Advertisment

Fuel Crisis: ଘୋର ତୈଳ ସଙ୍କଟ; ସ୍କୁଲ ବନ୍ଦ, ଘରେ ରହି କାମ କରିବେ କର୍ମଚାରୀ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ପାକିସ୍ତାନରେ ହାହାକାର ସ୍ଥିତି। ଇନ୍ଧନ ସଞ୍ଚୟ ପାଇଁ ସରକାରଙ୍କ ପଦକ୍ଷେପ। ସବୁ ସ୍କୁଲ ଆସନ୍ତା ୨ ସପ୍ତାହ ପାଇଁ ବନ୍ଦ ରହିବ। ଅନଲାଇନରେ ହେବ ପାଠପଢ଼ା।

author-image
Chinmayee Sahoo
Fuel Crisis

Fuel Crisis Photograph: (OTV)

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ଭିତରେ ପାକିସ୍ତାନରେ ଘୋର ତୈଳ ସଙ୍କଟ। ହାହାକାର ସ୍ଥିତି ଦେଖାଦେଲାଣି। ଇନ୍ଧନ ସଞ୍ଚୟ କରିବାକୁ ସାରା ଦେଶରେ ସବୁ ସ୍କୁଲ ଆସନ୍ତା ୨ ସପ୍ତାହ ପାଇଁ ବନ୍ଦ ରହିବ। ଅନଲାଇନରେ ହେବ ପାଠପଢ଼ା। ଏନେଇ ଘୋଷଣା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ। 

Advertisment

ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ତୁରନ୍ତ ଅନଲାଇନ୍ କ୍ଲାସ୍ ବ୍ୟବସ୍ଥାକୁ ଫେରିବେ। ସେହିପରି ସରକାରୀ କାର୍ଯ୍ୟାଳୟ ପାଇଁ ନୂଆ ନିୟମ ଘୋଷଣା କରିଛନ୍ତି ପାକିସ୍ତାନ ପିଏମ୍। ସରକାରୀ ଅଫିସଗୁଡ଼ିକ ସପ୍ତାହକୁ ମାତ୍ର ୪ ଦିନ ଚାଲିବ। ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଫେରିବ। 

ସରକାରୀ କର୍ମଚାରୀଙ୍କ ମଧ୍ୟରୁ ୫୦% ଘରେ ରହି କାମ କରିବେ। ସେହିପରି ତେଲ ଖର୍ଚ୍ଚ କାଟ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ସରକାରୀ ବିଭାଗଗୁଡ଼ିକର ତୈଳ ଭତ୍ତାକୁ ଆସନ୍ତା ୨ ମାସ ପାଇଁ ୫୦ ପ୍ରତିଶତ କମାଇ ଦିଆଯାଇଛି। ଦରମା କାଟ ଭଳି ନିଷ୍ପତ୍ତି ବି ନେଇଛନ୍ତି ପାକିସ୍ତାନ ସରକାର। 

Advertisment

ମାସିକ ଦରମା ୩ ଲକ୍ଷ ଟଙ୍କାରୁ ଅଧିକ ଦରମା ନେଉଥିବା ଗ୍ରେଡ୍-୨୦ରୁ ଅଧିକ ଉଚ୍ଚପଦସ୍ଥ ଅଧିକାରୀଙ୍କ ୨ ଦିନର ଦରମା କଟାଯିବ। ତେବେ ଏହି ସଙ୍କଟ ସମୟରେ ପାକିସ୍ତାନ ସାଂସଦମାନଙ୍କ ଦରମା ୨୫ ପ୍ରତିଶତ ବୃଦ୍ଧି କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। 

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ଉତ୍ତେଜନା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଯାହାର ପ୍ରଭାବ ପାକିସ୍ତାନର ଅର୍ଥନୀତି ଉପରେ ଗମ୍ଭୀର ଭାବେ ପଡ଼ିଛି।

Fuel Crisis Tension In Middle East middle east war Pakistan
Advertisment
Related Articles
Advertisment