗେଟ୍ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ତାଙ୍କ କାର୍ ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ରାଜକିଶୋର ଓ ମିନୀକ୍ଷାଙ୍କ ମୃତ୍ୟୁ ଘଟିଥିଲା । କିଏ ଜାଣିଥିଲା, ବାପାର କୋକେଇ ଉଠିବା ପୂର୍ବରୁ ଏମିତି ଦୁର୍ଘଟଣାରେ ପୁଅ-ବୋହୂଙ୍କ କୋକେଇ ଉଠିବ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)