/odishatv-khabar/media/media_files/2026/01/16/stray-dog-killed-minor-girl-pkg-2026-01-16-14-53-18.jpg)
Stray-Dog Photograph: (OTV)
କୁନି ଝିଅକୁ ଝୁଣି ଖାଇଗଲା ବୁଲା କୁକୁର । ଖେଳୁଥିବା ବେଳେ ଖିନଭିନ୍ କରି ମାରିଦେଲା । ସାମ୍ନାକୁ ଆସିଛି ଏମିତି ଏକ ହୃଦୟ ବିଦାରକ ଘଟଣା । ପୁଣି ଜୀବନ ନେଇଛି ବୁଲା କୁକୁର । କୁକୁର କାମୁଡାରେ ଜଣେ ୧୦ ବର୍ଷୀୟା ନାବାଳିକାର ମୃତ୍ୟୁ ହୋଇଛି ।
ଖେଳିବା ହେଲା କାଳ:
ଝିଅଟି ଘରେ ବାହାରେ ଖେଳୁଥିଲା । ସେଠି କୁଆଡୁ ଗୋଟିଏ ବୁଲା କୁକୁର ଆସି ପିଲାଟି ଉପରେ ଝାମ୍ପି ପଡିଥିଲା । ତଳେ ଗଡେଇ ତଡେଇ କରି କାମୁଡି ଲହୁଲୁହାଣ କରି ପକାଇଥିଲା । ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା । ହେଲେ ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ସବୁଦିନ ପାଇଁ ଆଖି ବୁଜିଦେଇଛି ଝିଅକ । କର୍ଣ୍ଣାଟକର ବଗଲକୋଟ ଜିଲ୍ଲାରେ ଘଟିଛି ଏହି ଘଟଣା ।
ମୃତ ନାବାଳିକା ଚତୁର୍ଥୀ ଶ୍ରେଣୀରେ ପଢୁଥିଲେ । ସପ୍ତାହେ ତଳେ ତାଙ୍କୁ କୁକୁର କାମୁଡିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଗଲକୋଟ ଜିଲ୍ଲା ହସ୍ପିଟାଲ ଓ ପରେ କିମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ମୁହଁ ଓ ଆଖିରେ ଗୁରୁତର କ୍ଷତ ଯୋଗୁଁ ପିଲାଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।
ବଢୁଛି କୁକୁର କାମୁଡା ମୃତ୍ୟୁ:
ଝିଅର ମୃତ୍ୟୁ ପାଇଁ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି ତାଙ୍କର ବାପା । ବୁଲା କୁକୁର ଆତଙ୍କ ରୋକିବା ଦିଗରେ ପ୍ରଶାସନିକ ଅଧିକାରୀଙ୍କ ଉଦାସିନତା ନେଇ ସେ ଅଭିଯୋଗ କରିଛନ୍ତି । ସେପଟେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ ।
ଦୁଇ ଦିନ ତଳେ କୁକୁର କାମୁଡାକୁ ନେଇ ବଡ଼ ରାୟ ଦେଇଥିଲେ ସୁପ୍ରିମକୋର୍ଟ । ବୁଲା କୁକୁର କାମୁଡିଲେ, କାମୁଡିବା ଯୋଗୁଁ କାହାର ମୃତ୍ୟୁ ହେଲେ ରାଜ୍ୟ ସରକାର ଦାୟୀ ରହିବେ । ମୋଟା ଅଙ୍କର କ୍ଷତିପୂରଣ ଦେବେ । ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତି ଓ ସଂଗଠନ ବି ଆଇନଗତ ଦାୟୀ ରହିବେ ।
ବ୍ୟୁରୋ ରିପୋର୍ଟ, ଓଟିଭି
Sanatan Mahakud Suspended : ସନା ମହାକୁଡ଼ଙ୍କ ସସପେଣ୍ଡକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

Ravi Pani Targets Naveen : ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କଲେ ରବି ପାଣି

Tragedy at Tender Age: ୮ ବର୍ଷର ପୁଅ ଏକାକୀ ମା'ର ପୋଷ୍ଟମର୍ଟମ କରାଇଲା, ଏକ ହୃଦୟ ବିଦାରକ କାହାଣୀ

Thackeray Brothers Share Stage: ଠାକରେ ଦୁଇ ଭାଇ ମିଶିଗଲେ, କିନ୍ତୁ ଭୁଲ୍ ରହିଲା କେଉଁଠି ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)