ଭଦ୍ରକର ଜଣେ ବିଜେଡି ବିଧାୟକଙ୍କ ଲିଙ୍କ୍ ନେଇ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାର କଂଗ୍ରେସ ନେତା ଅସିତ ପଟ୍ଟନାୟକ କହିଛନ୍ତି, ଯଥାଶୀଘ୍ର ବିଧାୟକଙ୍କୁ ତଦନ୍ତ ପରିସରକୁ ଅଣାଯାଉ। ଏଣେ ବିଜେଡି କହିଛି, ଅଭିଯୋଗ ଭିତ୍ତିହୀନ। ଯଦି କାହାର ଲିଙ୍କ ଅଛି, କ୍ଷମତାରେ ଅଛନ୍ତି ତଦନ୍ତ କରି ସାମ୍ନାକୁ ଆଣନ୍ତୁ।
ଚଳିତ ବର୍ଷ ଚାମ୍ପିୟନ୍ସ ଟ୍ରଫି ପରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ ବୋଲି ଶୁକ୍ଲା ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୧ ତାରିଖରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ଏହା ମେ ୨୫ ପର୍ଯ୍ୟନ୍ତ ଜାରି ରହିବ।
ଡବଲ ଇଞ୍ଜିନ ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ କୋଷ୍ଟାଲ ହାଇୱେ ପାଇଁ ଫିଟିଲା ବାଟ। ବହୁ ବାଦବିବାଦ, ବାରମ୍ବାର ନକ୍ସା ପରିବର୍ତ୍ତନ ପରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟେଣ୍ଡର ପ୍ରକ୍ରିୟା, ନିର୍ମାଣ ହେବାକୁ ଯାଉଛି ଉପକୂଳ ରାଜପଥ। ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୬୩ କିଲୋମିଟର ରାସ୍ତା ପାଇଁ ଖୁବଶୀଘ୍ର ଟେଣ୍ଡର ଆହ୍ବାନ ହେବ।
BCCIର ନୂଆ ସମ୍ପାଦକ ଦେବଜିତ୍ ସାଇକିଆ। ଆସାମର ପୂର୍ବତନ କ୍ରିକେଟର୍ ଦେବଜିତ୍ ସାଇକିଆଙ୍କୁ ନିଯୁକ୍ତି ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ। ଜୟ ଶାହ ଆଇସିସିର ଅଧ୍ୟକ୍ଷ ହେବା ପରେ ସାଇକିଆଙ୍କୁ ଦାୟିତ୍ବ ମିଳିଛି।
ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ୍ ଭାବରେ କିଛି ମାଫିଆ ମାଛ ମାରୁଥିଲେ। ଏନେଇ ଖବର ପାଇବା ପରେ ଟ୍ରଲରରେ ରେଡ୍ କରିଥିଲା ବନ ବିଭାଗ। ବନବିଭାଗ ପାଟ୍ରୋଲିଂ ଟିମ୍ ଉପରକୁ ମାଛ ମାଫିଆଙ୍କ ଆକ୍ରମଣ ।
ଗୁଗୁଲର ନୂଆ ଚୋରି ସୁରକ୍ଷା ସେବା ହେଉଛି ଏପରି ଏକ ସୁରକ୍ଷା ଫିଚର୍, ଯାହା ଆପଣଙ୍କ ସ୍ମାର୍ଟଫୋନ୍କୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ କରିଥାଏ। ତେବେ ଏହି ସେବା କ’ଣ ଏବଂ ଏହାକୁ କିପରି ବ୍ୟବହାର କରିବା ଆସନ୍ତୁ ଜାଣିବା।
ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ରହିଛି ୨୦୮୩ଟି ଅଙ୍ଗନବାଡି କେନ୍ଦ୍ର। ବିଭାଗୀୟ ତଥ୍ୟ ଅନୁସାରେ, ୫୯୭ଟି ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ। ୩୦୮ଟି କେନ୍ଦ୍ର ଭଡ଼ାଘରେ, ୫୨ଟି ସ୍କୁଲ ଗୃହ ଏବଂ ୨୩୭ଟି ଅଙ୍ଗନବାଡି କେନ୍ଦ୍ର ଗୋଷ୍ଠୀ ଗୃହରେ ପରିଚାଳିତ ହେଉଛି। ଆଉ ଏହାରି ମଧ୍ୟରେ ୧୧୧ଟି ଘର ରହିଛି ବିପଦସଙ୍କୁଳ ସ୍ଥିତିରେ।
ଉପାନ୍ତରେ ଥମୁନି ମେଡିକାଲ ଅବ୍ୟବସ୍ଥା। କେଉଁଠି ଅସ୍ବାସ୍ଥ୍ୟକର ପରିବେଶ, ଡାକ୍ତର ଅଭାବ ତ ଆଉ କେଉଁଠି ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ ବିଗୁଡ଼ୁଛି ସ୍ଥିତି। ଆଉ ଏସବୁରେ ହଇରାଣ ହେଉଛି ସାଧାରଣ ଲୋକଟିଏ।
ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ନିଗମ ଲିମିଟେଡ୍ (ONGC) ଆପଣଙ୍କ ପାଇଁ ନେଇଆସିଛି ଆସିଛି ସୁଯୋଗ। AEE ଏବଂ ଜିଓଫିଜିକ୍ ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଟାଉନ ପ୍ଲାନିଂ ସ୍କିମ ଜରିଆରେ ସହରକୁ ବଢାଇବା ପାଇଁ ନିଷ୍ପତ୍ତି ହୋଇଛି। ଟିପି ସ୍କିମ ପାଇଁ ସ୍ୱତନ୍ତ୍ର ବିଭାଗ କରି ଦାୟିତ୍ୱ ଦିଆଯିବ। ଟାଇମ ପିରିୟଡ୍ ବି ଫିକ୍ସ ହେବ। ସେହିପରି ପ୍ଲାନିଂ ପାଇଁ ସ୍ୱତନ୍ତ୍ର ଅଫିସ ମଧ୍ୟ ଖୋଲାଯିବ।
ବିଜେଡି ସରକାରରେ ଥିବା କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଂକ୍ ଥିଲା ବୋଲି ଅଭିଯୋଗ ଆଣିଛନ୍ତି ସାଂସଦ ପ୍ରଦୀପ ପୁରୋହିତ। ସବୁ ନିୟମ କାନୁନକୁ ଭାଙ୍ଗି ତାଙ୍କୁ ପର୍ଯ୍ୟାପ୍ତ କାମ ଦିଆଯାଉଥିବା ଏବଂ ଏଥିରେ ଶହ ଶହ କୋଟି ଲୁଟ୍ ହୋଇଥିବା ସେ ଅଭିଯୋଗ କରିଛନ୍ତି।ଏହି ଠକେଇରେ କିଛି ବଡ଼ ବଡ଼ିଆଙ୍କ ସଂପୃକ୍ତି ଥିବା ସୁରାକ୍ ପାଇଛି ପୋଲିସ୍। ହେଲେ ପ୍ରଦୀପଙ୍କ ଆଜିର ବୟାନ ଅନେକ ପ୍ରଶ୍ନ ଛିଡ଼ା କରିଛି।
ନବଙ୍କ ହତ୍ୟା ଘଟଣା ଉପରୁ ହଟିବ ପରଦା । ଓଡ଼ିଶା ଜାଣିବ ପୂର୍ବତନ ମନ୍ତ୍ରୀଙ୍କ ମୃତ୍ୟୁର ସତ ।
'ପୁଷ୍ପା ୨'କୁ ଜାନୁଆରୀ ୧୧ରେ ଅତିରିକ୍ତ ଫୁଟେଜ୍ ସହିତ ରିଲିଜ୍ କରାଯିବାର ଥିଲା। କିନ୍ତୁ, ବୈଷୟିକ ତ୍ରୁଟି ହେତୁ ଏହା ହୋଇପାରି ନାହିଁ। ଏହାର ପ୍ରମୋ ରବିବାର ସକାଳେ ରିଲିଜ୍ ହୋଇଛି। ନୂତନ ରିଲିଜ୍ ତାରିଖ ମଧ୍ୟ ଉଲ୍ଲେଖ କରାଯାଇଛି।
ଛୋଲେ ଭଟୁରେ ଷ୍ଟଲ୍ ପାଇଁ ରାତିରେ ଚାଲିଥିଲା ପ୍ରସ୍ତୁତି। ଷ୍ଟୋଭ ଉପରେ ବସିଥିଲା ଛୋଲେ। ତେବେ ଏତିକି ବେଳେ ଲାଗିଗଲା ଆଖି, ମାଡ଼ି ଆସିଲା ନିଦ। ଫଳରେ ରାତି ସାରା ଜଳିଲା ଷ୍ଟୋଭ୍। ଆଉ ସକାଳୁ ଚାଲିଗଲା ଦୁଇ ଯୁବକଙ୍କ ଜୀବନ।
ଦେବକନ୍ୟା ହୋଇ ବି ମର୍ତ୍ତ୍ୟର ରାଜାଙ୍କୁ ବିବାହ କଲେ କେମିତି? କିଏ ସାଜିଥିଲେ ମଧ୍ୟସ୍ଥି ? ଜଣେ ରାଜା କାହିଁକି ଚୋରୀ କରୁଥିଲେ ଗାଈ? କାହିଁକି ପୁଣି ରାଜ ସିଂହାସନ ଛାଡି ସେ ତାପସ୍ୱୀ ହେବାକୁ ନିଷ୍ପତ୍ତି ନେଲେ? ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୯,୬୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୩,୦୦୦ ଟଙ୍କା ରହିଛି ।
ପୋଲିସ ଆଗରେ ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି ସେଦିନ ସକାଳର ସେ ଲୋମ ଟାଙ୍କୁରା ଘଟଣା l ସହଦେବକୁ ମାରିବାକୁ ଅଭୁଯୁକ୍ତ ମାନେ ୧୬ କିଲୋମିଟର ବାଇକରେ ଗୋଡ଼ାଇଥିଲେ l
ନୂଆ ସରକାରକୁ ଟାର୍ଗେଟ୍ କଲେ ଦୀପାଳି । କିର୍ମିରା ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବକୁ ନେଇ ଝାଡ଼ିଲେ ରାଗ । କହିଲେ, ଟାଳଟୁଳ ନୀତି ଅବଲମ୍ବନ କଲା ପ୍ରଶାସନ ।
ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଶନିବାର କହିଛନ୍ତି ଯେ 'ବିକଶିତ ଭାରତ' ଲକ୍ଷ୍ୟ ହାସଲ କରିବାକୁ ହେଲେ ଏହାର ଚାବିକାଠି 'କାର୍ଯ୍ୟର ପରିମାଣ' ନୁହେଁ, ବରଂ କାର୍ଯ୍ୟର ଗୁଣବତ୍ତା ରହିବା ଆବଶ୍ୟକ ରହିଛି'।
ଲସ୍ ଏଞ୍ଜେଲସ୍ର ଆଉ ୨ଟି ଜଙ୍ଗଲକୁ ବ୍ୟାପିଲା ନିଆଁ । ମୋଟ୍ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି। ଏମିତିକି ୧ ଲକ୍ଷରୁ ଅଧିକ ଲୋକ ଘର ଛାଡ଼ିଲେଣି।
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ଆଗମୀ ୨ ଦିନରେ ରାଜ୍ୟର ସର୍ବନିମ୍ମ ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ୧୪ ତାରିଖ ଯାଏଁ ୧୦ ଜିଲ୍ଲାରେ କୁହୁଡ଼ି ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ବିନା ସାର୍ଟରେ ଘରକୁ ଫେରିଲେ ୮୦ ଜଣ ଛାତ୍ରୀ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଝାଡ଼ଖଣ୍ଡ ଧାନବାଦର ଏକ ଘରୋଇ ସ୍କୁଲରେ ।
ବିବେକାନନ୍ଦଙ୍କ ଜୟନ୍ତୀକୁ 'ଜାତୀୟ ଯୁବ ଦିବସ' ଭାବେ ପାଳନ କରାଯାଏ। ଅନେକ ଯୁବକ ସ୍ୱାମୀ ବିବେକାନନ୍ଦଙ୍କ ଠାରୁ ପ୍ରେରଣା ପାଇ ଆଜି ବହୁତ ଉଚ୍ଚକୁ ଯାଇପାରିଛନ୍ତି ସତ କିନ୍ତୁ ଯୁବକମାନଙ୍କ ବିକାଶ ପାଇଁ ସରକାର ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ।
ଆଖି ଆଗରେ ଭାସି ଯାଉଛି ଜନ୍ମମାଟି ମାଆ। ଅହନ୍ନିଶି ଅବିଶ୍ରାନ୍ତ ଢେଉ ମାଡ଼ରେ ଲୀନ ହେଉଛି ଘର ଦ୍ବାର। ଅନ୍ୟତ୍ର ଜୀବନ ଜୀଇଁବାକୁ ବାଧ୍ୟ ହେଉଛନ୍ତି ବେସାହାରା ପରିବାର।