Advertisment

Pincess Leonor: ଇତିହାସ ରଚିବେ ସୁନ୍ଦରୀ ନୀଳନୟନା, ଦେଢ ଶହ ବର୍ଷ ପରେ ପ୍ରଥମ ମହାରାଣୀ...

ଇତିହାସ ରଚିବେ ସୁନ୍ଦରୀ ନୀଳନୟନା ଲିଓନର । ଦେଢ଼ ଶହ ବର୍ଷ ପରେ ସ୍ପେନ୍‌କୁ ମିଳିବ ପ୍ରଥମ ମହାରାଣୀ । ଶତାଦ୍ଦୀ ପରେ ୨୦ ବର୍ଷୀୟା ପ୍ରିନ୍ସସେସ୍‌ 'ଲିଓନର' ଦେଶର ପ୍ରଥମ ମହାରାଣୀ ହେବେ ।

author-image
Namita Biswal
Princess-Leonor-First-Queen

Leonor Photograph: (OTV)

ଇତିହାସ ରଚିବେ ସୁନ୍ଦରୀ ନୀଳନୟନା । ଦେଶର ପ୍ରଥମ ମହାରାଣୀ ହେବେ । ସିଂହାସନରେ ବସି ଶାସନ କରିବେ । ତାଙ୍କର ରୂପ ଯେମିତି, ବୁଦ୍ଧି ଓ ସାହାସ୍ ବି ସେମିତି । ଫାଇଟର ଜେଟ୍ ଉଡାଉଥିବା ଏ ସୁନ୍ଦରୀ ତରୁଣୀ ଏମିତି ସେମିତି ଝିଅ ନୁହଁନ୍ତି, ଏ ହେଉଛନ୍ତି ସ୍ପେନ୍‌ର ୨୦ ବର୍ଷୀୟା ପ୍ରିନ୍ସସେସ୍‌ 'ଲିଓନର' । ଯିଏକି ଏବେ ସ୍ପେନ୍‌ର ପ୍ରଥମ ରାଣୀ ହେବାକୁ ଯାଉଛନ୍ତି ।  ଦେଢ଼ ଶହ ବର୍ଷ ପରେ ସ୍ପେନ୍‌କୁ ମିଳିବାକୁ ଯାଉଛି ପ୍ରଥମ ମହାରାଣୀ । ପ୍ରଥମ ଥର ସ୍ପେନ୍‌ରେ ରାଣୀ ଶାସନ ଚାଲିବ ।  

Advertisment

ଏବେ ଚାଲନ୍ତୁ ଜାଣିବା ରାଜକୁମାରୀ ଲିଓନର କିଏ ?    

୨୦୦୫ ଅକ୍ଟୋବର ୩୧ରେ ସ୍ପେନ୍ ବରବନ୍ ରାଜପରିବାରରେ ରାଜକୁମାରୀ ଲିଓନରଙ୍କ ଜନ୍ମ । ସେ ରାଜା ଫିଲିପ୍‌ ୫ମ ଓ ରାଣୀ ଲେତିଜିଆଙ୍କ ବଡ଼ ଝିଅ । ତାଙ୍କର ମାଆ ଜଣେ ସାମ୍ବାଦିକା ଥିଲେ।୨୦୦୪ରେ ଲେତେଜିଆ ଫିଲିପ୍‌ଙ୍କୁ ବିବାହ କରିଥିଲେ ।୧୭୦୦ ମସିହା ସ୍ପାନିଶ୍ ଉତ୍ତରାଧିକାର ଯୁଦ୍ଧରେ ହାବସ୍‌ବର୍ଗଙ୍କୁ ହରାଇ ବରବନ୍‌ ରାଜବଂଶ ସ୍ପେନ୍‌ ଶାସନଭାର ସମ୍ଭାଳି ଆସୁଛି ।

ରାଜା ଜୁଆନ କାର୍ଲୋସ୍‌ଙ୍କ ମୃତ୍ୟୁ ପରେ ୨୦୧୪ରେ ‘ଫିଲିପ୍‌’ ସ୍ପେନ୍ ରାଜସିଂହାସନରେ ବସିଥିଲେ । ଆଉ ଏବେ ତାଙ୍କର ଝିଅ ୨୦ ବର୍ଷୀୟା ଲିଓନର ସିଂହାସନ ଆରୋହଣ କରିବାକୁ ଯାଉଛନ୍ତି । ୧୮୦୦ ଦଶକରେ ରାଣୀ ଇସାବେଲ୍ ଦ୍ୱିତୀୟଙ୍କ ରାଜ୍‌ ପରେ ରାଜକୁମାରୀ ଲିଓନର ଦେଶର ପ୍ରଥମ ରାଣୀ ହେବେ । 

Advertisment

ରାଜକୁମାରୀଙ୍କ ମିଲିଟାରୀ ଟ୍ରେନିଂ: 

ସ୍ପେନ୍ ଆଇନ ଅନୁଯାୟୀ, ସିଂହାସନର ଉତ୍ତରାଧିକାରୀଙ୍କୁ ଭବିଷ୍ୟତର ଭୂମିକା ନିର୍ବାହ ପାଇଁ ପ୍ରଥମେ ସ୍ଥଳସେନା, ବାୟୁସେନା, ନୌସେନା ସହ ମିଲିଟାରୀ ଟ୍ରେନିଂ ନେବାକୁ ପଡେ । ଲିଓନର ୨୦୨୩ରୁ କମାଣ୍ଡର-ଇନ୍-ଚିଫ୍ ଭାବେ ୩ ସେନାରେ ଟ୍ରେନିଂ ନେଉଛନ୍ତି । ଲିଓନର ଜଣେ ଉଚ୍ଚଶିକ୍ଷିତା । ସେ ୱେଲସ୍‌ରେ ୟୁଡବ୍ଲୁସି ଆଟ୍‌ଲାଣ୍ଟିକ କଲେଜରୁ ଇଣ୍ଟରନ୍ୟାସନାଲ ବାକାଲରେଟ୍ ଡିପ୍ଲୋମା କରିଛନ୍ତି । ସେ ସ୍ପାନିଶ୍ ସମେତ କାଟାଲାନ୍, ଇଂରାଜୀ, ଫ୍ରେଞ୍ଚ ଆରିକ୍, ଓ ମାଣ୍ଡାରିନ୍ ପ୍ରଭୃତି ଭାଷାରେ ପାରଙ୍ଗମ ।

ସ୍ପେନ୍‌ରେ ସଂସଦୀୟ ସମ୍ବିଧାନିକ ରାଜତନ୍ତ୍ର ରହିଛି । ରାଜା ଦେଶର ମୁଖ୍ୟ କିନ୍ତୁ ପ୍ରକୃତ ରାଜନୀତିକ କ୍ଷମତା ନିର୍ବାଚିତ ସରକାରଙ୍କ ପାଖରେ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଓଟିଭି

Spain Princess Of Spain Princess Leonor
Advertisment
Advertisment