/odishatv-khabar/media/media_files/2026/03/10/lpg-cylinder-2026-03-10-09-43-49.jpg)
LPG Cylinder Photograph: (OTV)
ବଢିଲା LPG ସିଲିଣ୍ଡର୍ ବୁକିଂ ଅବଧି। ଏଣିକି ଗୋଟିଏ ସିଲିଣ୍ଡର ପାଇବାର ୨୫ ଦିନ ପରେ ଆଉ ଗୋଟିଏ ବୁକିଂ କରିପାରିବେ। ପୂର୍ବରୁ ୧୫ରୁ ୨୧ ଦିନ ମଧ୍ୟରେ ଆଉ ଗୋଟିଏ ବୁକିଂ ହେଉଥିଲା। ବୁକିଂ ଅବଧିକୁ ୨୧ରୁ ୨୫ ଦିନକୁ ବୃଦ୍ଧି କରାଯାଇଛି। କଳାବଜାରୀ ରୋକିବାକୁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗ୍ରାହକ କମ୍ ଦିନରେ ସିଲିଣ୍ଡର୍ ବୁକ୍ କରୁଥିବା ସୂଚନା ମିଳିଛି।
ଲୋକଙ୍କ ପାଖରେ LPG ଅଭାବ ନହେବାକୁ ଗୁରୁତ୍ବ ଦିଆଯାଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ LPG ଆମଦାନୀ ପ୍ରଭାବିତ ହୋଇଥିବା ବେଳେ LPG ଉତ୍ପାଦନ ବୃଦ୍ଧି ପାଇଁ ରିଫାଇନାରୀଗୁଡ଼ିକୁ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବର୍ତ୍ତମାନ ସ୍ଥିତିରେ ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ହେବାର ନାହିଁ। କିନ୍ତୁ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୩୦ ଡଲାର ଟପିଲେ ବିଚାର କରାଯିବ।
ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଦେଶର କୌଣସି ପେଟ୍ରୋଲ ପମ୍ପରେ ପେଟ୍ରୋଲ, ଡିଜେଲ୍ ଅଭାବ ନାହିଁ। ହର୍ମୁଜ ଜଳପଥ ବ୍ୟତୀତ ଅନ୍ୟ ରୁଟ୍ ଦେଇ ତେଲ ଆଣିବାକୁ ଉଦ୍ୟମ ଚାଲିଛି। ବିମାନ ଇନ୍ଧନ (ATF)କୁ ନେଇ କୌଣସି ସମସ୍ୟା ନଥିବା ସୂଚନା ଦିଆଯାଇଛି।
Fuel Crisis: ଘୋର ତୈଳ ସଙ୍କଟ; ସ୍କୁଲ ବନ୍ଦ, ଘରେ ରହି କାମ କରିବେ କର୍ମଚାରୀ

Big News for Plus Two Students: ପ୍ଲସ୍ ଟୁ ପିଲାଙ୍କ ପାଇଁ ବଡ଼ ଖବର, ସିବିଏସଇ ଢାଞ୍ଚାରେ ହେବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା

CM Mohan Majhi to Attend Parivartan Yatra: ଆଜି ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜୋର ଧରିଲାଣି ରାଜନୀତି

How Pillow Height Affects Blood Pressure: ଆପଣ ଭୁଲ୍ ତକିଆରେ ଶୋଉଛନ୍ତି କି… ବଢିବ କୋଲେଷ୍ଟ୍ରଲ-ମଧୁମେହ-ଉଚ୍ଚ ରକ୍ତଚାପ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)