/odishatv-khabar/media/media_files/2026/01/16/killer-chinese-manja-doctor-died-2026-01-16-15-20-14.jpg)
Chinese Manja Photograph: (otv)
ଡାକ୍ତରଙ୍କ ତଣ୍ଟି କାଟିଲା ମାଞ୍ଜା ସୂତା । ରାସ୍ତାରେ ଛଟପଟ ହୋଇ ଚାଲିଗଲା ଜୀବନ । ମାଞ୍ଜା ସୂତା ନା ମୃତ୍ୟୁର ଫାଶ ! ବେକରେ ଲାଗିବା ମାତ୍ରେ ଚଟ୍କିନା କାଟିଦେଉଛି । ଡାକ୍ତରଖାନା ପହଞ୍ଚିବା ବେଳକୁ ଚାଲିଯାଉଛି ଜୀବନ । କିଏ ମେଡିକାଲରୁ ଘରକୁ ଫେରୁଥିଲା ତ ଆଉ କିଏ ଝିଅକୁ ସ୍କୁଲ୍ରୁ ଆଣିବାକୁ ଯାଉଥିଲା । ହେଲେ ବାଟରେ ଜୀବନ ନେଇଗଲା ମାଞ୍ଜା ସୂତା ।
ରକ୍ତ ପିଉଛି ମାଞ୍ଜା ସୂତା:
ମକରରେ ଚାଇନିଜ୍ ମାଞ୍ଜା ସୂତା ଲାଗି ଦିନକରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଶତାଧିକ ଲୋକେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ରହିଛନ୍ତି ଉତ୍ତରପ୍ରଦେଶର ଜଣେ ୨୮ ବର୍ଷୀୟ ଡାକ୍ତର । ସେ ବାଇକ୍ରେ ଘରକୁ ଫେରୁଥିଲେ । ବାଟରେ ଚାଇନିଜ୍ ମାଞ୍ଜା ସୂତା ଲାଗି ତାଙ୍କ ବେକ କଟିଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ମେଡିକାଲକୁ ନେଇଥିଲେ । ହେଲେ ତାଙ୍କର ଜୀବନ ବଞ୍ଚିପାରିନଥିଲା । ମୃତ ଡାକ୍ତର ହେଲେ ସମୀର ହାସମି।
ଦିନକରେ ୩ ମୁଣ୍ଡ ଗଡିଲା:
ସେହିପରି କର୍ଣ୍ଣାଟକ ବିଦାର ଜିଲ୍ଲାରେ ଆଉ ଜଣେ ୪୮ ବର୍ଷୀୟ ଗ୍ରାମ ପଞ୍ଚାୟତକର୍ମୀଙ୍କ ମାଞ୍ଜା ସୂତା ଲାଗି ମୃତ୍ୟୁ ହୋଇଛି । ସେ ବାଇକ୍ରେ ଝିଅକୁ ସ୍କୁଲରୁ ଆଣିବାକୁ ଯାଉଥିଲେ । କିନ୍ତୁ ଝିଅ ପାଖରେ ପହଞ୍ଚିବା ଆଗରୁ ତାଙ୍କର ତଣ୍ଟି କାଟି ଦେଇଥିଲା ମାଞ୍ଜା ସୂତା ।
ତେଲେଙ୍ଗାନା ସଙ୍ଗାରେଡ୍ଡୀ ଜିଲ୍ଲାରେ ଜଣେ ପ୍ରବାସୀ ଶ୍ରମିକଙ୍କର ବି ମାଞ୍ଜା ସୂତାରେ ତଣ୍ଟି କରିବାରୁ ପ୍ରାଣ ହରାଇଛନ୍ତି । ମୃତକ ଉତ୍ତରପ୍ରଦେଶରେ ହୋଇଥିବା ବେଳେ କାମ ପାଇଁ ତେଲେଙ୍ଗାନା ଯାଇଥିଲେ ।
ଦେଶରେ ବ୍ୟାନ୍ ହୋଇଛି ଚାଇନିଜ୍ ମାଞ୍ଜା ସୂତା । ହେଲେ ବାରମ୍ବାର ରେଡ୍, ଧରପଗଡ଼ ପରେ ବି ବନ୍ଦ ହେଉନି ବିକ୍ରି । ଫଳରେ ମକରରେ ଥରକୁ ଥର ଏମିତି ବଡ଼ ବଡ଼ ଅଘଟଣ ଘଟିଚାଲିଛି । ଓଡ଼ିଶାରେ ବି ମାଞ୍ଜା ସୂତା ଲାଗି ମୃତାହତ ହେବାର ଅନେକ ଘଟଣା ଆସୁଛି ସାମ୍ନାକୁ ।
ବ୍ୟୁରୋ ରିପୋର୍ଟ, ଓଟିଭି
Pincess Leonor: ଇତିହାସ ରଚିବେ ସୁନ୍ଦରୀ ନୀଳନୟନା, ଦେଢ ଶହ ବର୍ଷ ପରେ ପ୍ରଥମ ମହାରାଣୀ...

Dhanush and Mrunal Thakur Marriage: ଆଉ ଥରେ ବାହାହେବେ ଧନୁଷ! ଜାଣନ୍ତୁ କିଏ ସେହି ସୁନ୍ଦରୀ…

Stray Dog Killed Girl: କୁନି ଝିଅକୁ ଝୁଣି ଖାଇଗଲା ବୁଲା କୁକୁର, ଖେଳୁ ଖେଳୁ ଜୀବନ ଗଲା

Sanatan Mahakud Suspended : ସନା ମହାକୁଡ଼ଙ୍କ ସସପେଣ୍ଡକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)