Advertisment

Ayatollah Khamenei: ଖାମେନେଇଙ୍କ ଗୋଟିଏ ହାତର ରହସ୍ୟ ପଛରେ ୪୫ ବର୍ଷର କାହାଣୀ

ଇରାନର ସର୍ବୋଚ୍ଚ ନେତା ହେବା ପୂର୍ବରୁ ଖାମେନେଇଙ୍କୁ କରାଯାଇଥିଲା ହତ୍ୟା ଉଦ୍ୟମ। ହତ୍ୟା ଉଦ୍ୟମରୁ ବର୍ତ୍ତି ଯାଇଥିଲେ କିନ୍ତୁ ଡାହାଣ ହାତ ଆଉ କାମ କଲାନି। ୪୫ ବର୍ଷ ଧରି ଗୋଟିଏ ହାତ ଲୁଚାଇ ରଖୁଥିଲେ।

author-image
Chinmayee Sahoo
Khamenei

Khamenei Photograph: (OTV)

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ହତ୍ୟା ଖବର ସବୁଠି ଶିରୋନାମା ପାଲଟିଛି। ଏତିକି ବେଳେ ଖାମେନେଇଙ୍କୁ ନେଇ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ୪୫ ବର୍ଷ ତଳେ ଖାମେନେଇଙ୍କୁ କରାଯାଇଥିଲା ହତ୍ୟା ଉଦ୍ୟମ। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ। 

Advertisment

ଇରାନର ସର୍ବୋଚ୍ଚ ନେତା ହେବା ପୂର୍ବରୁ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ୧୯୮୧ ମସିହାରେ ତେହେରାନର ଏକ ମସଜିଦରେ ଟେପ୍ ରେକର୍ଡର୍ ବିସ୍ଫୋରଣ ଘଟାଇ ହତ୍ୟା ଉଦ୍ୟମ କରାଯାଇଥିଲା। ହତ୍ୟା ଉଦ୍ୟମରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କିନ୍ତୁ ଡାହାଣ ହାତ ଆଉ କାମ କଲାନି। ଖାମେନେଇଙ୍କ ଡାହାଣ ହାତ ସବୁଦିନ ପାଇଁ ପକ୍ଷାଘାତଗ୍ରସ୍ତ ହୋଇଯାଇଥିଲା। 

ସେବେଠୁ ୪୫ ବର୍ଷ ଧରି ଗୋଟିଏ ହାତ ଲୁଚାଇ ରଖୁଥିଲେ ଆୟାତୋଲ୍ଲା ଖାମେନେଇ। ବିସ୍ଫୋରଣରେ ଖାମେନେଇ ଗୁରୁତର ଆହତ ହୋଇଥିଲେ। ତାଙ୍କ କାନର ସ୍ନାୟୁ ଏବଂ ଫୁସଫୁସ କ୍ଷତିଗ୍ରସ୍ତ ହୋଇଥିଲା।  ତାଙ୍କ ଅବସ୍ଥା ଏତେ ସଙ୍କଟଜନକ ଥିଲା ଯେ ଜଣେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଚର୍ଚ୍ଚା ହୁଏ। 

Advertisment

କିନ୍ତୁ ଡାକ୍ତରମାନଙ୍କ ଅଦ୍ୟମ ଅପରେସନ୍ ପରେ ସେ ଧିରେ ଧିରେ ସୁସ୍ଥ ହୋଇଥିଲେ। ଆଉ ସେବେଠୁ ତାଙ୍କ ଡାହାଣ ହାତ ସ୍ଥାୟୀ ଭାବରେ ଅକ୍ଷମ ହୋଇଯାଇଥିଲା। ଖାମେନି ଲେଖିବା ଠାରୁ ଆରମ୍ଭ କରି ଇଙ୍ଗିତ କରିବା ପର୍ଯ୍ୟନ୍ତ ସବୁକିଛି ପାଇଁ ବାମ ହାତ ବ୍ୟବହାର କରୁଥିଲେ।

Ayatollah Ali Khamenei
Advertisment