Car Flips 8 Times
କଥାରେ ଅଛି ରଖେ ହରି ତ ମାରେ କିଏ। ପ୍ରକୃତରେ ଭଗବାନ୍ ରକ୍ଷା କଲେ କେହି କିଛି ବି କ୍ଷତି କରିପାରିବେ ନାହିଁ। ରାଜସ୍ଥାନର ନାଗୋରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। SUV କାର୍ ଦୁର୍ଘଟଣା ଘଟାଇବା ପରେ ୮ ଥର ଓଲଟି ପଡିଲା ମାତ୍ର କାର୍ରେ ଥିବା ୫ ଯାତ୍ରୀ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଏହି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି। ଯେଉଁଥିରେ କାର୍ କିପରି ହାଇୱେରେ ୮ ଗଡ଼ା ଖାଇବା ପରେ ସୋ’ରୁମ ଆଗରେ ଓଲଟି ପଡ଼ିଛି। ଏହି ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେଭାଇରାଲ୍ ହେବାରେ ଲାଗିଛି।
SUV କାରରେ ମୋଟ୍ ୫ଜଣ ଯାତ୍ରୀ ଥିଲେ। ସମସ୍ତେ ନାଗୌରରୁ ବିକାନରକୁ ଯାଉଥିଲେ। ଏହି ସମୟରେ ହଠାତ୍ ଡ୍ରାଇଭର କାରକୁ ବୁଲାଇଥିଲେ ଓ ଏହାପରେ ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ। କିଛି ସେକେଣ୍ଡ ମଧ୍ୟରେ, ଗାଡି ଆଠଥର ଫ୍ଲପ୍ ହୋଇ ଏକ କାର୍ ଶୋ’ରୁମ୍ ସାମ୍ନାରେ ଓଲଟି ପଡିଲା। ଦୁର୍ଘଟଣା ଯୋଗୁଁ ଶୋ’ରୁମର ମୁଖ୍ୟ ଫାଟକ ମଧ୍ୟ ଭାଙ୍ଗି ଯାଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଖଣ୍ଡ ଖଣ୍ଡ ହୋଇଯାଇଥିଲା, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି।
ଅଧିକାରୀଙ୍କ କହିବାନୁସାରେ, ଦୁର୍ଘଟଣା ସମୟରେ ଡ୍ରାଇଭର କାରରୁ ଡେଇଁ ପଡ଼ିଥିଲେ। ଏହା ପରେ କାରଟି ଓଲଟି ପଡ଼ିବା ପରେ ଅବଶିଷ୍ଟ ୪ ଜଣ ଯାତ୍ରୀ ମଧ୍ୟ ଶୋ’ରୁମ ନିକଟରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସମସ୍ତେ ଥଟ୍ଟା କରି ଶୋ’ରୁମ୍ରେ ପ୍ରବେଶ କରି କହିଲେ, “ଆମକୁ ଚା ଦିଅ” । ଅନ୍ୟ ଜଣେ ଅଧିକାରୀ କହିଛନ୍ତି, "ଏଥିରେ କେହି ଆହତ ହୋଇନାହାଁନ୍ତି, ଗୋଟିଏ ବି ସ୍କ୍ରାଚ୍ ମଧ୍ୟ ନଥିଲା। ଶୋ’ରୁମରେ ପହଞ୍ଚିବା ମାତ୍ରେ ସେମାନେ ଚା ମାଗିଥିଲେ।" ତେବେ ସେମାନଙ୍କ ସୌଭାଗ୍ୟ ପାଇଁ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734788137.jpg)