/odishatv-khabar/media/media_files/2026/01/16/sana-bjd-2026-01-16-14-48-31.jpg)
ସନାତନ ମହାକୁଡ଼ ବିଜେଡି ବିଧାୟକଙ୍କ ସହ ବୈଠକରେ ରହୁଥିଲେ, ସହଯୋଗ କରୁଥିଲେ। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦୁଝର ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠି। ସନାତନ ମହାକୁଡ଼ କଣ ବିଶ୍ବାସଘାତ କାର୍ଯ୍ୟ କରିଛନ୍ତି ସେ ଜାଣିନାହାନ୍ତି। କିନ୍ତୁ ସେ ଦଳର ଗୋଟିଏ ଦୁଇଟି ବୈଠକ ଛାଡ଼ି ବାକୁ ସବୁ ବୈଠକକୁ ଆସୁଥିଲେ। ଦଳୀୟ କାର୍ଯ୍ୟରେ ସହଯୋଗ ବି କରୁଥିଲେ। ମୁଖ୍ୟମନ୍ତ୍ରୀ ଓ ବିଜେପିର କାର୍ଯ୍ୟକୁ ପ୍ରଶଂସା ସେ ବି କରନ୍ତି। ଭଲ କାମ କଲେ ପ୍ରଶଂସା କରାଯାଏ। ହେଲେ କାହିଁକି ତାଙ୍କୁ ନିଲମ୍ବନ କରାଯାଇଛି ସେ କଥା ଜାଣିନଥିବା ଦୋହରାଇଛନ୍ତି ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠି।
ଗତକାଲି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ଉପରେ ଆକ୍ସନ୍ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯଦି, ସନା ଦଳୀୟ ବୈଠକରେ ଥିଲେ, କାର୍ଯ୍ୟ କରୁଥିଲେ ତାହେଲେ ସସପେଣ୍ଡ ହେଲେ କାହିଁକି? ଖୋଦ୍ କେନ୍ଦୁଝର ଜିଲ୍ଲାର ବିଜେଡି ବିଧାୟକଙ୍କ ଏଭଳି ମନ୍ତବ୍ୟ, ପୁଣି ଥରେ ଏଇ ନିଲମ୍ବନକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି।
Ravi Pani Targets Naveen : ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କଲେ ରବି ପାଣି

Tragedy at Tender Age: ୮ ବର୍ଷର ପୁଅ ଏକାକୀ ମା'ର ପୋଷ୍ଟମର୍ଟମ କରାଇଲା, ଏକ ହୃଦୟ ବିଦାରକ କାହାଣୀ

Thackeray Brothers Share Stage: ଠାକରେ ଦୁଇ ଭାଇ ମିଶିଗଲେ, କିନ୍ତୁ ଭୁଲ୍ ରହିଲା କେଉଁଠି ?

Bijoy Mohapatra : ଅରବିନ୍ଦଙ୍କୁ ନିଲମ୍ବନ ପରେ ମୁହଁ ଖୋଲିଲେ ବିଜୟ, କହିଲେ- ‘କିଏ ବିଶ୍ବାସଘାତକ ଲୋକେ ନିଷ୍ପତ୍ତି ନେବେ’

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)