Advertisment

Househelp Murders Woman: ବିଶ୍ୱାସଘାତକ ହେଲପର୍‌, ମାଲିକାଣୀ ଗାଳି କଲେ ବୋଲି ସାଜିଲା ସୈତାନ...

ଦିଲ୍ଲୀର ଲାଜପତ ନଗରରେ ଜଣେ ଘରୋଇ ସହାୟକ ତାର ମାଲିକାଣୀ ରୁଚିକା ସେୱାନୀ ଓ ତାଙ୍କ ପୁଅଙ୍କୁ ବିଭତ୍ସ ହତ୍ୟା କରି ଫେରାର ହୋଇଯିବା ବେଳେ ଗିରଫ କରିଛି ପୋଲିସ୍ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
double murder

double murder

ମାଲିକାଣୀ ଗାଳି କଲେ ବୋଲି ବଦଲା ନେଲା ଘରୋଇ ସହାୟକ । ମାଲିକାଣୀ ଓ ତାଙ୍କ ପୁଅକୁ କଲା ଅତି ନିର୍ମମ ହତ୍ୟା । ଏତେ ଭୟଙ୍କର ଭାବେ ହତ୍ୟା କରିଥିଲା ଯେ, ଚାରି ଆଡେ ଖାଲି ରକ୍ତ ଆଉ ରକ୍ତ । ସତରେ ଯେମିତି ଘରଟି ରକ୍ତରେ ଗାଧୋଇଛି । ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ସାମନାକୁ ଆସିଛି ଦିଲ୍ଲୀରୁ । ଦକ୍ଷିଣ ଦିଲ୍ଲୀର ଲାଜପତ ନଗରରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । 

Advertisment

ଅଧିକ ପଢନ୍ତୁ: ଅଳିଆ ଭର୍ତ୍ତି ଟ୍ରକରୁ ମିଳିଲା ମହିଳାଙ୍କ ମୃତଦେହ, ୨୦ ଘଣ୍ଟାରେ ଗିରଫ ହେଲା ପ୍ରେମିକ

ଦିଲ୍ଲୀର ଲାଜପତ ନଗରରେ ପତ୍ନୀ ରୁଚିକା ସେୱାନୀ (୪୨) ଓ ୧୪ ବର୍ଷର ପୁଅ କ୍ରୀସଙ୍କ ସହିତ ରୁହନ୍ତି କୁଲଦୀପ ସେୱାନୀ । ଜୁଲାଇ ୨ ତାରିଖ ବୁଧବାର ରାତି ପ୍ରାୟ ୯ଟା ୪୩ ମିନିଟ୍ ସମୟରେ କୁଲଦୀପ ଯେତେବେଳେ ଘରେ ପହଞ୍ଚିଥିଲେ, ସେତେବେଳେ ସେ ତାଙ୍କ ଘର ବାହାର ଗେଟ୍ ଓ ପାହାଚରେ ରକ୍ତ ପଡିଥିବା ଦେଖିଥିଲେ । ଏହା ପରେ ସେ ତାଙ୍କ ପତ୍ନୀ ରୁଚିକାଙ୍କୁ ଫୋନ୍ କରିଥିଲେ, ହେଲେ ନା ସେ ଫୋନ୍ ରିସିଭ୍ କରିଥିଲେ ନା କବାଟ ଖୋଲିଥିଲେ । ସେ କବାଟ ବାଡେଇଥିଲେ ମଧ୍ୟ ରୁଚିକା କବାଟ ଖୋଲି ନଥିଲେ । 

Advertisment

ଯାହା ପରେ ମନରେ ସନ୍ଦେହ ଉପୁଜିବାରୁ ସେ ପୋଲିସକୁ ଫୋନ୍ କରିଥିଲେ । ଷ୍ଟେସନ ହାଉସ୍ ଅଫିସରଙ୍କ ସହ ପୋଲିସ୍ ଆସି ଘର କବାଟ ଭାଙ୍ଗି ରୁଚିକା ଓ ତାଙ୍କ ପୁଅଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ରୁଚିକାଙ୍କ ମୃତଦେହ ଶୋଇବା ଘରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ପୁଅଙ୍କ ମୃତଦେହ ଗାଧୁଆ ଘରୁ ଉଦ୍ଧାର କରାଯାଇଥିଲା । ଉଭୟଙ୍କୁ ଦେଖିଲେ ଲାଗୁଥିଲା ସତେ ଯେମିତି କୌଣସି ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରାଯାଇଛି । ଉଭୟଙ୍କ ବେକରେ ଗଭୀର ଆଘାତ ଲାଗିଥିଲା । 

କୁଲଦୀପଙ୍କ ଘରେ କାମ କରୁଥିବାରୁ ପ୍ରଥମ ସନ୍ଦେହ ଯାଇଥିଲା ମୁକେଶ(୨୪)ଙ୍କ ଉପରକୁ । ମୁକେଶ, ଯିଏ କି ବିହାରର ହାଜିପୁରର ବାସିନ୍ଦା, ସେ ସ୍ଥାନୀୟ ଅମର କଲୋନୀରେ ରହୁଥିଲେ । ଏବଂ କୁଲଦୀପଙ୍କ ଗାମେର୍ଟ ଦୋକାନରେ କାମ କରିବା ସହ ଡ୍ରାଇଭର ଭାବେ ମଧ୍ୟ କାମ କରନ୍ତି । ମୁକେଶ ଫେରାର ହେଇ ଯାଉଥିବା ବେଳେ ଉତ୍ତରପ୍ରଦେଶର ଦିନଦୟାଲ ଉପାଧ୍ୟୟ ଜଙ୍କସନରୁ ଧରିଥିଲା ପୋଲିସ୍ । ସିସିଟିଭି ଫୁଟେଜ ବଳରେ ଧରା ପଡିଥିଲା ମୁକେଶ ।

ମୁକେଶକୁ ପଚରାଉଚରା ବେଳେ ସେ ଏହି ହତ୍ୟା କରିଥିବା ସ୍ୱୀକାର କରିଛି । ନିକଟରେ ରୁଚିକା ତାଙ୍କୁ କୌଣସି କାରଣ ପାଇଁ ଗାଳି କରିଥିବାରୁ ସେ ରାଗରେ ପ୍ରତିଶୋଧ ନେବା ପାଇଁ ଏହି ହତ୍ୟା କରିଥିବା ସ୍ୱୀକାର କରିଛି । ପୋଲିସ୍ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି । ଉଭୟଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି ପୋଲିସ୍ ।

ଅଧିକ ପଢନ୍ତୁ: ନାବାଳକ ପୁଅକୁ ଛୁରୀ ଭୁଷି ହତ୍ୟା କଲା ବାପା, ବାସ୍ ଭୁଲ ଥିଲା ଏତିକି...

Murder Delhi Crime News
Advertisment
Advertisment