ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ଆତ୍ମଜୀବନି ଶନିବାର ଉନ୍ମୋଚିତ ହୋଇ ଯାଇଛି। ବ୍ଲକ୍ ବଷ୍ଟରରୁ ବାଲଟ ବକ୍ସ ନାମରେ ଅନୁଭବ ମହାନ୍ତିଙ୍କ ପୁସ୍ତକର ଉନ୍ମୋଚନ ହୋଇଛି। ଚଳଚିତ୍ର ଓ ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଗଞ୍ଜାମ ଦେଇ ଯାଇଛି ୧୬ ନମ୍ୱର ଜାତୀୟ ରାଜପଥ। ଏହି ଜାତୀୟ ରାଜପଥର ଉଭୟ କଡ଼ରେ ରହିଛି ଅନେକ ଗାଁ। ତା’ସହ ବଡ଼ ବଡ଼ ମାର୍କେଟ, ବସଷ୍ଟାଣ୍ଡ ଥିବାରୁ ଲୋକେ ଏହା ଉପରେ ନିର୍ଭରଶୀଳ।
ଟ୍ବିନ୍ ସିଟିର ଲାଇଫଲାଇନ୍ ସାଜିଥିବା ଏହି ବସକୁ ଲୋକେ କହିଲେଣି ମଣିଷ ମରା ବସ୍। ଗତରାତିରେ ତମାଣ୍ଡୋରେ ଜଣେ ମହିଳାଙ୍କୁ ଯେଭଳି ଘୋଷାଡ଼ି ମାରିଲା ସମସ୍ତଙ୍କୁ ବିଚଳିତ କରିଛି। କେବଳ କାଲି ନୁହେଁ, ଗତ କିଛି ମାସ ହେଲା ଅନେକ ଲୋକଙ୍କ ଜୀବନ ନେଲାଣି।
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ାସ୍ଥିତ ବାସଭବନରେ ରହି କାମ କରୁଥିଲେ ବେଲାଳସେନଙ୍କ ପୁଅ ଲଳିତ। ବର୍ଷ ବର୍ଷ ଧରି ନବଦାସଙ୍କ ଘରେ ସେ ରୋଷଇ କରୁଥିଲେ।
ରାଜ୍ୟ କଂଗ୍ରେସକୁ ଘରବାହୁଡ଼ା ବଳ। ଦଳ ଛାଡ଼ିଥିବା ଓ ବହିଷ୍କୃତ ନେତାଙ୍କୁ ପିସିସି ସଭାପତିଙ୍କର ଗତକାଲି ସର୍ବକ୍ଷମା ଘୋଷଣା ପରେ ଆଜି ଭେଟେରାନ୍ ସୁର ରାଉତରାୟଙ୍କର ହୋଇଛି ଘର ୱାପସୀ। ସୁର କହିଛନ୍ତି- ଗଲା ୯ମାସ ହେଲା ଯନ୍ତ୍ରଣାରେ ଥିଲେ, କିନ୍ତୁ ଆଜି ଭାରି ଖୁସି।
ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ଡିଗ୍ରୀରେ ପାସ କରିଛନ୍ତି ୩୪ ହଜାର ୪୭୧ ପିଲା। ସେଥିରୁ ଚାକିରି ପାଇଛନ୍ତି ମାତ୍ର ୧୫ ହଜାର ୨୮୯। ବଳକା ୧୯ ହଜାର ୧୮୨ ଛାତ୍ରଛାତ୍ରୀ ବେକାର। ଡିପ୍ଲୋମା ସ୍ଥିତି ଆହୁରି ସାଙ୍ଘାତିକ।
ନିର୍ଦ୍ଦେଶକ ପାଣ୍ଡିଆନ୍, ନାଚୁଛନ୍ତି ବିଜେଡି ନେତା। ଏଭଳି ବୟାନ ଦେଇ ଆଜି ବିଜେଡିର ଗୁମର ଖୋଲିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଗୃହକୁ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଅଚଳ କରିଛନ୍ତି ବିଜେଡି ବିଧାୟକ।
ରାଜ୍ୟରେ ଭୂତ ହିତାଧିକାରୀ ଚିହ୍ନଟ ଓ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ୍ କାର୍ଡ ଯୋଗାଇ ଦେବାର ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଗତବର୍ଷ ଜୁନ୍ ମାସରୁ e-KYC ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଥିଲେ।
ଚାକରାଣୀକୁ ବୃଦ୍ଧ ଦମ୍ପତି ଗାଳିଗୁଲଜ କରୁଥିବାରୁ ରାଗ ରଖି ଏଭଳି ହତ୍ୟାକାଣ୍ଡ କରିଥିବା ଅଭିଯୁକ୍ତ ପୋଲିସ ଆଗରେ କହିଛି । କିନ୍ତୁ ଏହାକୁ ଅସ୍ବୀକାର କରିଛନ୍ତି ମୃତ ଦମ୍ପତିଙ୍କ ଝିଅ ଇତିସ୍ମିତା । ଏଥିରେ କେବଳ ଚାକରାଣୀ କିମ୍ବା ତାଙ୍କ ସ୍ବାମୀ ନୁହେଁ ବରଂ ଅନ୍ୟ କାହାର ସଂପୃକ୍ତି ରହିଛି ।
ତାରାଙ୍କ ଅଭିଯୋଗର ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିରୋଧୀ ଦଳ। ଆମ ସରକାର ଅତି ଶୁଦ୍ଧ ଓ ପବିତ୍ରାର ସହ କାମ କରୁଛି। ୮ ମାସ ଭିତରେ କୌଣସି ଗୋଟିଏ ହେଲେ ଅଭିଯୋଗ ଆସିନି।
ଭାରତୀୟ କ୍ରିକେଟ୍ ଦଳ ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଶନିବାର ଦୁବାଇ ଯାତ୍ରା କରିଛି। ବିସିସିଆଇର ନିୟମ ଅନୁଯାୟୀ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ସମେତ ଟିମ୍ ଇଣ୍ଡିଆର ସମସ୍ତ ୧୫ ଖେଳାଳି ଆଜି ମୁମ୍ବାଇରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି।
ଦେଶବ୍ୟାପୀ ଏକାଧିକ ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଏହାକୁ ଖାରଜ କରିବା ପାଇଁ ରଣବୀର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ତୁରନ୍ତ ଶୁଣାଣି ପାଇଁ କୋର୍ଟ ମନା କରି ଦେଇଛନ୍ତି।
ଡକ୍ତର ମାଝୀ ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀରୁ ୨୦୦୬ ମସିହାରେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ପରେ ସେହି ଆସନରୁ ୨ ଥର ବିଜୟୀ ହୋଇଥିଲେ। ତେବେ ୨୦୨୧ ମସିହାରେ ସେ ଅସନ୍ତୋଷ ଝାଡ଼ି କଂଗ୍ରେସ ଛାଡ଼ିଥିଲେ।
ଗୋଟିଏ ଓଷା ପାଳନ ଦ୍ୱାରା ବଦଳିଗଲା ଗରିବ ଚକୁଳିଆ ପଣ୍ଡା ପରିବାରର ଭାଗ୍ୟ। ଯେଉଁ ଝିଅ ଦୁଇଜଣ ଦୈନିକ ଘଷି ଗୋଟେଇବାକୁ ଜଙ୍ଗଲକୁ ଯାଆନ୍ତି, ସେଇ ଝିଅଙ୍କ ଜୀବନରେ ଦିନେ ହଠାତ୍ ଘଟିଲା ଏହିପରି ଏକ ଘଟଣା, ଯାହା ବଦଳାଇ ଦେଲା ପୂରା ପରିବାରର ଜୀବନ।
ପୁଷ୍ପାଞ୍ଜଳି ଗାଁ ଲୋକଙ୍କ ସହାୟତାରେ କବାଟ ଖୋଲିଥିଲେ। ସେତେବେଳେ ଘର ଭିତରେ ଶଙ୍କର୍ଷଣ, ତାଙ୍କ ଝିଅ ଓ ନାତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।
ବିଶ୍ବର ସର୍ବବୃହତ କୋଠା ବୁର୍ଜ ଖଲିଫା। ୟୁଏଇ ଓ ଦୁବାଇରେ ଅବସ୍ଥିତ ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ଉଚ୍ଚତା ୮୨୮ ମିଟର। ଏଥିରେ ୧୬୩ ମହଲା ଅଛି ଓ ଏହା ସମଗ୍ର ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ। ତେବେ ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ପ୍ରକୃତ ମାଲିକ କିଏ ତାକୁ ନେଇ ସମସ୍ତଙ୍କ ମନରେ ରହିଥାଏ ଉତ୍କଣ୍ଠା।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ରେ ଚାକିରି ସୁଯୋଗ। ଏନେଇ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଏବେ ସାରା ଓଡ଼ିଶାରେ ବାଂଲାଦେଶୀ ଓ ରୋହିଙ୍ଗିଆ ମାନଙ୍କର ଅନୁପ୍ରବେଶ। ଯାହା ରାଜ୍ୟ ଓ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଯାହାକୁ ନେଇ ଖୋଦ୍ ରାଜସ୍ୱ ମନ୍ତ୍ରୀ ବାଂଲାଦେଶୀ ଅନୁପ୍ରବେଶ ବର୍ତ୍ତମାନ ବଡ଼ ସମସ୍ୟା ବୋଲି କହିବା ସହ ସରକାର ଏଥିପ୍ରତି ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଯଦି ସରକାର ଅନୁପ୍ରବେଶକରୀଙ୍କ ବିରୁଦ୍ଧରେ ଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆଗକୁ ପରିସ୍ଥିତି ଭୟାବହ ବୋଲି ମତବ୍ୟକ୍ତ କରିଛନ୍ତି ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ।
ସତରେ କ'ଣ କେବିସିରୁ ୫ କୋଟି ଜିତିବା ପରେ ବି କାଙ୍ଗାଳ ହୋଇଯାଇଛନ୍ତି ସୁଶୀଲ କୁମାର ? ଏବେ ପଦାକୁ ଆସିଲା ପ୍ରକୃତ ସତ । ପଢନ୍ତୁ ପୁରା ଘଟଣା
ନୂତନ ଗୃହରେ କ୍ଲାସ ହେବା କହି ପ୍ରିନ୍ସିପାଲ ଏଠାରୁ ସମସ୍ତ ଆସବାବ ପତ୍ର ନୂତନ ସ୍କୁଲଗୃହକୁ ନେଇଯାଇ ଏଠାରେ ସ୍କୁଲ ବନ୍ଦକରି ଅନ ଲାଇନ ମାଧ୍ୟମରେ କ୍ଲାସ ଚଳାଇଛନ୍ତି। ସ୍କୁଲ ବନ୍ଦ କରିବାର କାରଣ ମଧ୍ୟ କହୁ ନାହାନ୍ତି। ଯାହା ଫଳରେ ପିଲାମାନେ ପାଠ ଠିକରେ ବୁଝିପାରୁ ନାହାଁନ୍ତି। ଏଭଳି ପରିସ୍ଥିତିରେ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲିହେଇ ଯାଉଛି। କିଭଳି ଶୀଘ୍ର ସ୍କୁଲ ଖୋଲିବ ସେ ନେଇ ସେମାନେ ଜିଲ୍ଲାପାଳ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ରଣବୀର ଆହ୍ଲାବାଦିଆଙ୍କ ଜନ୍ମ ୨ ଜୁନ୍ ୧୯୯୩ରେ ମୁମ୍ବାଇରେ ହୋଇଥିଲା । ସେ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ତାଙ୍କର ଶିକ୍ଷା ଗ୍ରହଣ କରିଥିଲେ । ୨୦୧୫ ମସିହାରେ ଦ୍ୱାରକାଦାସ ଜୀବନଲାଲ ସାଂଘଭି ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ୍ରେ ବି.ଟେକ୍ ସମାପ୍ତ କରିଛନ୍ତି । ରଣବୀର ବୀରବାଇସେପସ୍ (beerbiceps) ନାମରେ ମଧ୍ୟ ପ୍ରସିଦ୍ଧ । ୨୨ ବର୍ଷ ବୟସରେ ତାଙ୍କର କ୍ୟାରିଅର ଆରମ୍ଭ କରି, ସେ ଜଣେ YouTuber ଏବଂ ପୋଡକାଷ୍ଟର ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ଏହି ରେସିପି ପାଇଁ ଆବଶ୍ୟକ ପନିର, କଟା ପିଆଜ, କଟା ରସୁଣ, କଟା ଅଦା, କଟା କଞ୍ଚାଲଙ୍କା, ପିଆଜ-ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଟମାଟୋ ସସ୍, ଚିଲି ସସ୍, ଖାଇବା କଲର୍, ଗରମ ମସଲା ଗୁଣ୍ଡ ଓ ତେଲ।
ଶେଷ ଥର ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା। ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଯଦି ଆପଣ ଘରେ ୱାଇ-ଫାଇ ଲଗାଉଛନ୍ତି, ତେବେ ଏହାକୁ ସୁରକ୍ଷିତ ରଖିବା ମଧ୍ୟ ଜରୁରୀ। ଏଥିପାଇଁ କିଛି ସହଜ ଟିପ୍ସ ମଧ୍ୟ ଅଛି। ଏହି ଉପାୟ ମାଧ୍ୟମରେ ଆପଣ ଅନାବଶ୍ୟକ କନେକ୍ସନ୍, ସାଇବର ଆକ୍ରମଣ ଏବଂ ହ୍ୟାକିଂ ଭଳି ବିପଦରୁ ରକ୍ଷା ପାଇପାରିବେ। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।
ଫିଲ୍ମ 'ଛାଭା' ପ୍ରଥମ ଦିନରେ ୩୧ କୋଟିରୁ ଅଧିକ ଟଙ୍କାରେ ଖାତା ଖୋଲିଛି। ଏହା ଶିବାଜୀ ସାୱନ୍ତଙ୍କ ଦ୍ୱାରା ଲିଖିତ ମରାଠୀ ଉପନ୍ୟାସ ‘ଛାଭା’ ଉପରେ ଆଧାରିତ। ଏଥିରେ ଭିକି କୌଶଲ ଶମ୍ୱାଜୀ ମହାରାଜ ଭୂମିକାରେ ଅଭିନୟ କରିଛନ୍ତି। କିଏ ଏହି ଶମ୍ୱାଜୀ ମହାରାଜ ଆସନ୍ତୁ ଜାଣିବା।