/odishatv-khabar/media/post_attachments/uploadimage/library/16_9/16_9_0/Chardham_1751535984.jpg)
Chardham
ଉତ୍ତରାଖଣ୍ଡରେ ପାଗ ଅନୁକୂଳ ନଥିବାରୁ ଚାରିଧାମ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର । ଏ ନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଘୋଷଣା କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ପାଣିପାଗ ସ୍ଥିତି ଭଲ ନଥିବାରୁ ଅସ୍ଥାୟୀ ଭାବେ ଯାତ୍ରା ସ୍ଥଗିତ ରଖାଯାଇଥିବା ଘୋଷଣା କରାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି ।
ଅଧିକ ପଢନ୍ତୁ: ଆରମ୍ଭ ହେଲା ଅମରନାଥ ଯାତ୍ରା; ‘ହରହର ମହାଦେବ’ ଓ ‘ବମ୍ ବମ୍ ଭୋଲେ’ ନାରାରେ କମ୍ପିଲା ପରିବେଶ
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି, ଆଗକୁ ପାଗରେ ସୁଧାର ଆସିଲେ ଚାରିଧାମ ଯାତ୍ରା ପୁଣି ଆରମ୍ଭ ହେବ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ଅସ୍ଥାୟୀ ଭାବେ ଯାତ୍ରା ସ୍ଥଗିତ ରଖାଯାଇଛି । ସମସ୍ତ ଜିଲ୍ଲା ଅଧିକାରୀ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଟିମ୍, ଏନଡିଆରଏଫ ଏବଂ ଏସଡିଆରଏଫ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।
ବର୍ତ୍ତମାନ ଉତ୍ତରାଖଣ୍ଡର ସୋନପ୍ରୟାଗ ଅଞ୍ଚଳରେ ମୁଙ୍କାଟିଆ ସ୍ଲାଇଡିଂ ଜୋନରେ ପଥର ଧସିବା ଯୋଗୁଁ ଅସ୍ଥାୟୀ ଭାବେ କେଦାରନାଥ ଧାମ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ପ୍ରଶାସନ ପକ୍ଷରୁ ରାସ୍ତା ସଫା ହୋଇଯିବା ପରେ ପୁଣି ଯାତ୍ରା ଆରମ୍ଭ ହେବ ।
ସୂଚନାଯୋଗ୍ୟ, ଚାରିଧାମା ଯାତ୍ରା, ଯାହା ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ପାଇଁ ଏକ ପବିତ୍ର ଧାର୍ମିକ ଯାତ୍ରା । କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀକୁ ନେଇ ଅନ୍ତର୍ଭୂକ୍ତ । କ୍ରମାଗତ କିଛି ବର୍ଷ ଧରି ଯାତ୍ରୀମାନଙ୍କ ନିରାପଦ ଓ ସୁରକ୍ଷିତ ଯାତ୍ରା ପାଇଁ ଉତ୍ତରାଖଣ୍ଡ ସରକାର ରାଜ୍ୟରେ ଭିତ୍ତିଭୂମିକୁ ସୁଦୃଢ କରୁଛନ୍ତି । ଗତ ରବିବାର ଦିନ ପ୍ରବଳ ବର୍ଷା ହେବା ଫଳରେ ମାଟି ଧସିବା ଯୋଗୁଁ ୨୪ ଘଣ୍ଟା ପାଇଁ ଚାରି ଧାମ ଯାତ୍ରା ସ୍ଥଗିତ ରଖିଥିଲେ ଏବଂ ସୋମବାର ପରେ ପୁଣି ଆରମ୍ଭ କରିଥିଲେ ଉତ୍ତରାଖଣ୍ଡ ସରକାର । ଉତ୍ତରକାଶୀ ଜିଲ୍ଲାରେ ବାର୍କତ ଓ ଯମୁନୋତ୍ରୀ ରାସ୍ତାରେ ସିଲାଇ ବନ୍ଦ ନିକଟରେ ବଡ ଧରଣର ଭୂ-ସ୍ଖଳନ ହୋଇ ଜନଜୀବନ ପ୍ରଭାବିତ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)